ପର୍ସରେ ଏହି ୫ଟି ଜିନିଷ ରଖନ୍ତୁ ନାହିଁ, ନ ହେଲେ ହୋଇଯିବେ କାଙ୍ଗାଳ

ଟଙ୍କା ସହିତ ଜଡ଼ିତ ସମସ୍ୟାକୁ ଦୂର କରିବା ପାଇଁ ବାସ୍ତୁଶାସ୍ତ୍ରରେ କିଛି ନିୟମ ରହିଛି। ଏହି ନିୟମଗୁଡ଼ିକୁ ପାଳନ କଲେ ଅର୍ଥ ଜନିତ ସମସ୍ୟାରୁ ମୁକ୍ତି ମିଳେ। ସେହି ନିୟମଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ପର୍ସ ସଂପର୍କିତ। ଏମିତି କିଛି ଜିନିଷ ରହିଛି ଯେଉଁଗୁଡ଼ିକୁ ପର୍ସ ଭିତରେ ରଖିଲେ ଆର୍ଥିକ ସମସ୍ୟା ଲାଗି ରହେ ଓ ତା’ସହିତ ଅନ୍ୟ ପ୍ରକାର ଅଶୁଭ ଫଳ ମଧ୍ୟ ମିଳିଥାଏ। ତେବେ ଜାଣି ନିଅନ୍ତୁ କେଉଁ ଜିନିଷଗୁଡ଼ିକୁ ପର୍ସରେ ରଖିବେ ନାହିଁ। […]

leatherwallet

Rakesh Mallick
  • Published: Friday, 02 June 2017
  • , Updated: 02 June 2017, 08:18 AM IST

ଟଙ୍କା ସହିତ ଜଡ଼ିତ ସମସ୍ୟାକୁ ଦୂର କରିବା ପାଇଁ ବାସ୍ତୁଶାସ୍ତ୍ରରେ କିଛି ନିୟମ ରହିଛି। ଏହି ନିୟମଗୁଡ଼ିକୁ ପାଳନ କଲେ ଅର୍ଥ ଜନିତ ସମସ୍ୟାରୁ ମୁକ୍ତି ମିଳେ। ସେହି ନିୟମଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ପର୍ସ ସଂପର୍କିତ। ଏମିତି କିଛି ଜିନିଷ ରହିଛି ଯେଉଁଗୁଡ଼ିକୁ ପର୍ସ ଭିତରେ ରଖିଲେ ଆର୍ଥିକ ସମସ୍ୟା ଲାଗି ରହେ ଓ ତା’ସହିତ ଅନ୍ୟ ପ୍ରକାର ଅଶୁଭ ଫଳ ମଧ୍ୟ ମିଳିଥାଏ। ତେବେ ଜାଣି ନିଅନ୍ତୁ କେଉଁ ଜିନିଷଗୁଡ଼ିକୁ ପର୍ସରେ ରଖିବେ ନାହିଁ।

୧- ପର୍ସରେ କେବେ ବି କୌଣସି ପ୍ରକାରର ବିଲ୍‌ ଓ ରସିଦ୍ ରଖନ୍ତୁ ନାହିଁ।

୨- କେହି କେହି ପର୍ସରେ ଚାବି ରଖନ୍ତି। ପର୍ସରେ ଚାବି ରଖିବା ଅଶୁଭ ବୋଲି କୁହାଯାଏ। ସେଗୁଡ଼ିକୁ ଟଙ୍କାପଇସା ଠାରୁ ଦୂରରେ ରଖିବା ଉଚିତ।

୩-ପର୍ସରେ ଅଶ୍ଳୀଳ ଫଟୋ ଅବା କୌଣସି ଅଶ୍ଳୀଳ ସାମଗ୍ରୀ ରଖନ୍ତୁ ନାହିଁ। ଏଭଳି କଲେ ନକାରାତ୍ମକ ଚିନ୍ତା ବଢ଼େ।

୪- ପର୍ସରେ କୌଣସି ମୃତବ୍ୟକ୍ତିଙ୍କ ଫଟୋ ରଖନ୍ତୁ ନାହିଁ। ଏହା ଆଦୌ ଶୁଭ ନୁହେଁ ବୋଲି କୁହାଯାଏ।

୫-ପର୍ସରେ ନୋଟ୍‌ ସହିତ ଲଗାଇ କୌଣସି ଟିକେଟ୍ ରଖନ୍ତୁ ନାହିଁ। ଏହା ଦ୍ୱାରା ବିବାଦ ବଢ଼େ।

ସୌଜନ୍ୟ- ଖାସ୍‌ଖବର

Related story