ବର୍ଷାପାଣିରେ ବି ଅଛି ଆଶ୍ଚର୍ଯ୍ୟ କରାମତି: ଗାଧୋଇଲେ ସୌନ୍ଦର୍ଯ୍ୟରେ ଲାଗିଯିବ ଚାରଚାନ୍ଦ

ବର୍ଷାରେ ଭିଜିବାର ମଜା ଅଲଗା। ପିଲାବେଳେ ସାଙ୍ଗମାନଙ୍କ ସହ ମିଶି ବର୍ଷାରେ ଆପଣ ନିଶ୍ଚିତ ମଜା ଉଠାଇଥିବେ। ଚାକିରି କରି ଘର ସଂସାର କରିବା ପରେ ମନ ଥାଇ ବି ଆଉ ବର୍ଷାରେ ଭିଜିବାକୁ ସମୟ ମିଳୁ ନଥିବା କିଛି ଲୋକଙ୍କର ଧାରଣା ରହିଛି। ବର୍ଷାରେ ଭିଜିଲେ ଦେଖ ଖରାପ ହେବାର ଆଶଂଙ୍କା ଥାଏ। ବର୍ଷାରେ ଭିଜିବା ଦ୍ୱାରା କିଛି ଲୋକଙ୍କ ଥଣ୍ଡା, ଜ୍ୱର ପରି ସାଧାରଣ ବେମାରୀ ହୋଇଥାଏ। ହେଲେ ତ୍ୱଚା ସମ୍ପର୍କରେ ଗବେଷଣା କରୁଥିବା […]

rain

Rakesh Mallick
  • Published: Thursday, 17 August 2017
  • , Updated: 17 August 2017, 03:35 PM IST

ବର୍ଷାରେ ଭିଜିବାର ମଜା ଅଲଗା। ପିଲାବେଳେ ସାଙ୍ଗମାନଙ୍କ ସହ ମିଶି ବର୍ଷାରେ ଆପଣ ନିଶ୍ଚିତ ମଜା ଉଠାଇଥିବେ। ଚାକିରି କରି ଘର ସଂସାର କରିବା ପରେ ମନ ଥାଇ ବି ଆଉ ବର୍ଷାରେ ଭିଜିବାକୁ ସମୟ ମିଳୁ ନଥିବା କିଛି ଲୋକଙ୍କର ଧାରଣା ରହିଛି। ବର୍ଷାରେ ଭିଜିଲେ ଦେଖ ଖରାପ ହେବାର ଆଶଂଙ୍କା ଥାଏ। ବର୍ଷାରେ ଭିଜିବା ଦ୍ୱାରା କିଛି ଲୋକଙ୍କ ଥଣ୍ଡା, ଜ୍ୱର ପରି ସାଧାରଣ ବେମାରୀ ହୋଇଥାଏ। ହେଲେ ତ୍ୱଚା ସମ୍ପର୍କରେ ଗବେଷଣା କରୁଥିବା ବିଶେଷଜ୍ଞମାନେ କହନ୍ତି, ଏପରି ଭିଜିବାର ବହୁତ ଫାଇଦା ରହିଛି। ଜାଣିଲେ ଆଶ୍ଚର୍ଯ୍ୟ ହେବେ ସେମାନେ ଦାବି କରିଛନ୍ତି, ବର୍ଷା ପାଣିରେ ଗାଧୋଇଲେ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଥାଏ। ଆସନ୍ତୁ ଜାଣିବା ବର୍ଷା ପାଣି ବ୍ୟବହାରର ଏପରି କିଛି ଉପାୟ ଯାହା ଆପଣଙ୍କ ସୌନ୍ଦର୍ଯ୍ୟରେ ଚାରଚାନ୍ଦ ଲଗାଇ ଦେଇପାରେ।

୧. ବର୍ଷା ପାଣି ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ ଗାଧୋଇଲେ ସୌନ୍ଦର୍ଯ୍ୟ ବୃଦ୍ଧି ଘଟିଥାଏ।

୨. ବର୍ଷା ପାଣିକୁ  ଏକ ପାତ୍ରରେ ରଖି  ସେହି ପାଣିରେ ମୁଣ୍ଡ ଧୋଇଲେ କେଶ ମୁଲାୟମ ହେବା ସହ ଆକର୍ଷୀୟ ଦେଖାଯାଇଥାଏ। ଯାହା କୌଣସି ସାମ୍ପୁ ଓ ହେୟାର କଣ୍ଡିସନରଠାରୁ ବହୁତ ଭଲ ଓ ପ୍ରାକୃତିକ।

୩. ବର୍ଷା ପାଣିରେ ଗାଧେଇବା ଦ୍ୱାରା ତ୍ୱଚା ପ୍ରାକୃତିକ ଭାବେ ସଫା ହୋଇଥାଏ। ଏହା ଆପଣଙ୍କୁ ସଫାସୁତରା ରଖିବା ସହ ଶରୀରକୁ ସୁସ୍ଥ ରଖିଥାଏ।

୪. ବର୍ଷା ପାଣିକୁ ପାତ୍ରରେ ରଖି ଶୋଇବା ପୂର୍ବରୁ ସେଥିରେ ତ୍ୱଚା ସଫା କଲେ ମୁଁହର ଦାଗ ଦୂର ହେବା ସହ ଉଜ୍ଜଳତା ବଢିଥାଏ।

୫. ଶୋଇକି ଉଠିବା ପରେ ବର୍ଷାପାଣିରେ ମୁହଁ ଧୋଇଲେ ତ୍ୱଚାର ରଙ୍ଗରେ ପରିବର୍ତ୍ତନ ହେବା ସହ ମୁହଁରୁ ବ୍ରଣ ଦୂର ହୋଇଥାଏ। ଏହାସହ କଳାଦାଗ ଥିଲେ, ସଫା ହୋଇଯାଇଥାଏ। ପେଡିକେୟାରେ କରିବା ସମୟରେ ଏହି ପାଣିର ବ୍ୟବହାର ମଧ୍ୟ କରିପାରିବେ।

Related story