Advertisment

ଡାଇବେଟିସ୍‌ ନିୟନ୍ତ୍ରଣ କରେ ଛତୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବର୍ତ୍ତମାନ ସମୟରେ ଯୁବପିଢ଼ିଙ୍କ ମଧ୍ୟରେ ଟାଇପ୍‌-୨ ଡାଇବେଟିସ୍‌ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି। ଖରାପ ଲାଇଫ୍ ଷ୍ଟାଇଲ୍‌, ପ୍ରଦୂଷଣ ଓ ଫାଷ୍ଟ ଫୁଡ୍‌ ହିଁ ଏହାର କାରଣ। ଏହି ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଥିବା ବିଭିନ୍ନ ସର୍ଭେରୁ ଜଣାପଡ଼ିଛି। ଠିକ୍ ସମୟରେ ଏହାର ଚିକିତ୍ସା କରାନଗଲେ ଏହା ଗମ୍ଭୀର ସମସ୍ୟାରେ ପରିଣତ ହୋଇଥାଏ। ମୁହଁ ଶୁଖିଯିବା, ଅଧିକ ଭୋକ ଲାଗିବା, ଶୋଷ ଲାଗିବା, ମୁଣ୍ଡ ବିନ୍ଧିବା, ଓଜନ […]

ଡାଇବେଟିସ୍‌ ନିୟନ୍ତ୍ରଣ କରେ ଛତୁ

chhatu

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବର୍ତ୍ତମାନ ସମୟରେ ଯୁବପିଢ଼ିଙ୍କ ମଧ୍ୟରେ ଟାଇପ୍‌-୨ ଡାଇବେଟିସ୍‌ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି। ଖରାପ ଲାଇଫ୍ ଷ୍ଟାଇଲ୍‌, ପ୍ରଦୂଷଣ ଓ ଫାଷ୍ଟ ଫୁଡ୍‌ ହିଁ ଏହାର କାରଣ। ଏହି ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଥିବା ବିଭିନ୍ନ ସର୍ଭେରୁ ଜଣାପଡ଼ିଛି। ଠିକ୍ ସମୟରେ ଏହାର ଚିକିତ୍ସା କରାନଗଲେ ଏହା ଗମ୍ଭୀର ସମସ୍ୟାରେ ପରିଣତ ହୋଇଥାଏ।

Advertisment

ମୁହଁ ଶୁଖିଯିବା, ଅଧିକ ଭୋକ ଲାଗିବା, ଶୋଷ ଲାଗିବା, ମୁଣ୍ଡ ବିନ୍ଧିବା, ଓଜନ ହ୍ରାସ ପାଇବା, ବାରମ୍ୱାର ପରିସ୍ରା ଲାଗିବା, ଇନ୍ଫେକସନ୍ ହେବା ଓ ଦାନ୍ତରେ ସମସ୍ୟା ଦେଖାଯିବା ଆଦି ହେଉଛି ଟାଇପ୍-୨ ଡାଇବେଟିସ୍ ରୋଗର ଲକ୍ଷଣ।

ସାଧାରଣତଃ ଡାଇବେଟିସ୍ ପାଇଁ ଔଷଧ ସହିତ ଖାଦ୍ୟପେୟକୁ ଗୁରୁତ୍ୱ ଦିଆଯାଏ। ଅନେକ ଖାଦ୍ୟ ଖାଇବାକୁ ମନା କରାଯାଏ। ସେହିଭଳି କିଛି ଖାଦ୍ୟକୁ ନିର୍ଦ୍ଦିଷ୍ଟ ପରିମାଣରେ ଖାଇବାକୁ କୁହାଯାଏ। ତେବେ କିଛି ଖାଦ୍ୟ ଅଛି ଯାହା  ଟାଇପ୍‌-୨ ଡାଇବେଟିସ୍‌କୁ ନିୟନ୍ତ୍ରଣ କରିବାରେ ବେଶ୍ ସହାୟକ ହୋଇଥାଏ। ସେହି ଖାଦ୍ୟଗୁଡ଼ିକ ମଧ୍ୟରୁ ଛତୁ ଅନ୍ୟତମ।

Advertisment

ଛତୁରେ କ୍ୟାଲୋରୀ, ଫ୍ୟାଟ୍‌ ଓ କାର୍ବୋହାଇଡ୍ରେଟ୍‌ର ମାତ୍ରା ଖୁବ୍‌ କମ୍‌ ଥାଏ। ଏହା ଶରୀରକୁ ସୀମିତ ପରିମାଣର ଫାଇବର୍‌ ଯୋଗାଇଥାଏ।

ଡାଏଟ୍‌ ବିଶେଷଜ୍ଞଙ୍କ କହିବା ଅନୁସାରେ ଫ୍ରେଶ୍‌ ମସରୁମ୍‌ ଓଜନକୁ ନିୟନ୍ତ୍ରଣ କରିଥାଏ। ଏଥିରେ ଅଧିକ ମାତ୍ରାରେ ଜଳୀୟ ଅଂଶ ସହିତ କମ୍ ପରିମାଣର ଫ୍ୟାଟ୍‌ ଓ ଫାଇବର୍‌ ଥାଏ। ଆଉ ଏସବୁ ଶରୀର ଓଜନ ବଢ଼ିବାକୁ ଦିଅନ୍ତି ନାହିଁ।

ଜଣେ ସୁସ୍ଥ ମଣିଷ ପାଇଁ ପ୍ରତ୍ୟେକ ଦିନ ୨୫ରୁ ୩୫ ଗ୍ରାମ୍‌ ଫାଇବର୍‌ ଆବଶ୍ୟକ ହୋଇଥାଏ। ଛତୁରେ ସୋଲ୍ୟୁବଲ୍‌ ଓ ଇନ୍‌ସୋଲ୍ୟୁବଲ୍‌ ନାମରେ ଦୁଇ ପ୍ରକାରର ଫାଇବର୍‌ ରହିଛି। ସୋଲ୍ୟୁବଲ୍‌ ଫାଇବର୍ ରକ୍ତରେ ସୁଗାରର ସ୍ତରକୁ ନିୟନ୍ତ୍ରଣ କରିଥାଏ। ତେଣୁ ଡାଇବେଟିସ୍‌ ନିୟନ୍ତ୍ରଣରେ ରହିଥାଏ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe