ଜାଣନ୍ତୁ, କେମିତି ତିଆରି ହୁଏ 'ମେଥି ମାଛ'

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଆପଣ ମାଛରୁ ତିଆରି ବହୁ ଖାଦ୍ୟ ସାମଗ୍ରୀ ଖାଇଥିବେ। ତେବେ ସୁଆଦିଆ ‘ମେଥି ମାଛ’ କେବେ ଖାଇଛନ୍ତି କି ? ଆଜି ଆମେ ଆପଣଙ୍କୁ ଏହାର ପ୍ରସ୍ତୁତି ସମ୍ପର୍କରେ କହିବୁ। ଆବଶ୍ୟକ ସାମଗ୍ରୀ:  ମାଛ,  ଧଳା ଗୋଲ ମରିଚ, ଲେମ୍ବୁ ରସ,  ତେଲ,  ବଟା ରସୁଣ,  ଅଦା ପେଷ୍ଟ,  ପିଆଜ,  ଜିରା ଗୁଣ୍ଡ, ଲଙ୍କା ଗୁଣ୍ଡ,  ଟମାଟୋ ପ୍ୟୁରି,  ମେଥି ଶାଗ ଓ ଲୁଣ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ ପାତ୍ରରେ କଟା ମାଛ, […]

methi-fish

Chinmayee Roy
  • Published: Friday, 11 January 2019
  • , Updated: 15 January 2019, 04:27 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଆପଣ ମାଛରୁ ତିଆରି ବହୁ ଖାଦ୍ୟ ସାମଗ୍ରୀ ଖାଇଥିବେ। ତେବେ ସୁଆଦିଆ 'ମେଥି ମାଛ' କେବେ ଖାଇଛନ୍ତି କି ? ଆଜି ଆମେ ଆପଣଙ୍କୁ ଏହାର ପ୍ରସ୍ତୁତି ସମ୍ପର୍କରେ କହିବୁ।

ଆବଶ୍ୟକ ସାମଗ୍ରୀ:  ମାଛ,  ଧଳା ଗୋଲ ମରିଚ, ଲେମ୍ବୁ ରସ,  ତେଲ,  ବଟା ରସୁଣ,  ଅଦା ପେଷ୍ଟ,  ପିଆଜ,  ଜିରା ଗୁଣ୍ଡ, ଲଙ୍କା ଗୁଣ୍ଡ,  ଟମାଟୋ ପ୍ୟୁରି,  ମେଥି ଶାଗ ଓ ଲୁଣ।


ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ ପାତ୍ରରେ କଟା ମାଛ, ଧଳା ଗୋଲମରିଚ ଗୁଣ୍ଡ, ଅଧା ଚାମଚ ଲୁଣ ଓ ଲେମ୍ବୁ ରସ ପକାଇ ଭଲ ଭାବେ ମିଶାନ୍ତୁ। ଏହାକୁ ମ୍ୟାରିନେଟ୍‌ କରିବା ଲାଗି ୧ ଘଣ୍ଟା ଘୋଡ଼ାଇ ରଖି ଦିଅନ୍ତୁ। ଘଣ୍ଟାଏ ପରେ ଏହି ମାଛକୁ ଭାଜି ଦିଅନ୍ତୁ।

ଅନ୍ୟ ଏକ ପ୍ୟାନ୍‌ରେ ୨ ଟେବଲ୍‌ ସ୍ପୁନ୍‌ ତେଲ ଗରମ କରି ଏଥିରେ ବଟା ଅଦା ରସୁଣ ପକାଇ ୨ ମିନିଟ୍‌ ଯାଏ ଭାଜନ୍ତୁ। ଏବେ ଏଥିରେ କଟା ପିଆଜ ପକାଇ ଆହୁରି ଭଲ ଭାବେ ଭାଜନ୍ତୁ। ଏଥିରେ ଜିରା ଗୁଣ୍ଡ, ଲଙ୍କା ଗୁଣ୍ଡ, ୧ ଚାମଚ ଲୁଣ ପକାନ୍ତୁ। ଏହା ପରେ ଏଥିରେ ଟମାଟୋ ପ୍ୟୁରି ପକାଇ ୫ରୁ ୭ ମିନିଟ୍‌ ଯାଏ ଗୋଳାନ୍ତୁ। ଏବେ ମେଥି ଶାଗ ମିଶାଇ ପାଣି ଦେଇ ଭଲ ଭାବେ ଫୁଟାନ୍ତୁ।

ଏବେ ଭଜା ମାଛ ପକାଇ ୫ ମିନିଟ୍‌ ଯାଏ ସିଝାନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା 'ମେଥି ମାଛ'। ଏହାକୁ ଧନିଆ ପତ୍ରରେ ସଜାଇ ଭାତ ସହ ଗରମ ଗରମ ଖାଆନ୍ତୁ।

Related story