ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ‘ଦହି ଚିଙ୍ଗୁଡ଼ି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍): ଆପଣ ଚିଙ୍ଗୁଡ଼ି ଝୋଳ ବା ମସଲା କି କଷା ଖାଇଥିବେ। ଆଜି ଆମେ କିନ୍ତୁ ଆପଣଙ୍କୁ ସୁଆଦିଆ ‘ଦହି ଚିଙ୍ଗୁଡ଼ି’ର ପ୍ରସ୍ତୁତି ସମ୍ପର୍କରେ ଟିପ୍‌ସ୍‌ ଦେବୁ। ଆବଶ୍ୟକୀ ସାମଗ୍ରୀ– ଚିଙ୍ଗୁଡ଼ି, ବସା ଦହି, ସୋରିଷ, ରସୁଣ, ଲଙ୍କା, ଲୁଣ, ହଳଦୀ ଓ ତେଲ। ପ୍ରସ୍ତୁତି ପ୍ରଣାଳୀ– ପ୍ରଥମେ ଚିଙ୍ଗୁଡ଼ିରୁ ଚୋପା ଛଡ଼ାଇ ଏହାକୁ ଭଲ ଭାବେ ଧୋଇ ସେଥିରେ ଲୁଣ, ହଳଦୀ, ତେଲ ଏବଂ ଦହି ମିଶାଇ ଦିଅନ୍ତୁ। ରସୁଣ, ସୋରିଷ ଓ କଞ୍ଚାଲଙ୍କାକୁ ଗ୍ରାଇଣ୍ଡରରେ ଭଲ […]

sddefault

Biswobandita Swain
  • Published: Sunday, 30 December 2018
  • , Updated: 30 December 2018, 09:47 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍): ଆପଣ ଚିଙ୍ଗୁଡ଼ି ଝୋଳ ବା ମସଲା କି କଷା ଖାଇଥିବେ। ଆଜି ଆମେ କିନ୍ତୁ ଆପଣଙ୍କୁ ସୁଆଦିଆ 'ଦହି ଚିଙ୍ଗୁଡ଼ି'ର ପ୍ରସ୍ତୁତି ସମ୍ପର୍କରେ ଟିପ୍‌ସ୍‌ ଦେବୁ।

ଆବଶ୍ୟକୀ ସାମଗ୍ରୀଚିଙ୍ଗୁଡ଼ି, ବସା ଦହି, ସୋରିଷ, ରସୁଣ, ଲଙ୍କା, ଲୁଣ, ହଳଦୀ ଓ ତେଲ।

ପ୍ରସ୍ତୁତି ପ୍ରଣାଳୀ- ପ୍ରଥମେ ଚିଙ୍ଗୁଡ଼ିରୁ ଚୋପା ଛଡ଼ାଇ ଏହାକୁ ଭଲ ଭାବେ ଧୋଇ ସେଥିରେ ଲୁଣ, ହଳଦୀ, ତେଲ ଏବଂ ଦହି ମିଶାଇ ଦିଅନ୍ତୁ। ରସୁଣ, ସୋରିଷ ଓ କଞ୍ଚାଲଙ୍କାକୁ ଗ୍ରାଇଣ୍ଡରରେ ଭଲ ଭାବେ ବାଟି ଚିଙ୍ଗୁଡି ଓ ଦହିଗୋଳା ସହିତ ମିଶାନ୍ତୁ। ଏବେ ଏ ସମସ୍ତ ମିଶ୍ରଣକୁ ଢାଙ୍କୁଣୀ ଥିବା କଡ଼େଇରେ ଅଳ୍ପ ଆଞ୍ଚରେ ସିଝାନ୍ତୁ ଏବଂ ଚିଙ୍ଗୁଡ଼ି ହୋଇ ଆସିଲେ ଅଳ୍ପ ଝୋଳ ଥିବା ଅବସ୍ଥାରେ କଡ଼େଇ ଓହ୍ଲାଇ ଦିଅନ୍ତୁ।

ଏବେ ପ୍ରସ୍ତୁତ ହୋଇଗଲା ‘ଦହି ଚିଙ୍ଗୁଡି’। ଏହାକୁ ଗରମ ଗରମ ପରଷନ୍ତୁ।

Related story