ଘରେ ଅଁଳା ଗଛ ଲଗାଇଲେ ଦୂର ହୋଇଥାଏ ଅନେକ ସମସ୍ୟା

ବିଶ୍ୱାସ ରହିଛି  ଅଁଳା ଗଛରେ ଭଗବାନ ବିଷ୍ଣୁ ବାସ କରନ୍ତି। ଏହି ଗଛ ଭଗବାନ ବିଷ୍ଣୁଙ୍କ ଅତ୍ୟନ୍ତ ପ୍ରିୟ।  ଅଁଳା ଗଛ ପୂଜା କଲେ ବୁଧ ଗ୍ରହ ଶାନ୍ତ ରହନ୍ତି। ବାସ୍ତୁଶାସ୍ତ୍ର ଅନୁସାରେ ଅଁଳା ଗଛ ଘରେ ଲଗାଇବା ଶୁଭ ହୋଇଥାଏ। ଅଁଳା ଗଛକୁ ଘରର ପୂର୍ବ ଦିଗରେ  ଲଗାଇଲେ ଘରେ ସକାରାତ୍ମକ ପ୍ରଭାବ ପଡିଥାଏ। ଏହି ଗଛକୁ ଘରର ଉତ୍ତର ଦିଗରେ ମଧ୍ୟ ଲଗାଇପାରିବେ। ଶାସ୍ତ୍ର ଅନୁସାରେ ଅଁଳା ନବମୀ ଦିନ ଏହି ଗଛ ମୂଳରେ […]

amla

Rakesh Mallick
  • Published: Friday, 06 October 2017
  • , Updated: 06 October 2017, 02:00 PM IST

ବିଶ୍ୱାସ ରହିଛି  ଅଁଳା ଗଛରେ ଭଗବାନ ବିଷ୍ଣୁ ବାସ କରନ୍ତି। ଏହି ଗଛ ଭଗବାନ ବିଷ୍ଣୁଙ୍କ ଅତ୍ୟନ୍ତ ପ୍ରିୟ।  ଅଁଳା ଗଛ ପୂଜା କଲେ ବୁଧ ଗ୍ରହ ଶାନ୍ତ ରହନ୍ତି।

ବାସ୍ତୁଶାସ୍ତ୍ର ଅନୁସାରେ ଅଁଳା ଗଛ ଘରେ ଲଗାଇବା ଶୁଭ ହୋଇଥାଏ। ଅଁଳା ଗଛକୁ ଘରର ପୂର୍ବ ଦିଗରେ  ଲଗାଇଲେ ଘରେ ସକାରାତ୍ମକ ପ୍ରଭାବ ପଡିଥାଏ। ଏହି ଗଛକୁ ଘରର ଉତ୍ତର ଦିଗରେ ମଧ୍ୟ ଲଗାଇପାରିବେ।

ଶାସ୍ତ୍ର ଅନୁସାରେ ଅଁଳା ନବମୀ ଦିନ ଏହି ଗଛ ମୂଳରେ ବସି ଖାଇଲେ  ଶରୀରର ରୋଗ ପ୍ରତିରୋଧକ  କ୍ଷମତା ବୃଦ୍ଧି ପାଏ  ଏବଂ ଆୟୁଷ ବଢେ।

କୌଣସି ଶୁକ୍ଲ ପକ୍ଷ ପଞ୍ଚମୀ ତିଥିରେ ଅଁଳାଗଛ ପୂଜା କଲେ ସୌଭାଗ୍ୟ ପ୍ରାପ୍ତି ହୁଏ। ଅଁଳା ଗଛ ତଳେ ବ୍ରାହ୍ମଣଙ୍କୁ ମିଠା ଖାଦ୍ୟ ଖୁଆଇ କିଛି ଦାନ କରନ୍ତୁ। ଏପରି କଲେ ବିଭିନ୍ନ ସମସ୍ୟା ଦୂର ହୋଇଥାଏ  ଏବଂ ସବୁ କାର୍ଯ୍ୟରେ ସଫଳତା ମିଳିଥାଏ ।

Related story