ସକାଳ ଜଳଖିଆ ଖାଉ ନାହାଁନ୍ତି କି? ହୋଇଯିବେ ମୋଟା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜିକାଲି କର୍ମବ୍ୟସ୍ତ୍ୟ ଜୀବନରେ ବହୁ ଲୋକଙ୍କ ପାଖରେ କିଛି ସମୟ ବସି ଆରମ୍‌ରେ ଖାଇବାକୁ ସମୟ ନାହିଁ। ଏପରିସ୍ଥିତିରେ ସେମାନେ ଯେତେବେଳେ ଯାହା ପାଉଛନ୍ତି ଖାଇ ଦେଉଛନ୍ତି। ହେଲେ ସକାଳ ଜଳଖିଆରେ କେବେ ହେଳା କରିବା ଉଚିତ୍ ନୁହେଁ । ରାତ୍ରି ଭୋଜନ ପରେ ମଧ୍ୟାହ୍ନ ଭୋଜନ ମଧ୍ୟରେ ୧୫ରୁ ୧୬ ଘଣ୍ଟାର ବ୍ୟବଧାନ ରହିଥାଏ। ତେଣୁ ସକାଳ ସମୟର ଜଳଖିଆ ସାରା ଦିନର ଆହାର ମଧ୍ୟରୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ। କାରଣ ଯଦି […]

breakfast

Chinmayee Roy
  • Published: Saturday, 13 April 2019
  • , Updated: 13 April 2019, 08:12 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜିକାଲି କର୍ମବ୍ୟସ୍ତ୍ୟ ଜୀବନରେ ବହୁ ଲୋକଙ୍କ ପାଖରେ କିଛି ସମୟ ବସି ଆରମ୍‌ରେ ଖାଇବାକୁ ସମୟ ନାହିଁ। ଏପରିସ୍ଥିତିରେ ସେମାନେ ଯେତେବେଳେ ଯାହା ପାଉଛନ୍ତି ଖାଇ ଦେଉଛନ୍ତି। ହେଲେ ସକାଳ ଜଳଖିଆରେ କେବେ ହେଳା କରିବା ଉଚିତ୍ ନୁହେଁ ।

ରାତ୍ରି ଭୋଜନ ପରେ ମଧ୍ୟାହ୍ନ ଭୋଜନ ମଧ୍ୟରେ ୧୫ରୁ ୧୬ ଘଣ୍ଟାର ବ୍ୟବଧାନ ରହିଥାଏ। ତେଣୁ ସକାଳ ସମୟର ଜଳଖିଆ ସାରା ଦିନର ଆହାର ମଧ୍ୟରୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ। କାରଣ ଯଦି ଆପଣ ସକାଳର ଜଳଖିଆ ଠିକ୍ ସମୟରେ କରୁ ନାହାନ୍ତି, ତେବେ ଆପଣଙ୍କ ଶରୀର ଉପରେ ଏହାର ଖରାପ ପ୍ରଭାବ ପଡ଼ିପାରେ। ଗବେଷାଣାରୁ ଜଣାପଡ଼ିଛି, ସକାଳ ଜଳଖିଆ ଖାଉ ନ ଥିବା ଲୋକେ ଗମ୍ଭୀର ରୋଗର ଶିକାର ହୋଇପାରନ୍ତି।

୧) ସକାଳ ସମୟରେ ଜଳଖିଆ ଖାଇବା ଦ୍ୱାରା ପେଟ ଭରି ହୋଇ ରହେ। ପେଟ ପୂରା ରହିଲେ ଅଯଥା ଟେନ୍‌ସନ ଆସି ନଥାଏ କି ଚିଡ୍‌ଚିଡ଼ା ଲାଗି ନଥାଏ। ଫଳରେ ଆପଣ ଦିନସାରା ସତେଜତା ଅନୁଭବ କରିବେ।

୨)  ନିୟମିତ ସକାଳ ଜଳଖିଆ ଖାଉ ନଥିବା ଲୋକଙ୍କ ରୋଗ ପ୍ରତିରୋଧକାରୀ ଶକ୍ତି କମି ଯାଇଥାଏ। ଫଳରେ ପ୍ରାୟ ସବୁ ସମୟରେ ଏମାନ ରୋଗରେ ପଡ଼ିଥାନ୍ତି।

୩) ଗବେଷଣାରୁ ଜଣାପଡ଼ିଛି, ନିୟମିତ ସକାଳ ଜଳଖିଆ ଖାଉ ନଥିବା ଲୋକଙ୍କ ଓଜନ ବଢ଼ିବାର ଆଶଙ୍କା ଅଧିକ ଥାଏ। କାରଣ ଯେଉଁମାନେ ବ୍ରେକଫାଷ୍ଟ ଖାଇ ନଥାନ୍ତି, ସେମାନେ ଲଞ୍ଚ ଓ ଡିନରରେ ଅଧିକ ଖାଇଥାନ୍ତି, ଯାହାଦ୍ୱାରା ଓଜନ ହ୍ରାସ ନ ପାଇ ବରଂ ବୃଦ୍ଧି ହୋଇଥାଏ।

୪) ସକାଳ ଜଳଖିଆ ନ କରିବା ଦ୍ୱାରା ଡାଇବେଟିସ୍ ହେବାର ସମ୍ଭାବନା ଅଧିକ ଥାଏ। କାରଣ ଅତ୍ୟଧିକ ଓଜନ ଏବଂ ସଠିକ ବ୍ୟାୟାମ ଅଭାବରୁ ୯୦ ପ୍ରତିଶତ ଲୋକ ଡାଏବେଟିସରେ ପୀଡ଼ିତ ହୋଇଥାନ୍ତି।

୫) ବ୍ରେକଫାଷ୍ଟ ନ କରିବା ଦ୍ୱାରା କେବଳ ଶରୀର ଉପରେ ଏହା ଖରାପ ପ୍ରଭାବ ପକାଇ ନ ଥାଏ ବରଂ ଆପଣଙ୍କ ସୋଶାଲ ଲାଇଫ୍‌କୁ ମଧ୍ୟ ଏହା ପ୍ରଭାବିତ କରିଥାଏ । ଆଜ୍ଞା ହଁ, ବ୍ରେକଫାଷ୍ଟ ନ କରିବା ଦ୍ୱାରା ପାଟିରେ ଲାଳ ରହି ବ୍ୟାକ୍ଟେରିଆ ବଢିଥାଏ । ଯାହାଫଳରେ ପାଟିରୁ ଦୁର୍ଗନ୍ଧ ବାହାରିଥାଏ ।

 

 

Related story