ଏମିତି ତିଆରି କରନ୍ତୁ 'ମେଥି ଚିଙ୍ଗୁଡ଼ି'

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଚିଙ୍ଗୁଡ଼ିରୁ ପ୍ରସ୍ତୁତ ବିଭିନ୍ନ ପ୍ରକାରର ଖାଦ୍ୟ ସାମଗ୍ରୀ ଆପଣ ନିଶ୍ଚୟ ଖାଇଥିବେ। ତେବେ ଆଜି ଆମେ ଆପଣଙ୍କୁ ସୁସ୍ୱାଦୁ ‘ମେଥି ଚିଙ୍ଗୁଡ଼ି’ର ପ୍ରସ୍ତୁତି ସମ୍ପର୍କରେ ଟିପ୍‌ସ୍‌ ଦେବୁ। ଆବଶ୍ୟକ ସାମଗ୍ରୀ: ଚିଙ୍ଗୁଡ଼ି ମାଛ, ଦହି, ଧଳା ଗୋଲମରିଚ ଗୁଣ୍ଡ, ଲେମ୍ବୁ ରସ, ବଟା ରସୁଣ, ଅଦା ପେଷ୍ଟ, କଟା ପିଆଜ, ଜିରା ଗୁଣ୍ଡ, ଲଙ୍କା ଗୁଣ୍ଡ, ଟମାଟୋ ପ୍ୟୁରି, ମେଥି ଶାଗ, ତେଲ ଓ ଲୁଣ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ ପାତ୍ରରେ ଚିଙ୍ଗୁଡ଼ି ମାଛ, ଦହି, […]

prawn

Chinmayee Roy
  • Published: Wednesday, 16 January 2019
  • , Updated: 16 January 2019, 09:06 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଚିଙ୍ଗୁଡ଼ିରୁ ପ୍ରସ୍ତୁତ ବିଭିନ୍ନ ପ୍ରକାରର ଖାଦ୍ୟ ସାମଗ୍ରୀ ଆପଣ ନିଶ୍ଚୟ ଖାଇଥିବେ। ତେବେ ଆଜି ଆମେ ଆପଣଙ୍କୁ ସୁସ୍ୱାଦୁ 'ମେଥି ଚିଙ୍ଗୁଡ଼ି'ର ପ୍ରସ୍ତୁତି ସମ୍ପର୍କରେ ଟିପ୍‌ସ୍‌ ଦେବୁ।

ଆବଶ୍ୟକ ସାମଗ୍ରୀ: ଚିଙ୍ଗୁଡ଼ି ମାଛ, ଦହି, ଧଳା ଗୋଲମରିଚ ଗୁଣ୍ଡ, ଲେମ୍ବୁ ରସ, ବଟା ରସୁଣ, ଅଦା ପେଷ୍ଟ, କଟା ପିଆଜ, ଜିରା ଗୁଣ୍ଡ, ଲଙ୍କା ଗୁଣ୍ଡ, ଟମାଟୋ ପ୍ୟୁରି, ମେଥି ଶାଗ, ତେଲ ଓ ଲୁଣ।


ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ ପାତ୍ରରେ ଚିଙ୍ଗୁଡ଼ି ମାଛ, ଦହି, ଧଳା ଗୋଲମରିଚ ଗୁଣ୍ଡ, ଅଧା ଚାମଚ ଲୁଣ ଓ ଲେମ୍ବୁ ରସ ପକାଇ ଭଲ ଭାବେ ମିଶାନ୍ତୁ। ଏହାକୁ ମ୍ୟାରିନେଟ୍‌ କରିବା ଲାଗି ୧ ଘଣ୍ଟା ଘୋଡ଼ାଇ ରଖି ଦିଅନ୍ତୁ। ଘଣ୍ଟାଏ ପରେ ଚିଙ୍ଗୁଡ଼ିଗୁଡ଼ିକୁ ତେଲ ଗରମ କରି ଭଲଭାବେ ଭାଜି ଦିଅନ୍ତୁ।

ଏବେ ଏକ କଡ଼େଇରେ ତେଲ ଗରମ କରି ଏଥିରେ  ଅଦା-ରସୁଣ ପେଷ୍ଟ ପକାଇ ୨ ମିନିଟ୍‌ ଯାଏ ଭାଜନ୍ତୁ। ଏବେ  କଟା ପିଆଜ ସହ ଜିରା ଗୁଣ୍ଡ, ଲଙ୍କା ଗୁଣ୍ଡ, ୧ ଚାମଚ ଲୁଣ ପକାଇ ଏହାକୁ ଆହୁରି ଭଲ ଭାବେ ଭାଜନ୍ତୁ। ଏହା ପରେ ଟମାଟୋ ପ୍ୟୁରି ପକାଇ ୫ରୁ ୭ ମିନିଟ୍‌ ଯାଏ ଗୋଳାନ୍ତୁ। ଏବେ ଚୂନା ଚୂନା କଟା ହୋଇଥିବା ମେଥି ଶାଗ ମିଶାନ୍ତୁ ଏବଂ ସେଥିରେ ଭଜା ଚିଙ୍ଗୁଡ଼ି ପକାଇ କଷନ୍ତୁ। ଶାଗ ନରମ ହୋଇଗଲେ ଓ ଚିଙ୍ଗୁଡ଼ି କଷି ହୋଇଗଲେ, ଏଥିରେ ଅଳ୍ପ ପାଣି ଦେଇ ଫୁଟାନ୍ତୁ। ପରେ ଘୋଡ଼ଣୀ ଦେଇ ଏହା ସିଝିବାକୁ ଛାଡ଼ିଦିଅନ୍ତୁ।
ଏବେ ପ୍ରସ୍ତୁତ ହୋଇଗଲା 'ମେଥି ଚିଙ୍ଗୁଡ଼ି'। ଏହାକୁ  ଭାତ କିମ୍ବା ରୁଟି ସହ ଗରମ ଗରମ ଖାଆନ୍ତୁ।

Related story