ଘରୁ ନକାରାତ୍ମକ ଶକ୍ତିକୁ ଦୂର କରିବାର ଚାରୋଟି ଉପାୟ

ଘରେ କୌଣସି ବାସ୍ତୁ ଦୋଷ ରହିଲେ ସୁଖ, ସମୃଦ୍ଧି ଓ କାର୍ଯ୍ୟରେ ବାଧା ଆସିଥାଏ ବୋଲି କୁହାଯାଏ। ଘରର ବାସ୍ତୁ ଦୋଷ ଦୂର କରିବା ପାଇଁ ଜ୍ୟୋତିଷ ଶାସ୍ତ୍ରରେ ବିଭିନ୍ନ ଉପାୟ କୁହାଯାଇଛି । ଏହି ନିୟମଗୁଡ଼ିକୁ ପାଳନ କଲେ ନକାରାତ୍ମକ ଶକ୍ତି ଦୂର ହୁଏ, ସକାରାତ୍ମକ ଶକ୍ତି ଜାତ ହୁଏ ଏବଂ  ଘରେ ଥିବା ଅଶାନ୍ତି ଓ ସମସ୍ୟା ଦୂର ହୁଏ। ଆସନ୍ତୁ ଜାଣିବା ଏଭଳି କିଛି ଉପାୟ ସଂପର୍କରେ ଘରୁ ନକାରାତ୍ମକ ଶକ୍ତିକୁ ଦୂର […]

muruja

Rakesh Mallick
  • Published: Saturday, 19 August 2017
  • , Updated: 19 August 2017, 11:22 AM IST

ଘରେ କୌଣସି ବାସ୍ତୁ ଦୋଷ ରହିଲେ ସୁଖ, ସମୃଦ୍ଧି ଓ କାର୍ଯ୍ୟରେ ବାଧା ଆସିଥାଏ ବୋଲି କୁହାଯାଏ। ଘରର ବାସ୍ତୁ ଦୋଷ ଦୂର କରିବା ପାଇଁ ଜ୍ୟୋତିଷ ଶାସ୍ତ୍ରରେ ବିଭିନ୍ନ ଉପାୟ କୁହାଯାଇଛି । ଏହି ନିୟମଗୁଡ଼ିକୁ ପାଳନ କଲେ ନକାରାତ୍ମକ ଶକ୍ତି ଦୂର ହୁଏ, ସକାରାତ୍ମକ ଶକ୍ତି ଜାତ ହୁଏ ଏବଂ  ଘରେ ଥିବା ଅଶାନ୍ତି ଓ ସମସ୍ୟା ଦୂର ହୁଏ। ଆସନ୍ତୁ ଜାଣିବା ଏଭଳି କିଛି ଉପାୟ ସଂପର୍କରେ

  • ଘରୁ ନକାରାତ୍ମକ ଶକ୍ତିକୁ ଦୂର କରିବା ପାଇଁ ଘର ପୋଛିବା ସମୟରେ ପାଣିରେ ସାମାନ୍ୟ ଲୁଣ ମିଶାଇ ଦିଅନ୍ତୁ। ଗୋଟା ଲୁଣ ଏହି ଉପାୟ ନିମନ୍ତେ ଶ୍ରେଷ୍ଠ।
  • ଘରେ ଗୋମୂତ୍ର ଛିଞ୍ଚନ କରନ୍ତୁ। କୁହାଯାଏ ଯେଉଁ ଘରେ ଗୋମୂତ୍ର ଛିଞ୍ଚନ କରାଯାଏ ସେହି ଘରେ ଦେବୀଦେବତାଙ୍କ କୃପା ଦୃଷ୍ଟି ପଡ଼େ। ଗୋମୂତ୍ରର ଗନ୍ଧ ଘରେ ରହୁଥିବା ହାନିକାରକ କୀଟାଣୁଗୁଡ଼ିକୁ ନଷ୍ଟ କରିଥାଏ।
  • ପ୍ରତିଦିନ ସକାଳେ ଘର ବାହାରେ ମୁରୁଜ ପକାନ୍ତୁ। ମୁରୁଜ ବୁହୁତ ଶୁଭ ବୋଲି କୁହାଯାଏ। ଏହା ଦ୍ୱାରା ମହାଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି।
  • ଗାଈର ଶୁଖା ଗୋବାରରେ ନିଆଁ ଜଳାନ୍ତୁ। ସେଥରୁ ଧୂଆଁ ବାହାରିବା ବନ୍ଦ ହୋଇଗଲେ ସେଥିରେ ଝୁଣା, କର୍ପୂର, ଦେଶୀ ଘିଅ ଓ ଚନ୍ଦନ ଢାଳି ଦିଅନ୍ତୁ। ଏଥିରୁ ଯେଉଁ ଧୂଆଁ ବାହାରିବ ତାକୁ ଘର ସାରା ବୁଲାଇ ଦିଅନ୍ତୁ। ଏହା ଘରର ବାତାବରଣକୁ ପବିତ୍ର ରଖେ।

 

Related story