Advertisment

ନିୟମିତ ବ୍ୟାୟାମରେ ବ୍ୟତିକ୍ରମ ଶାରୀରିକ ସମସ୍ୟା ସୃଷ୍ଟିର କାରଣ

ଭୁବନେଶ୍ୱର: ନିୟମିତ ବ୍ୟାୟାମ କରିବା ଦ୍ୱାରା ଶରୀରର ଆକାର ଖୁବ୍‌ ସୁନ୍ଦର ରହିବା ସହ ସୁସ୍ଥ ମଧ୍ୟ ରୁହେ। ଯଦି ନିୟମିତ ବ୍ୟାୟାମରେ ବ୍ୟତିକ୍ରମ କରାଯାଏ ତେବେ ଶରୀରର ଆକାରରେ ଅଦ୍ଭୁତ ପ୍ରକାର ପରିବର୍ତ୍ତନ ଆସିବା ସହ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଉପୁଜେ। କେବଳ ସେତିକି ନୁହେଁ ସ୍ମରଣଶକ୍ତି କ୍ଷୟ ହେବାର ମଧ୍ୟ ସମ୍ଭାବନା ରହିଛି। ଆସନ୍ତୁ ଜାଣିବା ନିୟମିତ ବ୍ୟାୟାମରେ ସାମାନ୍ୟ ଅବହେଳା ଆପଣଙ୍କୁ କେଉଁ ପ୍ରକାର ସମସ୍ୟାର ସମ୍ମୁଖୀନ କରାଇବ। ରକ୍ତଚାପ ବଢ଼ାଏ: ନୟିମିତ […]

ଅଦ୍ୟତନ ହୋଇଛି
ନିୟମିତ ବ୍ୟାୟାମରେ ବ୍ୟତିକ୍ରମ ଶାରୀରିକ ସମସ୍ୟା ସୃଷ୍ଟିର କାରଣ

tradmil

Advertisment

tradmilଭୁବନେଶ୍ୱର: ନିୟମିତ ବ୍ୟାୟାମ କରିବା ଦ୍ୱାରା ଶରୀରର ଆକାର ଖୁବ୍‌ ସୁନ୍ଦର ରହିବା ସହ ସୁସ୍ଥ ମଧ୍ୟ ରୁହେ। ଯଦି ନିୟମିତ ବ୍ୟାୟାମରେ ବ୍ୟତିକ୍ରମ କରାଯାଏ ତେବେ ଶରୀରର ଆକାରରେ ଅଦ୍ଭୁତ ପ୍ରକାର ପରିବର୍ତ୍ତନ ଆସିବା ସହ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଉପୁଜେ। କେବଳ ସେତିକି ନୁହେଁ ସ୍ମରଣଶକ୍ତି କ୍ଷୟ ହେବାର ମଧ୍ୟ ସମ୍ଭାବନା ରହିଛି। ଆସନ୍ତୁ ଜାଣିବା ନିୟମିତ ବ୍ୟାୟାମରେ ସାମାନ୍ୟ ଅବହେଳା ଆପଣଙ୍କୁ କେଉଁ ପ୍ରକାର ସମସ୍ୟାର ସମ୍ମୁଖୀନ କରାଇବ।

Advertisment

ରକ୍ତଚାପ ବଢ଼ାଏ: ନୟିମିତ ବ୍ୟାୟାମ ହଠାତ ବନ୍ଦ କରନ୍ତୁ ନାହିଁ । ବ୍ୟାୟାମ ବନ୍ଦ କରିବା ଦ୍ୱାରା ଶରୀରର ରକ୍ତଚାପ ବଢ଼ିବାକୁ ଲାଗେ।

ରକ୍ତରେ ଶର୍କରାର ମାତ୍ରା ବଢ଼େ: ନିୟମିତ ବ୍ୟାୟାମ ହାଠତ୍‌ ବନ୍ଦ କଲେ ରକ୍ତରେ ଶର୍କରାର ମାତ୍ରା ଦୁଇରୁ ତିନି ସପ୍ତାହ ପର୍ଯ୍ୟନ୍ତ ପୂର୍ବ ପରି ସ୍ତିର ରୁହେ। କିନ୍ତୁ ପରେ ରକ୍ତରେ ଶର୍କରାର ମାତ୍ରା ବଢ଼ିବାକୁ ଲାଗେ। ଏହାପରେ ବି ଯଦି ବ୍ୟାୟାମ ନ କରନ୍ତି ତେବେ ଆପଣଙ୍କୁ ଡାଇବେଟିସ୍‌ ହେବାର ଅଧିକ ସମ୍ଭାବନା ରହିଛି।

Advertisment

ଶରୀରର ଓଜନ ବଢ଼େ: ଅନେକ ଲୋକ ନିୟମିତ ବ୍ୟାୟାମ କରି ସୁନ୍ଦର ସ୍ୱାସ୍ଥ୍ୟ ପାଇବା ପରେ ବ୍ୟାୟାମ କରିବାରେ ଅବହେଳା କରିଥାନ୍ତି କିମ୍ବା ଛାଡ଼ି ଦିଅନ୍ତି। ଏପରି କରିବା ଦ୍ୱାରା ଶରୀର ଆକାର ଓ ଓଜନରେ ପରିବର୍ତ୍ତନ ଦେଖାଯାଏ। ବିଶେଷ କରି ଅଣ୍ଟା ବଢ଼ିବା ଦେଖାଯାଏ।

ଶରୀର ଫୁଲେ: ବ୍ୟାୟାମ ବନ୍ଦ କରିବାର ଦୁଇ ସପ୍ତାହ ପରେ ଶରୀରରେ ଓଜନ କମିବା ବନ୍ଦ ହୋଇଯାଏ। ସମୟ କ୍ରମେ ଆପଣଙ୍କ ଶରୀର ପୃଥଳାକାର ଦେଖାଯାଏ। ପରେ ପୁନର୍ବାର ଏରୋବିକ୍ସ, କାର୍ଡିଓ କଲେ ମଧ୍ୟ ଶରୀର ଆକାର ପୂର୍ବ ପରି ସୁନ୍ଦର ହେବାରେ ଅଧିକ ସମୟ ଲାଗିଥାଏ।

ମାନସିକ ସ୍ତରକୁ ପ୍ରଭାବିତ କରେ: ନିୟମିତ ବ୍ୟାୟାମ ଯେ କେବଳ ଶରୀରକୁ ସୁନ୍ଦର କରେ ତାହା ନୁହେଁ, ମସ୍ତିଷ୍କକୁ ମଧ୍ୟ ଖୁବ୍‌ ସୁସ୍ଥ ରଖେ। କିନ୍ତୁ ବ୍ୟାୟାମ ବନ୍ଦ କରିବାର ଦୁଇ ସପ୍ତାହ ପରେ ମସ୍ତିଷ୍କ ଅଧିକ ପରିମାଣରେ ପ୍ରଭାବିତ ହୁଏ। ମସ୍ତିଷ୍କ କାର୍ଯ୍ୟକ୍ଷମ ହେବାରେ ବାଧା ସୃଷ୍ଟି ହୁଏ ଓ ମାନ୍ଦା ଅନୁଭବ ହୁଏ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe