ଶୀତୁଆ ସନ୍ଧ୍ୟାରେ ଚା' ସହ ପରଷନ୍ତୁ ଗରମା ଗରମ୍ 'ଚିଜ୍ ଷ୍ଟିକ୍ '

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍): ଶୀତ ଦିନ ସନ୍ଧ୍ୟାରେ କିଛି ଗରମା ଗରମ୍‌ ଚଟପଟା ଖାଦ୍ୟର ମଜ୍ଜା ନେବାକୁ ଚାହୁଁଛନ୍ତି କି? ଚାଲନ୍ତୁ, ଆଜି ଆମେ ଆପଣଙ୍କୁ ‘ଚିଜ୍ ଷ୍ଟିକ୍‌’ ପ୍ରସ୍ତୁତି ସମ୍ପର୍କରେ ବତାଇବୁ। ଆବଶ୍ୟକ ସାମଗ୍ରୀ: ପନିର, ମଇଦା, ଲଙ୍କା ଗୁଣ୍ଡ, ଅଦା-ରସୁଣ ବଟା, ଲେମ୍ବୁ, ଗରମ ମସଲା, ଜୁଆଣି, ହାଲକା ଭଜା ବେସନ, ଲୁଣ, ଗୋଲମରିଚ ଗୁଣ୍ଡ, ବ୍ରେଡ୍‌ କ୍ରମ୍ବ୍‌ସ୍‌ ଏବଂ ତେଲ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ପନିର୍‌କୁ ଲମ୍ବା ଲମ୍ବା କରି କାଟି ରଖନ୍ତୁ। ଏବେ […]

chees-stics

Chinmayee Roy
  • Published: Tuesday, 08 January 2019
  • , Updated: 08 January 2019, 11:52 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍): ଶୀତ ଦିନ ସନ୍ଧ୍ୟାରେ କିଛି ଗରମା ଗରମ୍‌ ଚଟପଟା ଖାଦ୍ୟର ମଜ୍ଜା ନେବାକୁ ଚାହୁଁଛନ୍ତି କି? ଚାଲନ୍ତୁ, ଆଜି ଆମେ ଆପଣଙ୍କୁ 'ଚିଜ୍ ଷ୍ଟିକ୍‌' ପ୍ରସ୍ତୁତି ସମ୍ପର୍କରେ ବତାଇବୁ।

ଆବଶ୍ୟକ ସାମଗ୍ରୀ: ପନିର, ମଇଦା, ଲଙ୍କା ଗୁଣ୍ଡ, ଅଦା-ରସୁଣ ବଟା, ଲେମ୍ବୁ, ଗରମ ମସଲା, ଜୁଆଣି, ହାଲକା ଭଜା ବେସନ, ଲୁଣ, ଗୋଲମରିଚ ଗୁଣ୍ଡ, ବ୍ରେଡ୍‌ କ୍ରମ୍ବ୍‌ସ୍‌ ଏବଂ ତେଲ।


ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ପନିର୍‌କୁ ଲମ୍ବା ଲମ୍ବା କରି କାଟି ରଖନ୍ତୁ। ଏବେ ଏଥିରେ ଅଦା-ରସୁଣ ବଟା ଓ ଲେମ୍ବୁ ରସ ଗୋଳାନ୍ତୁ। ବର୍ତ୍ତମାନ କିଛି ସମୟ ଯାଏ ଏହାକୁ ମ୍ୟାରିନେଟ୍‌ କରି ଫ୍ରିଜ୍‌ରେ ରଖି ଦିଅନ୍ତୁ।

ଏହାପରେ ଅନ୍ୟ ଏକ ପାତ୍ରରେ ମଇଦା, ହାଲକା ଭଜା ବେସନ, ଜୁଆଣି, ଲଙ୍କା ଗୁଣ୍ଡ, ଗରମ ମସଲା, ଲୁଣ ଓ ଅଳ୍ପ ପାଣି ମିଶାଇ ଘୋଳ ତିଆରି କରନ୍ତୁ। ବର୍ତ୍ତମାନ ଫ୍ରିଜ୍‌ରୁ ପନିର୍‌କୁ କାଢ଼ିଆଣନ୍ତୁ।

ଏବେ ଏକ କଡ଼େଇରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଗଲେ ପନିର୍‌ ପିସ୍‌ଗୁଡ଼ିକୁ ଏହି ଘୋଳରେ ବୁଡ଼ାଇ ଏହାକୁ ବ୍ରେଡ୍‌ କ୍ରମ୍ବ୍‌ସ୍‌ ଉପରେ ଏପଟ ସେପଟ କରି କୋଟିଂ କରନ୍ତୁ।

ତା’ପରେ ଏହାକୁ ଗରମ ତେଲରେ ପକାଇ ଲାଲ୍‌ ହେବା ଯାଏ ଛାଣନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ଆପଣଙ୍କର 'ଚିଜ୍‌ ଷ୍ଟିକ୍'। ଏହାକୁ ସସ୍‌ ସହ ଚା'ରେ ଗରମା ଗରମ୍‌ ପରଷନ୍ତୁ।

Related story