Advertisment

ମୋବାଇଲ୍ ଫୋନ୍ ପାଲଟୁଛି ପିଲାଙ୍କ ସ୍ୱାସ୍ଥ୍ୟହାନିର କାରଣ

ନୂଆଦିଲ୍ଲୀ: ଦିନକୁ ଦିନ ବଢି ଚାଲିଛି ମୋବାଇଲ୍ ଫୋନ୍ ବ୍ୟବହାର। ଛୋଟଠାରୁ ବଡ଼ ସମସ୍ତେ ଏହାକୁ ବ୍ୟବହାର କରୁଛନ୍ତି। ହେଲେ ଅଧିକ ସମୟ ମୋବାଇଲ ବ୍ୟବହାର କରିବା ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ବୋଲି ଜଣାପଡିଛି। ବିଶେଷକରି ପିଲାମାନଙ୍କ ଉପରେ ଏହାର ପ୍ରଭାବ ଅଧିକ ପଡିଥାଏ ବୋଲି ଏକ ଗବେଷଣାରୁ ଜଣାପଡ଼ିଛି। ଗବେଷକମାନେ କହିଛନ୍ତି,  ମୋବାଇଲ୍ ଫୋନ୍ ବ୍ୟବହାର ଫଳରେ ଶିଶୁଙ୍କ ହାଡ଼ ଉପରେ ଏହାର ପ୍ରଭାବ ପଡିଥାଏ। ମୋବାଇଲ ଫୋନ୍ ବ୍ୟବହାର ଦ୍ୱାରା ବାରମ୍ୱାର ବେକ ନୁଆଁଇ […]

ଅଦ୍ୟତନ ହୋଇଛି
ମୋବାଇଲ୍ ଫୋନ୍ ପାଲଟୁଛି ପିଲାଙ୍କ ସ୍ୱାସ୍ଥ୍ୟହାନିର କାରଣ

1child

Advertisment

ନୂଆଦିଲ୍ଲୀ: ଦିନକୁ ଦିନ ବଢି ଚାଲିଛି ମୋବାଇଲ୍ ଫୋନ୍ ବ୍ୟବହାର। ଛୋଟଠାରୁ ବଡ଼ ସମସ୍ତେ ଏହାକୁ ବ୍ୟବହାର କରୁଛନ୍ତି। ହେଲେ ଅଧିକ ସମୟ ମୋବାଇଲ ବ୍ୟବହାର କରିବା ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ବୋଲି ଜଣାପଡିଛି। ବିଶେଷକରି ପିଲାମାନଙ୍କ ଉପରେ ଏହାର ପ୍ରଭାବ ଅଧିକ ପଡିଥାଏ ବୋଲି ଏକ ଗବେଷଣାରୁ ଜଣାପଡ଼ିଛି। ଗବେଷକମାନେ କହିଛନ୍ତି,  ମୋବାଇଲ୍ ଫୋନ୍ ବ୍ୟବହାର ଫଳରେ ଶିଶୁଙ୍କ ହାଡ଼ ଉପରେ ଏହାର ପ୍ରଭାବ ପଡିଥାଏ।

Advertisment

ମୋବାଇଲ ଫୋନ୍ ବ୍ୟବହାର ଦ୍ୱାରା ବାରମ୍ୱାର ବେକ ନୁଆଁଇ ରହିବାକୁ ପଡ଼ିଥାଏ। ଯାହା ପିଲାଙ୍କ ହାଡ଼ ଉପରେ ପ୍ରଭାବ ପକାଇଥାଏ। ପିଲାମାନେ ଦିନକୁ ପ୍ରାୟ ୪ ଘଣ୍ଟା ମୋବାଇଲ୍ ଫୋନରେ ସମୟ ବିତାଇ ଥାଆନ୍ତି ବୋଲି ଗବେଷକ ମାନେ କହିଛନ୍ତି। ଯାହା ବର୍ଷକୁ ୧,୪୦୦ ଘଣ୍ଟା ପର୍ଯ୍ୟନ୍ତ ଶିଶୁ ମୋବାଇଲ ବ୍ୟବହାର ପାଇଁ ବେକ ନୁଆଁଇ ଥାଏ। ଫଳରେ ପିଲାମାନେ ମୁଣ୍ଡ ଓ ବେକ ବିନ୍ଧା ଭଳି ରୋଗରରେ ପୀଡିତ ହେବାର ଆଶଙ୍କା ରହିଛି।

ଅଧିକ ମୋବାଇଲ୍ ବ୍ୟବହାର ଦ୍ୱାରା ପିଲାମାନଙ୍କ ଷ୍ଟେମ୍ ସେଲରେ ପ୍ରଭାବ ପକାଇଥାଏ। ଏହି ରୋଗକୁ ଗବେଷକମାନେ ‘ଟେକସଟ ନେକ୍’ ନାମ ଦେଇଛନ୍ତି।

Advertisment

ବ୍ୟାୟାମ କରିବା ଦ୍ୱାରା ଏହି ସମସ୍ୟାରୁ କିଛି ଉପଶମ ମିଳିଥାଏ। ଏହାବାଦ୍ ପିଲାମାନେ ଯେମିତି ଅତିକମରୁ କମ୍ ମୋବାଇଲ୍ ବ୍ୟବହାର କରିବେ ସେଥିପ୍ରତି ଦୃଷ୍ଟି ଦିଆଯିବା ଦରକାର ବୋଲି ଗବେଷକମାନେ ମତ ପ୍ରକାଶ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe