କେବଳ ତ୍ୱଚା  ନୁହଁ କେଶ ପାଇଁ ବି ମୁଲତାନି ମାଟି ବେଶ ଉପଯୋଗୀ

ଆଜିକାଲି ବ୍ୟସ୍ତବହୁଳ ଜୀବନ ଭିତରେ ନିଜ କେଶ ଓ ତ୍ୱଚା ପାଇଁ ସମସ୍ତେ ଚିନ୍ତିତ। ଅନେକ ଏହି ଅସୁବିଧାରୁ ମୁକ୍ତି ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରନ୍ତି। କେତେକ ମୁଲତାନି ମାଟି ବ୍ୟବହାର କରୁଥିବାବେଳେ ଆଉ କିଛି କେମିକାଲ ପ୍ରଡକ୍ଟ ବ୍ୟବହାର କରନ୍ତି । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ତ୍ୱଚା ଓ କେଶ ସମସ୍ୟାରୁ ଦୂର ପାଇଁ ମୁଲତାନି ମାଟିକୁ ସବୁଠୁ ଅଧିକ ଗୁରୁତ୍ୱ ଦିଆଯାଇଛି। ତ୍ୱଚା ଓ କେଶରେ କେମିକାଲ ପ୍ରଡକ୍ଟ ବ୍ୟବହାର ନ […]

multani

Rakesh Mallick
  • Published: Monday, 19 June 2017
  • , Updated: 19 June 2017, 04:20 PM IST

ଆଜିକାଲି ବ୍ୟସ୍ତବହୁଳ ଜୀବନ ଭିତରେ ନିଜ କେଶ ଓ ତ୍ୱଚା ପାଇଁ ସମସ୍ତେ ଚିନ୍ତିତ। ଅନେକ ଏହି ଅସୁବିଧାରୁ ମୁକ୍ତି ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରନ୍ତି। କେତେକ ମୁଲତାନି ମାଟି ବ୍ୟବହାର କରୁଥିବାବେଳେ ଆଉ କିଛି କେମିକାଲ ପ୍ରଡକ୍ଟ ବ୍ୟବହାର କରନ୍ତି । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ତ୍ୱଚା ଓ କେଶ ସମସ୍ୟାରୁ ଦୂର ପାଇଁ ମୁଲତାନି ମାଟିକୁ ସବୁଠୁ ଅଧିକ ଗୁରୁତ୍ୱ ଦିଆଯାଇଛି। ତ୍ୱଚା ଓ କେଶରେ କେମିକାଲ ପ୍ରଡକ୍ଟ ବ୍ୟବହାର ନ କରି ମୁଲତାନୀ ମାଟି ବ୍ୟବହାର କରିବା ଦ୍ୱାରା ଆପଣ ଅନେକ ଲାଭ ପାଇପାରିବେ। ଆସନ୍ତୁ ଜାଣିବା ମୁଲତାନି ମାଟିର ଉପକାରିତା ସମ୍ପର୍କରେ।

୧-ଯଦି ନାଲିବ୍ରଣ ଆପଣଙ୍କୁ ସମସ୍ୟାରେ ପକାଉଛି  ତେବେ ମୁଲତାନି ମାଟି ସବୁଠୁ ଭଲ ଉପାଦାନ ।

ଏହା  ନାଲିବ୍ରଣ ଦୂର କରିବା ସହ ତ୍ୱଚାକୁ ସ୍ୱଚ୍ଛ ରଖିବାରେ ସାହାଯ୍ୟ କରିଥାଏ।

୨-ଯଦି ଖରାରେ ଆପଣଙ୍କ ତ୍ୱଚାରେ ଦାଗ ହେବା ସହ ମଇଳା ଜମିଯାଏ ତେବେ

ମୁଲତାନୀ ମାଟିର ବ୍ୟବହାର ଯୋଗୁଁ ଦାଗ ଲିଭିବା ସହ ମଇଳା ମଧ୍ୟ ସଫା ହୋଇଥାଏ।

୩-ମୁଲତାନୀ ମାଟିର ବ୍ୟବହାର କରିବା ଦ୍ୱାରା ରକ୍ତ ସଂଚାଳନ କ୍ରିୟାଶୀଳ ହୋଇଥାଏ।

୪- କେଶ ଝଡିବା, ରୂପି, କେଶମୂଳ ଫାଟିବା ଭଳି ସମସ୍ୟାକୁ ମୁଲତାନୀ  ଦୂର କରିଥାଏ।

୫-ଯଦି କୌଣସି କେମିକାଲ ପ୍ରଡକ୍ଟ ବ୍ୟବହାର ଦ୍ୱାରା ଆପଣଙ୍କ ତ୍ୱଚା ଖରାପ ହେବା ସହ ଯଦି କୁଣ୍ଡେଇ ହୁଏ

ତେବେ ମୁଲତାନି ମାଟି ଲଗେଇଲେ ଆପଣ  ଆରାମ ଅନୁଭବ କରିବେ।

Related story