ବ୍ୟବହୃତ ସାବୁନ୍‌ରୁ ଘରେ ଏମିତି ପ୍ରସ୍ତୁତ କରନ୍ତୁ 'ହ୍ୟାଣ୍ଡ୍‌ୱାଶ୍‌'

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଆପଣ ଗାଧୋଇବା ସମୟରେ ବ୍ୟବହାର କରୁଥିବା ସାବୁନ୍ ପତଳା ହୋଇଗଲା ପରେ ଏହାକୁ ଫୋପାଡି ଦେଇଥା’ନ୍ତି। ଏବେ ଏହି ଛୋଟ ଛୋଟ ସାବୁନ୍ ଖଣ୍ଡକୁ ଫୋପାଡ଼ନ୍ତୁ ନାହିଁ, ଏହି ବ୍ୟବହୃତ ସାବୁନ୍‌ରେ ହିଁ ଆପଣ ଘରେ ହ୍ୟାଣ୍ଡ୍‌ୱାଶ୍‌ ପ୍ରସ୍ତୁତ କରିପାରିବେ। ଏଥିପାଇଁ ଆପଣଙ୍କୁ ଅନ୍ୟ କୌଣସି ଜିନିଷର ଆବଶ୍ୟକତା ପଡ଼ିବ ନାହିଁ। ଏବେ ଆସନ୍ତୁ ଜାଣିବା, ବଜାରରେ ପ୍ରାୟ ୫୦ ଟଙ୍କା ଦରରେ ବିକ୍ରି ହେଉଥିବା ହ୍ୟାଣ୍ଡ୍‌ୱାଶ୍‌ ଘରେ କେମିତି ପ୍ରସ୍ତୁତ କରିବେ। ଏଥିପାଇଁ ବ୍ୟବହୃତ […]

handwash

Puspanjali Panda
  • Published: Monday, 10 September 2018
  • , Updated: 10 September 2018, 11:43 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଆପଣ ଗାଧୋଇବା ସମୟରେ ବ୍ୟବହାର କରୁଥିବା ସାବୁନ୍ ପତଳା ହୋଇଗଲା ପରେ ଏହାକୁ ଫୋପାଡି ଦେଇଥା'ନ୍ତି। ଏବେ ଏହି ଛୋଟ ଛୋଟ ସାବୁନ୍ ଖଣ୍ଡକୁ ଫୋପାଡ଼ନ୍ତୁ ନାହିଁ, ଏହି ବ୍ୟବହୃତ ସାବୁନ୍‌ରେ ହିଁ ଆପଣ ଘରେ ହ୍ୟାଣ୍ଡ୍‌ୱାଶ୍‌ ପ୍ରସ୍ତୁତ କରିପାରିବେ। ଏଥିପାଇଁ ଆପଣଙ୍କୁ ଅନ୍ୟ କୌଣସି ଜିନିଷର ଆବଶ୍ୟକତା ପଡ଼ିବ ନାହିଁ।

ଏବେ ଆସନ୍ତୁ ଜାଣିବା, ବଜାରରେ ପ୍ରାୟ ୫୦ ଟଙ୍କା ଦରରେ ବିକ୍ରି ହେଉଥିବା ହ୍ୟାଣ୍ଡ୍‌ୱାଶ୍‌ ଘରେ କେମିତି ପ୍ରସ୍ତୁତ କରିବେ।

ଏଥିପାଇଁ ବ୍ୟବହୃତ ଏକ ଛୋଟ ସାବୁନ୍‌, ଗୋଟିଏ ଗ୍ଲାସ୍‌ ଗରମ ପାଣି ଏବଂ ଗୋଟିଏ ଠିପି ଡେଟଲ୍‌ ଆବଶ୍ୟକ ହୋଇଥାଏ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ସାବୁନ୍‌କୁ ଛୋଟ ଛୋଟ ଖଣ୍ଡ କରି କାଟି ଦିଅନ୍ତୁ। ଏହାପରେ କଟା ସାବୁନ୍‌ ଅଳ୍ପ ପାଣି ଦେଇ ଏହାକୁ  ଗ୍ରାଇଣ୍ଡିଂ କରନ୍ତୁ। ଧ୍ୟାନ ରଖନ୍ତୁ, ଯେପରି ଆପଣ ପ୍ରସ୍ତୁତ କରୁଥିବା ମିଶ୍ରଣ ଅଧିକ ପାଣିଆ ନହୁଏ। ଏହାକୁ ବହଳିଆ କରି ପେଷ୍ଟ୍‌ ପ୍ରସ୍ତୁତ କରନ୍ତୁ। ପେଷ୍ଟ୍‌ ପ୍ରସ୍ତୁତ ହେବା ପରେ ଏଥିରେ ଗୋଟିଏ ଗ୍ଲାସ୍‌ ଗରମ ପାଣି ଏବଂ ଗୋଟିଏ ଠିପି ଡେଟଲ୍‌ ମିଶାନ୍ତୁ। ଏହାପରେ ପେଷ୍ଟ୍‌କୁ ଭଲ ଭାବରେ ମିଶାନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ହ୍ୟାଣ୍ଡ୍‌ୱାଶ୍‌। ଏହାକୁ ଏକ ବୋତଲରେ ଢ଼ାଳି ଦିଅନ୍ତୁ।

ଏହିପରି ଭାବରେ ଆପଣ ୫୦୦ମିଲିଲିଟର ଯାଏ ହ୍ୟାଣ୍ଡ୍‌ୱାଶ୍‌ ପ୍ରସ୍ତୁତ କରିପାରିବେ। ଗାଧୋଇବା ସାବୁନ୍‌ରେ ତିଆରି ହୋଇଥିବା ଯୋଗୁ ଏହାର କ୍ୱାଲିଟି ମଧ୍ୟ ଭଲ ରହିଥାଏ।

ଯଦି ଘରେ ସାବୁନ୍‌ର ଛୋଟ ଖଣ୍ଡ ନାହିଁ, ତେବେ ୧୦ ଟଙ୍କିଆ ଗାଧୁଆ ସାବୁନ୍‌ରେ ମଧ୍ୟ ଆପଣ ହ୍ୟାଣ୍ଡ୍‌ୱାଶ୍‌ ପ୍ରସ୍ତୁତ କରିପାରିବେ। ଯଦି ଆପଣ ଭଲ କ୍ୱାଲିଟିର ହ୍ୟାଣ୍ଡ୍‌ୱାଶ୍‌ ପ୍ରସ୍ତୁତ କରିବାକୁ ଚାହୁଁଛନ୍ତି, ତେବେ ଦାମୀ ସାବୁନ୍‌ ବ୍ୟବହାର କରନ୍ତୁ।

Related story