ବଳକା ଭାତ ଫୋପାଡ଼ନ୍ତୁ ନାହିଁ, ପ୍ରସ୍ତୁତ କରନ୍ତୁ ଏପରି ସ୍ୱାଦିଷ୍ଟ ରେସିପି...

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ଆମେ ସାଧାରଣତଃ ବଳକା ଭାତକୁ ପଖାଳ କରି ଖାଇଥାଉ। ନଚେତ ଫୋପାଡ଼ି ଦେଇଥାଉ। ହେଲେ ଆପଣ ଚାହିଁଲେ ବଳକା ଭାତରେ ଏକ ସ୍ୱାଦିଷ୍ଟ ରେସିପି ପ୍ରସ୍ତୁତ କରି ଖାଇପାରିବେ। ଯାହା କି ଆପଣ ପୂର୍ବରୁ କେବେ ଖାଇ ନ ଥିବେ। ଆସନ୍ତୁ ଜାଣିବା ଏହା ପ୍ରସ୍ତୁତ ପ୍ରଣାଳୀ ଆବଶ୍ୟକ ସାମଗ୍ରୀ: ଗୋଟେ କପ ବଳକା ଭାତ, ପିଆଜ କଟା, ଅଦାରସୁଣ ପେଷ୍ଟ, କ୍ୟାପସିକମ, ଗାଜର, କଞ୍ଚା ଲଙ୍କା, ଟମାଟୋ ସସ୍‌, ଚିଲି ସସ୍‌, […]

balaka-bhata-1..

Niharika Rout
  • Published: Wednesday, 08 May 2019
  • , Updated: 08 May 2019, 05:23 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ଆମେ ସାଧାରଣତଃ ବଳକା ଭାତକୁ ପଖାଳ କରି ଖାଇଥାଉ। ନଚେତ ଫୋପାଡ଼ି ଦେଇଥାଉ। ହେଲେ ଆପଣ ଚାହିଁଲେ ବଳକା ଭାତରେ ଏକ ସ୍ୱାଦିଷ୍ଟ ରେସିପି ପ୍ରସ୍ତୁତ କରି ଖାଇପାରିବେ। ଯାହା କି ଆପଣ ପୂର୍ବରୁ କେବେ ଖାଇ ନ ଥିବେ। ଆସନ୍ତୁ ଜାଣିବା ଏହା ପ୍ରସ୍ତୁତ ପ୍ରଣାଳୀ

ଆବଶ୍ୟକ ସାମଗ୍ରୀ: ଗୋଟେ କପ ବଳକା ଭାତ, ପିଆଜ କଟା, ଅଦାରସୁଣ ପେଷ୍ଟ, କ୍ୟାପସିକମ, ଗାଜର, କଞ୍ଚା ଲଙ୍କା, ଟମାଟୋ ସସ୍‌, ଚିଲି ସସ୍‌, ସୋୟା ସସ୍‌, ଲୁଣ, ଚିନି, ହଳଦି, ଲଙ୍କା ଗୁଣ୍ଡ,  ଛାଣିବା ଲାଗି ତେଲ।

 

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଗୋଟିଏ କପ ବଳକା ଭାତ ନିଅନ୍ତୁ। ଗ୍ରାଇଣ୍ଡରରେ ବିନା ପାଣିରେ ତାହାର ପେଷ୍ଟ ପ୍ରସ୍ତୁତ କରନ୍ତୁ। ଚାହିଁଲେ ଏହାକୁ ହାତରେ ବି ଚକଟି କରିପାରିବେ। ଏହାପରେ ଏକ ବାଉଲରେ କାଢି ଦିଅନ୍ତୁ।  ସେଥିରେ ଗୋଟେ ମିଡ଼ିଅମ ସାଇଜ ଗାଜରକୁ ଟିକିଟିକ କାଟି  ପକାନ୍ତୁ। ଅଦା ରସୁଣ ପେଷ୍ଟ, ପିଆଜ କଟା, କ୍ୟାପସିକମ, ସ୍ୱାଦ ଅନୁସାରେ ଲୁଣ, ଅଳ୍ପ ହଳଦି ଗୁଣ୍ଡ, ଲଙ୍କା ଗୁଣ୍ଡ, ଅଧା ଚାମଚ ଗରମ ମସଲା , ୨ ଚାମକ କର୍ଣ୍ଣଫ୍ଲୋର, ୨ ଚାମଚ ମଇଦା ପକାଇ ଭଲ ଭାବେ ମିଶ୍ରଣ ପ୍ରସ୍ତୁତ କରନ୍ତୁ।  ଏହାକୁ ଛୋଟ ଛୋଟ ଗୁଳା ପ୍ରସ୍ତୁତ କରନ୍ତୁ। ଏହାପରେ ଏହାକୁ ଛାଣିବା ଲାଗି ପ୍ୟାନରେ ତେଲ ଗରମ କରନ୍ତୁ।  ସେଥିରେ ଗୁଳା ପକାଇବା ପରେ ମିଡ଼ିୟମ ଆଞ୍ଚ କରନ୍ତୁ। ଏହାପରେ ଉଭୟ ପାର୍ଶ୍ୱକୁ ଛାଣନ୍ତୁ। ଯେପରି ବ୍ରାଉନ କଲର ହୋଇଯିବ। ଏହାକୁ ଛାଣି ଏକ ଟିସୁ ପେପର ଉପରେ ରଖନ୍ତୁ।

ଏହାପରେ ଅନ୍ୟ ଏକ ପାତ୍ରରେ କିଛି ତେଲ ଗରମ କରନ୍ତୁ। ସେଥଇରେ ୫, ୬ କୋଲା ରସୁଣ,  ଅଦା, କିଛି କଞ୍ଚା ଲଙ୍କା ଛୋଟ ଛୋଟ କାଟି କରି ପକାନ୍ତୁ।  ଏହାପରେ କଟା ପିଆଜ, କ୍ୟାପସିକମ ପକାଇ ସଫ୍ଟ ହେଲା ଯାଏ ଫ୍ରାଏ କରନ୍ତୁ। ସେଥିରେ ୨ ଚାମଚ ଟମାଟୋ ସସ୍‌, ସୋୟାସସ, ଚିଲି ସସ ପକାନ୍ତୁ। କିଛି ସମୟ ପରେ ଗୋଟେ ଚାମକ କର୍ଣ୍ଣଫ୍ଲୋରକୁ ପାଣିରେ ଭଲ ଭାବେ ଫେଣ୍ଟି ଦିଅନ୍ତୁ। ଏହାକୁ ସସ୍‌ରେ ଢାଳି ଭଲ ଭାବେ ମିକ୍ସ କରି ଦିଅନ୍ତୁ। ସେଥିରେ ସ୍ୱାଦ ଅନୁସାରେ ଲୁଣ, ଅଳ୍ପ ଚିନି, କିଛି ଗୋଲମରିଚ ଗୁଣ୍ଡ ପକାଇ ଗୋଳାନ୍ତୁ। ତାହା ଫୁଟିବା ଆରମ୍ଭ ହେବା ମାତ୍ରେ ରାଇସ ବଲସ୍‌ ପକାଇ ଭଲ ଭାବେ ଗୋଳାନ୍ତୁ।  ଏବେ ପ୍ରସ୍ତୁତ ହୋଇଗଲା ବଳକା ଭାତରେ ସ୍ୱାଦିଷ୍ଟ ଆଇଟମ୍‌। ନିଜେ ଖାଆନ୍ତୁ ଓ ଅନ୍ୟମାନଙ୍କୁ ଦିଅନ୍ତୁ।

Related story