ଭୁଲ୍‌ରେ ବି ପିଅନ୍ତୁ ନାହିଁ କଞ୍ଚା କ୍ଷୀର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରତିଦିନ ଗୋଟିଏ ଗ୍ଲାସ୍‌ କ୍ଷୀର ପିଇବା ପାଇଁ ଡାକ୍ତର ପରାମର୍ଶ ଦେଇଥା’ନ୍ତି। କ୍ଷୀରରେ ଭରପୂର ମାତ୍ରାରେ କ୍ୟାଲସିୟମ୍‌ ଓ ପ୍ରୋଟିନ୍‌ ରହିଛି, ଯାହା ହାଡ଼ର ବିକାଶ କରିବା ସହିତ ଶରୀର ପାଇଁ ବହୁ ଉପକାରୀ ହୋଇଥାଏ। କିନ୍ତୁ ଅନେକ ସମୟରେ ଦେଖା ଯାଇଥାଏ ଯେ, କ୍ଷୀରକୁ ନ ସିଝାଇ କିଛି ଲୋକ କଞ୍ଚା ପିଇଥା’ନ୍ତି। ତେବେ କଞ୍ଚା କ୍ଷୀର ପିଇବା ଶରୀର ପାଇଁ କ୍ଷତିକାରକ ବୋଲି ଜଣାପଡ଼ିଛି। କ୍ଷୀରକୁ ସିଝାଇବା ପରେ ଏଥିରୁ […]

m2

Puspanjali Panda
  • Published: Monday, 16 September 2019
  • , Updated: 16 September 2019, 03:27 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରତିଦିନ ଗୋଟିଏ ଗ୍ଲାସ୍‌ କ୍ଷୀର ପିଇବା ପାଇଁ ଡାକ୍ତର ପରାମର୍ଶ ଦେଇଥା’ନ୍ତି। କ୍ଷୀରରେ ଭରପୂର ମାତ୍ରାରେ କ୍ୟାଲସିୟମ୍‌ ଓ ପ୍ରୋଟିନ୍‌ ରହିଛି, ଯାହା ହାଡ଼ର ବିକାଶ କରିବା ସହିତ ଶରୀର ପାଇଁ ବହୁ ଉପକାରୀ ହୋଇଥାଏ। କିନ୍ତୁ ଅନେକ ସମୟରେ ଦେଖା ଯାଇଥାଏ ଯେ, କ୍ଷୀରକୁ ନ ସିଝାଇ କିଛି ଲୋକ କଞ୍ଚା ପିଇଥା’ନ୍ତି। ତେବେ କଞ୍ଚା କ୍ଷୀର ପିଇବା ଶରୀର ପାଇଁ କ୍ଷତିକାରକ ବୋଲି ଜଣାପଡ଼ିଛି।

କ୍ଷୀରକୁ ସିଝାଇବା ପରେ ଏଥିରୁ ଜରୁରୀ ପୋଷକ ତତ୍ତ୍ୱ ନଷ୍ଟ ହୋଇଯାଏ ବୋଲି ସାଧାରଣତଃ ବିଶ୍ୱାସ କରାଯାଇଥାଏ। କିନ୍ତୁ ଏହା ଠିକ୍‌ ନୁହେଁ। କ୍ଷୀର କଞ୍ଚା ହେଉ କିମ୍ୱା ସିଝା- ଏଥିରେ ନ୍ୟୁଟ୍ରିସନ୍‌ର ମାତ୍ରା ସମାନ ରହିଥାଏ। କ୍ଷୀରରେ କ୍ୟାଲସିୟମ୍‌, ଫସ୍‌ଫରସ୍‌ ଓ ମିନେରାଲ୍ସ ପରି ପୋଷକ ତତ୍ତ୍ୱ ରହିଛି, ଯାହା ଉଚ୍ଚ ତାପମାତ୍ରାରେ ସିଝାଇବା ପରେ ମଧ୍ୟ ନଷ୍ଟ ହୋଇ ନଥାଏ।

କଞ୍ଚା କ୍ଷୀରକୁ ନେଇ ଥିବା ଭୁଲ୍‌ ଧାରଣା 

କିଛି ଲୋକ ବିଶ୍ୱାସ କରନ୍ତି ଯେ କଞ୍ଚା କ୍ଷୀର ପିଇଲେ ଶରୀରକୁ ଅଧିକ ଲାଭ ମିଳିଥାଏ। କିନ୍ତୁ ଏହି ମତ ସମସ୍ତଙ୍କ ପାଇଁ ସମାନ ନୁହେଁ। କଞ୍ଚା କ୍ଷୀର ଲାକ୍ଟୋସ୍‌ ଇନ୍‌ଟଲେରାନ୍ସ ବା ମିଲ୍କ ଇନ୍‌ଟଲେରାନ୍ସ ନାମକ ଏକ ପ୍ରକାର ରୋଗରେ ପୀଡ଼ିତ ବ୍ୟକ୍ତିଙ୍କ ପାଇଁ ଉପକାରୀ ବୋଲି କୁହାଯାଏ। ଏହାର କାରଣ କଞ୍ଚା କ୍ଷୀରରେ ‘ଲାକ୍ଟୋସ୍‌’ ନାମକ ଏକ ତତ୍ତ୍ୱ ରହିଛି, ଯାହା ପାଚନ କ୍ରିୟାରେ ସାହାଯ୍ୟ କରିଥାଏ। କିନ୍ତୁ କ୍ଷୀରକୁ ସିଝାଇବା ପରେ ସେଥିରେ ଥିବା ‘ଲାକ୍ଟୋସ୍‌’ ନଷ୍ଟ ହୋଇଯାଇଥାଏ।

କୌଣସି ବ୍ୟକ୍ତିଙ୍କୁ ଶ୍ୱାସ କିମ୍ୱା ଏକ୍‌ଜିମା ପରି ସ୍କିନ୍‌ ଆଲର୍ଜି ଥିଲେ, ସେମାନଙ୍କ ପାଇଁ କଞ୍ଚା କ୍ଷୀର ଉପକାରୀ ସାବ୍ୟସ୍ତ ହୋଇଥାଏ। କିନ୍ତୁ ସମସ୍ତଙ୍କ ପାଇଁ ନୁହେଁ।

କଞ୍ଚା କ୍ଷୀର କାହିଁକି ପିଇବା ଉଚିତ୍‌ ନୁହେଁ ?

କଞ୍ଚା କ୍ଷୀରରେ ସାଲ୍‌ମୋନେଲା(Salmonella), ଏଶ୍ଚେରେଚିଆ(Escherichia), କାମ୍ପିଲୋବ୍ୟାକ୍ଟର(Campylobacter), ଇ-କୋଲି(E. Coli) ଓ କ୍ରିପ୍ଟୋସ୍ପୋରିଡିୟମ(Cryptosporidium) ପରି କ୍ଷତିକାରକ ବ୍ୟାକ୍ଟେରିଆ ରହିଛନ୍ତି। ଏହି ବ୍ୟାକ୍ଟେରିଆଗୁଡ଼ିକ ଅଧିକ ସମୟ ପର୍ଯ୍ୟନ୍ତ ଜୀବିତ ରହନ୍ତି। ଏଥିପାଇଁ କଞ୍ଚା କ୍ଷୀର ଶୀଘ୍ର ଖରାପ ହୋଇଯାଏ। ତେଣୁ କଞ୍ଚା କ୍ଷୀର ପିଇଲେ ଏହିସବୁ ବ୍ୟାକ୍ଟେରିଆ ଶରୀରରେ ପ୍ରବେଶ କରନ୍ତି ଓ  ଡାଇରିଆ, ଡିହାଇଡ୍ରେସନ୍, ରିଆକ୍ଟିଭ୍ ଆର୍ଥରାଇଟିସ୍, Gulian-Barre syndrome ଏବଂ Hemolytic uremic syndrome ପରି କ୍ଷତିକାରକ ରୋଗର ବାହକ ସାଜନ୍ତି। ଏହା ବ୍ୟତୀତ କଞ୍ଚା କ୍ଷୀର ପିଇଲେ ବାନ୍ତି ଓ ଜ୍ୱର ମଧ୍ୟ ହୋଇଥାଏ। ତେଣୁ କଞ୍ଚା କ୍ଷୀର ପିଇବା ପାଇଁ ବାରଣ କରାଯାଇଥାଏ।

ସୂଚନାଯୋଗ୍ୟ, ଅନେକ ଗବେଷଣାକୁ ଏହା ଜଣାପଡ଼ିଛି ଯେ କଞ୍ଚା ଓ ସିଝା କ୍ଷୀରରେ ସମାନ ମାତ୍ରାରେ ପୋଷକ ତତ୍ତ୍ୱ ରହିଛି।

Related story