ପ୍ରସବ ପରେ ମହିଳାଙ୍କୁ ଦିଅନ୍ତୁ ଏହି ୫ଟି ଖାଦ୍ୟ, ମା’ ଛୁଆ ରହିବେ ସୁସ୍ଥ...

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) :  ଗର୍ଭବସ୍ଥା ସମୟରେ ମା’ମାନଙ୍କ ଖାଦ୍ୟପେୟର ଖୁବ୍‌ ଧ୍ୟାନ ରଖାଯାଇଥାଏ। ଯାହାଦ୍ୱାରା ଆବଶ୍ୟକ ପୋଷକ ତତ୍ତ୍ୱ ପାଇ ଉଭୟ ମା’ ଓ ଶିଶୁ  ସୁସ୍ଥ ରହିପାରିବେ। କେବଳ ପ୍ରସବ  ପୂର୍ବରୁ ନୁହେଁ, ପ୍ରସବ ପରେ ମଧ୍ୟ ଉଭୟ ମା’  ଓ ନବଜାତକଙ୍କ ଖାଦ୍ୟ ଉପରେ ବିଶେଷ ଧ୍ୟାନ ଦିଅନ୍ତୁ। ବହୁତ ମହିଳା ପ୍ରସବ ପରେ ଛୁଆ କାମରେ ବ୍ୟସ୍ତ ରହି ନିଜ ଡାଏଟକୁ ଗୁରୁତ୍ୱ ଦେଇ ନ ଥାନ୍ତି। କିନ୍ତୁ ଏହା ଉଭୟଙ୍କ […]

mom-12..

Niharika Rout
  • Published: Monday, 13 May 2019
  • , Updated: 13 May 2019, 09:24 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) :  ଗର୍ଭବସ୍ଥା ସମୟରେ ମା’ମାନଙ୍କ ଖାଦ୍ୟପେୟର ଖୁବ୍‌ ଧ୍ୟାନ ରଖାଯାଇଥାଏ। ଯାହାଦ୍ୱାରା ଆବଶ୍ୟକ ପୋଷକ ତତ୍ତ୍ୱ ପାଇ ଉଭୟ ମା’ ଓ ଶିଶୁ  ସୁସ୍ଥ ରହିପାରିବେ। କେବଳ ପ୍ରସବ  ପୂର୍ବରୁ ନୁହେଁ, ପ୍ରସବ ପରେ ମଧ୍ୟ ଉଭୟ ମା’  ଓ ନବଜାତକଙ୍କ ଖାଦ୍ୟ ଉପରେ ବିଶେଷ ଧ୍ୟାନ ଦିଅନ୍ତୁ। ବହୁତ ମହିଳା ପ୍ରସବ ପରେ ଛୁଆ କାମରେ ବ୍ୟସ୍ତ ରହି ନିଜ ଡାଏଟକୁ ଗୁରୁତ୍ୱ ଦେଇ ନ ଥାନ୍ତି। କିନ୍ତୁ ଏହା ଉଭୟଙ୍କ ସ୍ୱାସ୍ଥ୍ୟ ଲାଗି କ୍ଷତିକାରକ ।

ଡାକ୍ତରଙ୍କ କହିବାନୁଯାୟୀ, ନବଜାତକକୁ ପ୍ରଥମ ବର୍ଷ ମା’ଠାରୁ ସ୍ତନ୍ୟପାନ କରାଇବା ଉଚିତ। ଏଥିଲାଗି ନିଜ ଖାଦ୍ୟ ଉପରେ ମା’ମାନଙ୍କୁ ଗୁରୁତ୍ୱ ଦେବା ଉଚିତ। ଆସନ୍ତୁ ଜାଣିବା ପ୍ରସବ ପରେ ମା’ମାନଙ୍କୁ କେଉଁପରି ଖାଦ୍ୟ ନିଜ ଡାଏଟରେ ସାମିଲ କରିବା ଉଚିତ। ଯାହାଦ୍ୱାରା କି ସେ ଓ ଛୁଆ ସୁସ୍ଥ ରହି ପାରିବେ।

ଓଟସ୍
ପ୍ରୋଟିନ ଓ ଫାଇବରରେ ଭରପୁର ଓଟସ୍‌ ଶରୀରରେ ଆଇରନ୍‌ର ଅଭାବକୁ ପୂରଣ କରିବାରେ ସାହାଯ୍ୟ କରିଥାଏ। ଏହାବ୍ୟତୀତ ଏହାକୁ ନିୟମିତ ରୂପେ ଖାଇଲେ ମା’ମାନଙ୍କ ଏମର୍ଜୀ ସ୍ତର ବଢିଥାଏ ତଥା ସେମାନେ ଅବସାଦରୁ ଦୂରେଇ ରହିଥାନ୍ତି।

ଅଣ୍ଡା

ପ୍ରସବ ପରେ ମହିଳମାନଙ୍କୁ ପ୍ରଚୁର ମାତ୍ରାରେ ପ୍ରୋଟିନର ଆବଶ୍ୟକତା ହୋଇଥାଏ। ଆଉ ପ୍ରୋଟିନର ସବୁଠୁ ଭଲ ସ୍ରୋତ ହେଉଛି ଅଣ୍ଡା। ଏହାଦ୍ୱାରା ଶରୀରକୁ ଏନର୍ଜୀ ମିଳିଥାଏ ଓ ଭିଟାମିନ ‘ଡି’ର ଅଭାବ ମଧ୍ୟ ଦୂର ହୋଇଥାଏ।

ପାଳଙ୍ଗ ଶାଗ

ଶରୀରକୁ ଆଇରନ ଯୋଗାଇବା ଲାଗି ପାଳଙ୍ଗ ଶାଗ ପ୍ରକୃତିର ଏକ ବରଦାନ। ଏହାବ୍ୟତୀତ ଏହା ଭିଟାମିନ ‘ଏ’ର ବି ଏକ ଭଲ ସ୍ରୋତ ଅଟେ। ଆପଣ ଚାହିଁଲେ ଏହାକୁ ଜୁସ୍‌, ସାଲାଡ, କିମ୍ୱା ରାନ୍ଧିକି ମଧ୍ୟ ଖାଇ ପାରିବେ।

କ୍ଷୀରଜାତୀୟ ଉତ୍ପାତ

ଡେଲିଭରି ପରେ କ୍ଷୀର ଓ କ୍ଷୀରଜାତୀୟ ଖାଦ୍ୟ ଖାଇବା ବହୁତ ଲାଭଦାୟକ ହୋଇଥାଏ। ନବଜାତ ଶିଶୁ ମା’ଠାରୁ କ୍ୟାଲସିୟମ ଗ୍ରହଣ କରିଥାଏ। ଯାହାକି ତା ହାଡକୁ ଶକ୍ତ କରିଥାଏ। ତେଣୁ ମା’ ଲାଗି କ୍ୟାଲସିୟମ ଖାଦ୍ୟ ସେବନ ଉପରେ ଗୁରୁତ୍ୱ ଦେବା ଆବଶ୍ୟକ।

ନଟସ୍‌

ଡେଲିଭରି ପରେ ନଟସ୍‌ର ସେବନ କରିବା ଦ୍ୱାରା ବି ବହୁତ ଫାଇଦା ମିଳିଥାଏ। ଏଥିରେ କାବ୍ରୋହାଇଡ୍ରେଡ, ଭିଟାମିନ ଇ, ମ୍ୟାଗନେସିୟମ, ଜିଙ୍କ, କପର, ଫାଇବର୍ସ, ଭିଟାମିନ ବି୨, କ୍ୟାଲସିୟମ ଓ ପୋଟାସିୟମ ଭରପୁର ମାତ୍ରାରେ ମହଜୁଦ ଥାଏ। ଯାହାକି ଡେଲିଭରି ପରେ ମହିଳାଙ୍କୁ ସାମାନ୍ୟ ଅବସ୍ଥାକୁ ଫେରିବାକୁ ସାହାଯ୍ୟ କରିଥାଏ।

Related story