ଘରେ ଅତିଥିଙ୍କୁ ପରଷନ୍ତୁ ‘ବାନାନା ଲସି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଘରକୁ ଅତିଥି ଆସିଲେ, ଆପଣ ଚଟାପଟ୍‌ କୌଣସି ଲସି ନିହାତି ପ୍ରସ୍ତୁତ କରୁଥିବେ। ଆଜି ଆମେ ଆପଣଙ୍କୁ କଦଳୀରୁ ପ୍ରସ୍ତୁତ ‘ବାନାନା ଲସି’ର ତିଆରି ସମ୍ପର୍କରେ ବତାଇବୁ। ଆବଶ୍ୟକ ସାମଗ୍ରୀ: ପାଚିଲା କଦଳୀ, ଦହି, ଚିନି, ଅଳେଇଚ ପାଉଡର୍‌, ପିସ୍ତା ବାଦାମ, କାଜୁ ବାଦାମ ଓ ବରଫ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ପାଚିଲା କଦଳୀରୁ ଚୋପା ଛଡାଇ ଦେଇ ତାକୁ ଛୋଟ ଛୋଟ ଖଣ୍ଡ କରି କାଟି ଦିଅନ୍ତୁ। ଏବେ କଟା ହୋଇଥିବା କଦଳୀ ସହ ଦହି ଓ […]

Banana-Vanilla-Smoothie

Biswobandita Swain
  • Published: Tuesday, 15 January 2019
  • , Updated: 15 January 2019, 08:13 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଘରକୁ ଅତିଥି ଆସିଲେ, ଆପଣ ଚଟାପଟ୍‌ କୌଣସି ଲସି ନିହାତି ପ୍ରସ୍ତୁତ କରୁଥିବେ। ଆଜି ଆମେ ଆପଣଙ୍କୁ କଦଳୀରୁ ପ୍ରସ୍ତୁତ 'ବାନାନା ଲସି'ର ତିଆରି ସମ୍ପର୍କରେ ବତାଇବୁ।

ଆବଶ୍ୟକ ସାମଗ୍ରୀ: ପାଚିଲା କଦଳୀ, ଦହି, ଚିନି, ଅଳେଇଚ ପାଉଡର୍‌, ପିସ୍ତା ବାଦାମ, କାଜୁ ବାଦାମ ଓ ବରଫ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ପାଚିଲା କଦଳୀରୁ ଚୋପା ଛଡାଇ ଦେଇ ତାକୁ ଛୋଟ ଛୋଟ ଖଣ୍ଡ କରି କାଟି ଦିଅନ୍ତୁ। ଏବେ କଟା ହୋଇଥିବା କଦଳୀ ସହ ଦହି ଓ ଚିନି ପକାଇ ତାକୁ ଗ୍ରାଇଣ୍ଡିଂ କରି ଦିଅନ୍ତୁ । ଏବେ ସେଥିରେ ବରଫର ଛୋଟ ଛୋଟ ଖଣ୍ଡ ପକାଇ ଆହୁରି ଗ୍ରାଇଣ୍ଡିଂ କରନ୍ତୁ। ଏହାପରେ ଅଳ୍ପ ଲୁଣ ସହ ଏଥିରେ ଅଳେଇଚ ପାଉଡର୍‌ ପକାଇ ଭଲଭାବେ ଫେଣ୍ଟି ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ସ୍ୱାଦିଷ୍ଟ 'ବାନାନା ଲସି'।

Related story