ହସିବା ମନୁଷ୍ୟର ସ୍ୱାଭାବିକ ଗୁଣ। ହସିବା ଦ୍ୱାରା ଶରୀରରେ କେବଳ ରକ୍ତ ବଢ଼ିନଥାଏ ଆୟୁଷ ମଧ୍ୟ ବୃଦ୍ଧି ପାଏ। ପ୍ରତ୍ୟେକ ମଣିଷର ହସିବା ଶୈଳୀ ଅଲଗା ଅଲଗା ହୋଇଥାଏ। କିଏ ଜୋରରେ ହସେ ତ କେହି କେହି ପାଟି ବନ୍ଦ କରି ହସିଥାନ୍ତି। ସମୁଦ୍ର ଶାସ୍ତ୍ର ଅନୁସାରେ ହସିବା ଶୈଳୀରୁ ମଣିଷର ସ୍ୱଭାବ ବିଷୟରେ ମଧ୍ୟ ଜଣାପଡ଼ିଥାଏ। ଆସନ୍ତୁ ଜାଣିବା ହସିବା ଶୈଳୀରୁ କେମିତି ଜାଣିବେ କାହାର ସ୍ୱଭାବ କେମିତି ହୋଇଥିବ।
୧- ମନ ଖୋଲି ହସୁଥିବା ଲୋକେ ସହନଶୀଳ ଓ ଦୟାଳୁ ସ୍ୱଭାବର ହୋଇଥାନ୍ତି। ଏମାନେ ସର୍ବଦା ସମସ୍ତଙ୍କ ଭଲ ଚାହାଁନ୍ତି। ଏମାନେ ଭଲ ପ୍ରେମିକା ଅବା ପ୍ରେମିକା ହୋଇଥାନ୍ତି ଏବଂ କାହାକୁ ଧୋକା ଦେଇନଥାନ୍ତି।
୩- ରହି ରହି ହସୁଥିବା ଲୋକେ ଏବଂ ବହୁତ ସମୟ ପର୍ଯ୍ୟନ୍ତ ହସୁଥିବା ଲୋକେ ମାନସିକ ସ୍ତରରେ ଦୁର୍ବଳ ହୋଇଥାଆନ୍ତି। ଏପରି ଲୋକେ ସଫଳତା ପାଆନ୍ତି ନାହିଁ।
୪- ଯେଉଁମାନେ ଅଳ୍ପ ହସନ୍ତି ସେମାନେ ଧୈର୍ଯ୍ୟଶୀଳ, ଶାନ୍ତି ପ୍ରିୟ ଏବଂ ବିଶ୍ୱାସୀ ହୋଇ ଥାଆନ୍ତି । ଏମାନେ ଜ୍ଞାନୀ ମଧ୍ୟ ହୋଇଥାନ୍ତି ।
୫- ଘୋଡ଼ା ଭଳି ହସୁଥିବା ଲୋକେ ଅହଙ୍କାରୀ ହୋଇଥାଆନ୍ତି। ଏମାନେ କପଟୀ ବି ହୋଇଥାନ୍ତି। ଏମାନେ ସର୍ବଦା ଅନ୍ୟମାନଙ୍କ ଠାରୁ ଫାଇଦା ଉଠାଇଥାନ୍ତି। ଏମାନଙ୍କ ଉପରେ ବିଶ୍ୱାସ କରିବା ବିପଦ୍ଜନକ।