ଆପଣ ମୋମୋଜ୍‌ ପ୍ରିୟ କି? ରୁହନ୍ତୁ ସାବଧାନ, ହୋଇପାରେ ଏ ସବୁ କ୍ଷତି

ନୂଆଦିଲ୍ଲୀ: ଯଦି ଆପଣ ରାସ୍ତାକଡ଼ରେ ମିଳୁଥିବା ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି, ତା’ହେଲେ ମୋମୋଜ୍ ଖାଇବାକୁ ବି ଭଲ ପାଉଥିବେ। ଗତ କିଛି ବର୍ଷ ମଧ୍ୟରେ ଆମ ଦେଶରେ ମୋମୋଜ୍‌ର ଚାହିଦା ଖୁବ୍ ବଢ଼ି ଯାଇଛି। କିନ୍ତୁ ଆପଣ ଜାଣିଛନ୍ତି କି ମୋମୋଜ୍ ଶରୀର ପ୍ରତି କେତେ କ୍ଷତିକାରକ? ଯଦି ଆପଣ ପ୍ରତିଦିନ ମୋମୋଜ୍ ଖାଆନ୍ତି, ତା’ହେଲେ ସତର୍କ ହୋଇଯାଆନ୍ତୁ। ମୋମୋଜ୍ ପ୍ରସ୍ତୁତ କରିବା ପାଇଁ ଯେଉଁ ସବୁ ସାମଗ୍ରୀର ବ୍ୟବହାର କରାଯାଏ, ସେଗୁଡ଼ିକ ଆମ ଶରୀର […]

momos

Rakesh Mallick
  • Published: Friday, 19 May 2017
  • , Updated: 19 May 2017, 08:25 AM IST

ନୂଆଦିଲ୍ଲୀ: ଯଦି ଆପଣ ରାସ୍ତାକଡ଼ରେ ମିଳୁଥିବା ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି, ତା’ହେଲେ ମୋମୋଜ୍ ଖାଇବାକୁ ବି ଭଲ ପାଉଥିବେ। ଗତ କିଛି ବର୍ଷ ମଧ୍ୟରେ ଆମ ଦେଶରେ ମୋମୋଜ୍‌ର ଚାହିଦା ଖୁବ୍ ବଢ଼ି ଯାଇଛି। କିନ୍ତୁ ଆପଣ ଜାଣିଛନ୍ତି କି ମୋମୋଜ୍ ଶରୀର ପ୍ରତି କେତେ କ୍ଷତିକାରକ? ଯଦି ଆପଣ ପ୍ରତିଦିନ ମୋମୋଜ୍ ଖାଆନ୍ତି, ତା’ହେଲେ ସତର୍କ ହୋଇଯାଆନ୍ତୁ। ମୋମୋଜ୍ ପ୍ରସ୍ତୁତ କରିବା ପାଇଁ ଯେଉଁ ସବୁ ସାମଗ୍ରୀର ବ୍ୟବହାର କରାଯାଏ, ସେଗୁଡ଼ିକ ଆମ ଶରୀର ପ୍ରତି କ୍ଷତିକାରକ। ମଇଦାରୁ ମୋମୋଜ୍ ପ୍ରସ୍ତୁତ ହୁଏ। ମଇଦାରେ ଫାଇବର ନ ଥାଏ। ତେଣୁ ଏହା ଅନ୍ତଃନଳୀକୁ କ୍ଷତି ପହଞ୍ଚାଏ।

ମଇଦାକୁ ନରମ କରିବା ପାଇଁ ଏଥିରେ ଅଲାଁକ୍ଜନ୍‌ସ ନାମକ ଏକ କେମିକାଲ୍ ବ୍ୟବହାର କରାଯାଏ। ଏହା ଆମର ପାଚନ ତନ୍ତ୍ରର ହାନି କରେ। କିଛି କ୍ଷେତ୍ରରେ ଦେଖାଯାଇଛି ଅତିମାତ୍ରାରେ ମୋମୋଜ୍ ଖାଇବା ଦ୍ୱାରା ମଧୁମେହ ରୋଗ ହେବାର ମଧ୍ୟ ଆଶଙ୍କା ବଢ଼ିଯାଏ।

ରିପୋର୍ଟ ଓ ଫଟୋ- ନବଭାରତ ଟାଇମ୍ସ

Related story