ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ 'ଲାଉ ଖିରି'

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଆପଣ ଖିରି ନିହାତି ଖାଇଥିବେ। ତେବେ ଚାଉଳ କି ସୁଜି ଖିରି ନୁହେଁ, ଆଜି ଆମେ ‘ଲାଉ ଖିରି’ର ପ୍ରସ୍ତୁତି ସମ୍ପର୍କରେ ଆପଣଙ୍କୁ କହିବୁ। ଆବଶ୍ୟକ ସାମଗ୍ରୀ: ଲାଉ, କାଜୁ, ତେଜପତ୍ର, ଗୋଲମରିଚ, ଗୁଜୁରାତି, ଖିର, ଚିନି, ରିଫ।ଇନ୍ ତେଲ  ଓ ସ୍ୱାଦ ଅନୁସାରେ ଲୁଣ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଲାଉକୁ କୋରି ଦିଅନ୍ତୁ। ଏବେ କଡ଼େଇରେ ତେଲ ଗରମ କରି କାଜୁ, ତେଜପତ୍ର, ଗୋଲମରିଚ ଓ ଗୁଜୁରାତି ପକାନ୍ତୁ। ଏହା ପରେ କୋରା ଯାଇଥିବା ଲାଉକୁ କଡ଼େଇରେ […]

maxresdefault

Biswobandita Swain
  • Published: Friday, 14 December 2018
  • , Updated: 14 December 2018, 10:47 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଆପଣ ଖିରି ନିହାତି ଖାଇଥିବେ। ତେବେ ଚାଉଳ କି ସୁଜି ଖିରି ନୁହେଁ, ଆଜି ଆମେ 'ଲାଉ ଖିରି'ର ପ୍ରସ୍ତୁତି ସମ୍ପର୍କରେ ଆପଣଙ୍କୁ କହିବୁ।

ଆବଶ୍ୟକ ସାମଗ୍ରୀ: ଲାଉ, କାଜୁ, ତେଜପତ୍ର, ଗୋଲମରିଚ, ଗୁଜୁରାତି, ଖିର, ଚିନି, ରିଫ।ଇନ୍ ତେଲ  ଓ ସ୍ୱାଦ ଅନୁସାରେ ଲୁଣ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଲାଉକୁ କୋରି ଦିଅନ୍ତୁ। ଏବେ କଡ଼େଇରେ ତେଲ ଗରମ କରି କାଜୁ, ତେଜପତ୍ର, ଗୋଲମରିଚ ଓ ଗୁଜୁରାତି ପକାନ୍ତୁ। ଏହା ପରେ କୋରା ଯାଇଥିବା ଲାଉକୁ କଡ଼େଇରେ ପକାଇ ଭାଜନ୍ତୁ।

ଲାଉରୁ ପାଣି ଛାଡ଼ିଯିବା ପରେ ଏଥିରେ ଖିର ଓ ସ୍ୱାଦ ଅନୁସାରେ ଲୁଣ ପକାନ୍ତୁ। ଖିର ଭଲ ଭାବେ ଫୁଟି ଆସିଲେ, ସେଥିରେ ଆବଶ୍ୟକ ମୁତାବକ ଚିନି ପକାଇ ଭଲଭାବେ ଗୋଳାନ୍ତୁ। ଏବେ ଏହାକୁ ୨ ରୁ ୩ ମିନିଟ୍ ଯାଏ ଛାଡ଼ି ଦିଅନ୍ତୁ। ବାସ୍‌ ପ୍ରସ୍ତୁତ ହୋଇ ଯାଇଛି ଲାଉ ଖିରି। ଏବେ ଏହାକୁ ଓହ୍ଲାଇ ଥଣ୍ଡା କରି ଦିଅନ୍ତୁ।

Related story