ପ୍ରତିଦିନ ବୋଲନ୍ତୁ ଚାରୋଟି ଶବ୍ଦ; ବଢ଼ିବ ସ୍ମରଣଶକ୍ତି

ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଲୋକେ ଛୋଟ ଛୋଟ କଥା ଶୀଘ୍ର ଭୁଲି ଯାଉଛନ୍ତି। ଅଧିକ କାମର ଚାପ ହେଉ ଅବା ଘରର ଟେନ୍‌ସନ୍‌ ଅବା ଅନ୍ୟ କୌଣସି କାରଣ ହେତୁ ଆମେ କିଛି ଦିନ ମଧ୍ୟରେ ଅବା କିଛି ମିନିଟ୍ ମଧ୍ୟରେ ଗୁଡ଼ାଏ କଥା ଭୁଲି ଯାଉ। ତେଣୁ ସ୍ମରଣଶକ୍ତିକୁ ଦୃଢ଼ ରଖିବା ପାଇଁ ଅନେକ ଲୋକ ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ବାଦାମ ଖାଉଛନ୍ତି। କୁହାଯାଏ ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ଭିଜା ଯାଇଥିବା ବାଦାମ […]

nn

Rakesh Mallick
  • Published: Sunday, 20 August 2017
  • , Updated: 20 August 2017, 09:10 AM IST

ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଲୋକେ ଛୋଟ ଛୋଟ କଥା ଶୀଘ୍ର ଭୁଲି ଯାଉଛନ୍ତି। ଅଧିକ କାମର ଚାପ ହେଉ ଅବା ଘରର ଟେନ୍‌ସନ୍‌ ଅବା ଅନ୍ୟ କୌଣସି କାରଣ ହେତୁ ଆମେ କିଛି ଦିନ ମଧ୍ୟରେ ଅବା କିଛି ମିନିଟ୍ ମଧ୍ୟରେ ଗୁଡ଼ାଏ କଥା ଭୁଲି ଯାଉ। ତେଣୁ ସ୍ମରଣଶକ୍ତିକୁ ଦୃଢ଼ ରଖିବା ପାଇଁ ଅନେକ ଲୋକ ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ବାଦାମ ଖାଉଛନ୍ତି। କୁହାଯାଏ ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ଭିଜା ଯାଇଥିବା ବାଦାମ ଖାଇଲେ ସ୍ମରଣଶକ୍ତି ବଢ଼େ। ଏହାଛଡ଼ା ଲୋକେ ସ୍ମରଣ ଶକ୍ତି ବଢ଼ାଇବା ପାଇଁ ଯୋଗ ଓ ଧ୍ୟାନ ଆଦି କରୁଛନ୍ତି। ବାଦାମ ଅପେକ୍ଷା ଯୋଗ ଓ ଧ୍ୟାନ ସ୍ମରଣଶକ୍ତି ବୃଦ୍ଧି ପାଇଁ ଅଧିକ ଫଳପ୍ରଦ ବୋଲି କୁହାଯାଏ। ଏହା ବ୍ୟତୀତ ସ୍ମରଣଶକ୍ତି ବଢ଼ାଇବା ପାଇଁ ଆଉ ଏକ ଭଲ ଉପାୟ ରହିଛି। ଏଥିପାଇଁ ଆପଣଙ୍କୁ କେବଳ ପ୍ରତିଦିନ ଚାରୋଟି ଶବ୍ଦ ଉଚ୍ଚାରଣ କରିବାକୁ ପଡ଼ିବ।
ଏହି ଚାରୋଟି ଶବ୍ଦକୁ ଶୁଣିବା ମାତ୍ରେ ହିଁ ବୁଦ୍ଧି କ୍ଷୀପ୍ର ହୋଇଯାଏ। ଏହି ମନ୍ତ୍ରକୁ ବୋଲିବା ପୂର୍ବରୁ ପ୍ରଥମେ ଉତ୍ତର ଦିଗରେ ବିଦ୍ୟାର ଦେବୀ ମା’ ସରସ୍ୱତୀଙ୍କ ମୂର୍ତ୍ତି ବା ଫଟୋକୁ ସ୍ଥାପନ କରନ୍ତୁ। ପରେ ମା’ ସରସ୍ୱତୀଙ୍କ ପାଖରେ ଘିଅ ଦିପ ଜଳାଇ ଧଳା ଫୁଲ ଅର୍ପଣ କରନ୍ତୁ।

ପରେ ଆପଣ ଓଁ ଐ ଐ ନମଃ ମନ୍ତ୍ର ବୋଲନ୍ତୁ। ଏହି ମନ୍ତ୍ରକୁ ଆପଣ ମନ ଲଗାଇ ବୋଲନ୍ତୁ। ଏହି ମନ୍ତ୍ର ବୋଲିବା ସମୟରେ ଅନ୍ୟ କୌଣସି କଥା ଚିନ୍ତା କରନ୍ତୁ ନାହିଁ।
ଧ୍ୟାନ ରଖନ୍ତୁ, ଏହି ମନ୍ତ୍ର ୨୧ ଦିନ ପର୍ଯ୍ୟନ୍ତ ବୋଲିବା ଉଚିତ। ଏହି ଦିନଗୁଡ଼ିକରେ ଆପଣଙ୍କୁ ବ୍ରହ୍ମଚାର୍ଯ୍ୟ ପାଳନ କରିବାକୁ ପଡ଼ିବ। ୨୨ ଦିନରେ ଆପଣ ୭ଜଣ ଝିଅଙ୍କୁ ଖିରୀ ତିଆରି କରି ପ୍ରସାଦ ଭାବେ ଦିଅନ୍ତୁ।

Related story