ଏହି ଋତୁରେ ଫିଲଟର୍ କିମ୍ୱା ଗରମ ପାଣି ପିଇବା ଉଚିତ। ତେବେ ଗରମ ପାଣି ୨୪ ଘଣ୍ଟାରୁ ଅଧିକ ସମୟ ରଖିବା ଉଚିତ୍ ନୁହଁ । ଏଥିପ୍ରତି ଧ୍ୟାନ ଦେବା ଆବଶ୍ୟକ। ସଂକ୍ରମିତ ଭୂତାଣୁ ଠାରୁ ରକ୍ଷା ପାଇବା ପାଇଁ ହରବାଲ୍ ଟି, ଅଦା ଚା ଓ ଲେମନ୍ ଟି ପିଇ ପାରିବେ । ଯଦି ଆପଣ ଚା’ ପିଇବାକୁ ପସନ୍ଦ କରନ୍ତି ନାହିଁ, ତେବେ ଗରମ ଭେଜିଟେବୁଲ୍ ସୁପ୍ ପିଇପାରିବେ।
ଖାଦ୍ୟ ଖାଇ ସାରିବା ପରେ ଓ ପୂର୍ବରୁ ହାତକୁ ସାବୁନରେ ଭଲ ଭାବେ ଧୋଇବା ଉଚିତ। ରୋଷେଇ ଘରେ ବ୍ୟବହାର କରୁଥିବା ଚପିଙ୍ଗ୍ ବୋର୍ଡକୁ ପରିବା କାଟିବା ପୂର୍ବରୁ ଓ ପରେ ଭଲ ରୂପେ ଧୋଇବା ଆବଶ୍ୟକ।
ବର୍ଷା ଦିନେ ଖାଦ୍ୟକୁ ଭଲ ଭାବେ ରୋଷେଇ କରିବା ଦରକାର। ଏହି ଋତୁରେ କଞ୍ଚା ଥିବା ଖାଦ୍ୟ ଖାଇବା ଦ୍ୱାରା ଶରୀରକୁ କ୍ଷତି ପହଞ୍ଚାଇଥାଏ। ଫଳ ଓ ପରିବା ଅଧିକ ମାତ୍ରାରେ ଖାଇବା ଉଚିତ। ଏହି ଋତୁରେ ଗରିଷ୍ଠ ଖାଦ୍ୟ ନ ଖାଇ ହାଲକା ଭୋଜନ କରିବା ଉଚିତ। କାରଣ ଏହି ସମୟରେ ପାଚନ କ୍ରିୟା ଶୀଘ୍ର ହୋଇନ ଥାଏ। ପାଚନ ତନ୍ତ୍ରକୁ ସୁସ୍ଥ ରଖିବା ପାଇଁ ରସୁଣ, ଗୋଲମରିଚ, ଅଦା, ଧନିଆ ଓ ହଳଦୀ ଖାଇ ପାରିବେ। ବାସି ଖାଦ୍ୟ ନ ଖାଇବା ଶରୀର ପାଇଁ ଭଲ । ଘରେ ରୋଷେଇ ହୋଇଥିବା ଖାଦ୍ୟ ଖାଆନ୍ତୁ।
ବାହାରେ ବିକ୍ରି ହେଉଥିବା ଖାଦ୍ୟ ଏହି ସମୟରେ କମ୍ ଖାଇବା ଭଲ। ଏହି ଋତୁରେ ଘରଠାରୁ ମଶା ଓ ମାଛିକୁ ଦୂରେଇ ରଖିବା ପାଇଁ କୀଟନାଶକ ପ୍ରୟୋଗ କରନ୍ତୁ । ଏହାସହିତ ଘର ପୋଛିବା ସମୟରେ ଫିନାଇଲ୍ ବ୍ୟବହାର କରନ୍ତୁ।