ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଫିଟ୍ନେସ୍ ପାଇଁ ନିୟମିତ ଏକ୍ସର୍ସାଇଜ୍ କରିବାକୁ ଆପଣଙ୍କ ପାଖରେ ସମୟ ନାହିଁ। ଯଦି ଆପଣ ଅଧିକ ବ୍ୟସ୍ତ ରହୁଛନ୍ତି ଏବଂ ଜିମ୍ ଯାଇ ପାରୁ ନାହାନ୍ତି, ତେବେ ସାଇକେଲିଂ ଆପଣଙ୍କୁ ଫିଟ୍ ରଖିବାରେ ସାହାଯ୍ୟ କରିବ। ଜିମ୍ରେ ଘଣ୍ଟା ଘଣ୍ଟା ଧରି ଏକ୍ସର୍ସାଇଜ୍ ବଦଳରେ ଆପଣ ପ୍ରତିଦିନ ସାଇକେଲ୍ ଚଲାଇବା ପାଇଁ ଆପଣଙ୍କୁ ମାତ୍ର ୩୦ ମିନିଟ୍ ସମୟ ଦେବାକୁ ପଡ଼ିବ। ସାଇକେଲ୍ ଚଲାଇବା ଦ୍ୱାରା ଶରୀର ସୁସ୍ଥ ଏବଂ ଫିଟ୍ ରହିଥାଏ।
ଆସନ୍ତୁ ଜାଣିବା, ସାଇକେଲ୍ ଚଲାଇବା ଦ୍ୱାରା ଶରୀରକୁ କ’ଣ ସବୁ ଫାଇଦା ମିଳିଥାଏ।
ହୃଦ୍ ରୋଗ ହୋଇନଥାଏ:
ମୋଟାପଣ ହ୍ରାସ ପାଏ:
ପ୍ରତିଦିନ ୩୦ ମିନିଟ୍ ସାଇକେଲ୍ ଚଲାଇବା ଦ୍ୱାରା ଶରୀରର ମୋଟାପଣ ହ୍ରାସ ପାଇଥାଏ। ଆଉ ମୋଟାପଣ ହ୍ରାସ ପାଇଲେ ଶରୀରକୁ ବିଭିନ୍ନ ରୋଗରୁ ସୁରକ୍ଷା ମିଳିଥାଏ।
ଡାଇବେଟିସ୍ ନିୟନ୍ତ୍ରଣ କରେ :
ଡାଇବେଟିସ୍ ରୋଗୀ ଯଦି ସାଇକେଲିଂ କରନ୍ତି, ତେବେ ତାଙ୍କ ଶରୀରର ସୁଗାର୍ ସ୍ତର ନିୟନ୍ତ୍ରିତ ରହିଥାଏ। କିନ୍ତୁ ଗୋଟିଏ କଥା ଧ୍ୟାନରେ ରଖନ୍ତୁ, ପ୍ରଥମେ ସୁଗାର୍ ପରୀକ୍ଷା କରନ୍ତୁ ଏବଂ ସାଇକେଲିଂ କରିବା ପୂର୍ବରୁ ଅଧିକ ପାଣି ପିଅନ୍ତୁ। ଟାଇପ୍-୧ ଡାଇବେଟିସ୍ ରୋଗୀ ଯଦି ୧ ଘଣ୍ଟାରୁ ଅଧିକ ସମୟ ସାଇକେଲିଙ୍ଗ୍ କରନ୍ତି, ତେବେ କାର୍ବୋହାଇଡ୍ରେଡ୍ଯୁକ୍ତ ଖାଦ୍ୟ ଖାଆନ୍ତୁ।
ଚିନ୍ତା ଦୂର ହୁଏ :
ଏକ ଗବେଷଣାରୁ ଜଣାପଡ଼ିଛି ଯେ,ସାଇକେଲ୍ ଚଲାଇବା ଦ୍ୱାରା ମଣିଷର ଚିନ୍ତା ଦୂର ହୋଇଥାଏ।
ହାଡ଼ ମଜବୁତ୍ ହୋଇଥାଏ:
ଶରୀରରେ ହାଡ଼ ଦୁର୍ବଳ ହେଲେ, ବୟସ ପୂର୍ବରୁ ବାର୍ଦ୍ଧକ୍ୟ ଆସିଥାଏ। ହାଡ଼ ଦୁର୍ବଳ ହେବା କାରଣରୁ ଶରୀରରେ ଯନ୍ତ୍ରଣା ହୁଏ ଏବଂ ଠିକ୍ରେ ବସାଉଠା କରିହୁଏ ନାହିଁ। ସାଇକେଲିଂ ଦ୍ୱାରା ପାଦର ଏକ୍ସର୍ସାଇଜ୍ ହେଉଥିବାରୁ ଆଣ୍ଠୁଗଣ୍ଠି ବିନ୍ଧା ମଧ୍ୟ କମ୍ ହୋଇଥାଏ, ହାଡ଼ ମଧ୍ୟ ମଜବୁତ୍ ହୁଏ।