ଘରେ ତିଆରି କରନ୍ତୁ ବ୍ରେଡ୍‌ ଚକୁଳି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଆପଣ ସାଧାରଣତଃ ବିରି, ଚାଉଳ ବା ଅଟା ତିଆରି ଚକୁଳି ଖାଇଥିବେ। ତେବେ ଆଜି ଆମେ ଆପଣଙ୍କୁ ବ୍ରେଡ୍‌ରୁ ତିଆରି ହେଉଥିବା ଚକୁଳିର ପ୍ରସ୍ତୁତି ସମ୍ପର୍କରେ ଟିପ୍‌ସ୍‌ ଦେବୁ। ଆବଶ୍ୟକ ସାମଗ୍ରୀ: ବ୍ରେଡ୍‌, ଚିନି, ମଇଦା, ଦହି, ପିଆଜ, ଟମାଟୋ, କ୍ୟାପ୍‌ସିକମ୍‌, ଧନିଆ ପତ୍ର, କଞ୍ଚା ଲଙ୍କା, ତେଲ ଓ ଲୁଣ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ବ୍ରେଡ୍‌ ପିସ୍‌ର ଚାରିକଡ଼କୁ କାଟି ଅଲଗା କରନ୍ତୁ। ଏବେ ଏକ ପାତ୍ରରେ ବ୍ରେଡ୍‌, ମଇଦା, ସୁଜି, ଲୁଣ […]

bread-chakuluii

Chinmayee Roy
  • Published: Wednesday, 26 December 2018
  • , Updated: 26 December 2018, 09:18 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଆପଣ ସାଧାରଣତଃ ବିରି, ଚାଉଳ ବା ଅଟା ତିଆରି ଚକୁଳି ଖାଇଥିବେ। ତେବେ ଆଜି ଆମେ ଆପଣଙ୍କୁ ବ୍ରେଡ୍‌ରୁ ତିଆରି ହେଉଥିବା ଚକୁଳିର ପ୍ରସ୍ତୁତି ସମ୍ପର୍କରେ ଟିପ୍‌ସ୍‌ ଦେବୁ।

ଆବଶ୍ୟକ ସାମଗ୍ରୀ: ବ୍ରେଡ୍‌, ଚିନି, ମଇଦା, ଦହି, ପିଆଜ, ଟମାଟୋ, କ୍ୟାପ୍‌ସିକମ୍‌, ଧନିଆ ପତ୍ର, କଞ୍ଚା ଲଙ୍କା, ତେଲ ଓ ଲୁଣ।


ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ବ୍ରେଡ୍‌ ପିସ୍‌ର ଚାରିକଡ଼କୁ କାଟି ଅଲଗା କରନ୍ତୁ। ଏବେ ଏକ ପାତ୍ରରେ ବ୍ରେଡ୍‌, ମଇଦା, ସୁଜି, ଲୁଣ ଓ ଦହିରେ ଅଳ୍ପ ପାଣି ଦେଇ ଏ ସବୁକୁ ଗ୍ରାଇଣ୍ଡିଂ କରିଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଚକୁଳି ପାଇଁ ଆଣ।

ବର୍ତ୍ତମାନ ଏକ ତାୱା ଗରମ କରି ସେଥିରେ ତେଲ ପକାନ୍ତୁ। ତେଲ ଗରମ ହୋଇଗଲେ, ଏହା ଉପରେ ଏହି ବ୍ରେଡ୍ ଆଣ ପକାଇ ଚକୁଳି ଭଳି ଗୋଲ କରନ୍ତୁ।

ଏହା ଉପରେ କଟା ପିଆଜ, ଟମାଟୋ, କଞ୍ଚା ଲଙ୍କା ଓ ଧନିଆ ପତ୍ର ପକାନ୍ତୁ। କିଛି ସମୟ ପରେ ତଳପଟ ହୋଇଗଲେ ପିଠାଟିକୁ ଓଲଟାଇ ଦିଅନ୍ତୁ।

ପିଠାର ଚାରିପଟେ ଆଉ ଟିକେ ତେଲ ଦିଅନ୍ତୁ। ଉଭୟ ପାର୍ଶ୍ୱ ଭଲ ଭାବେ ସେକି ହୋଇଗଲା ପରେ ଆଞ୍ଚ ବନ୍ଦ କରି ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କର 'ବ୍ରେଡ୍‌ ଚକୁଳି'। ଏହାକୁ ଚଟଣୀ କିମ୍ବା ସସ୍‌ ସହ ଗରମ ଗରମ ପରଷନ୍ତୁ।

Related story