ଶାସ୍ତ୍ର କହୁଛି ଅବେଳରେ ଖୋଲନ୍ତୁ ନାହିଁ ରକ୍ଷାସୂତ୍ର: ନହେଲେ ମାଡ଼ି ଆସିବ ବିପଦ

ହିନ୍ଦୁ ଶାସ୍ତ୍ର ଅନୁସାରେ ହାତରେ ରକ୍ଷା ସୂତ୍ର ବାନ୍ଧିବା ଅତ୍ୟନ୍ତ ଶୁଭଙ୍କର ହୋଇଥାଏ। ବିବାହ ବ୍ରତ ଭଳି କୌଣସି ମାଙ୍ଗଳିକ କାର୍ଯ୍ୟ କଲେ ଆମେ ପ୍ରଥମେ ହାତରେ ରକ୍ଷା ସୂତ୍ର ବାନ୍ଧିଥାଉ। ବିପଦ ସମୟରେ ଏହା ଆମକୁ ରକ୍ଷା କରିଥାଏ ବୋଲି ହିନ୍ଦୁ ଧର୍ମରେ ଆସ୍ଥା ରହିଛି। ଏହା ହାତରେ ବାନ୍ଧିଲେ ଶରୀର ପାଇଁ ହିତକର ହୋଇଥାଏ ବୋଲି ବିଜ୍ଞାନ ମଧ୍ୟ ଗ୍ରହଣ କରିସାରିଲାଣି। ତେବେ ଅନେକ ସମୟରେ ଆମେ ପୁରୁଣା ହୋଇଯାଇଥିବା ରକ୍ଷାସୂତ୍ରକୁ ବଦଳାଇ ନୂଆ […]

rakhya sutra

Rakesh Mallick
  • Published: Thursday, 08 June 2017
  • , Updated: 08 June 2017, 03:45 PM IST

ହିନ୍ଦୁ ଶାସ୍ତ୍ର ଅନୁସାରେ ହାତରେ ରକ୍ଷା ସୂତ୍ର ବାନ୍ଧିବା ଅତ୍ୟନ୍ତ ଶୁଭଙ୍କର ହୋଇଥାଏ। ବିବାହ ବ୍ରତ ଭଳି କୌଣସି ମାଙ୍ଗଳିକ କାର୍ଯ୍ୟ କଲେ ଆମେ ପ୍ରଥମେ ହାତରେ ରକ୍ଷା ସୂତ୍ର ବାନ୍ଧିଥାଉ। ବିପଦ ସମୟରେ ଏହା ଆମକୁ ରକ୍ଷା କରିଥାଏ ବୋଲି ହିନ୍ଦୁ ଧର୍ମରେ ଆସ୍ଥା ରହିଛି। ଏହା ହାତରେ ବାନ୍ଧିଲେ ଶରୀର ପାଇଁ ହିତକର ହୋଇଥାଏ ବୋଲି ବିଜ୍ଞାନ ମଧ୍ୟ ଗ୍ରହଣ କରିସାରିଲାଣି। ତେବେ ଅନେକ ସମୟରେ ଆମେ ପୁରୁଣା ହୋଇଯାଇଥିବା ରକ୍ଷାସୂତ୍ରକୁ ବଦଳାଇ ନୂଆ ବାନ୍ଧି ଥାଉ।  କିନ୍ତୁ ଏହା ଆମ ପାଇଁ ଅଶୁଭ ହୋଇଥାଏ। ତେଣୁ ରକ୍ଷା ସୂତ୍ର ବଦଳାଇବା ପୂର୍ବରୁ ଶୁଭ ଓ ଅଶୁଭ ବିଚାର କରିବା ନିହାତି ଆବଶ୍ୟକ ନିର୍ଦ୍ଧିଷ୍ଟ ଦିନ ଗୁଡିକରେ ପରୁଣା ରକ୍ଷା ସୁତ୍ର ବଦଳାଇ ନୂଆ ବାନ୍ଧିଲେ ତାହା ଆମ ପାଇଁ ଶୁଭଙ୍କର ହୋଇଥାଏ ।

କିପରି  ରକ୍ଷା ସୂତ୍ର ବଦଳାଇଲେ ଶୁଭ ହୋଇଥାଏ ଆସନ୍ତୁ ଜାଣିବା ...

୧-ପୁରୁଣା ହୋଇଯାଇଥିବା ରକ୍ଷା ସୂତ୍ରକୁ ହଠାତ ବଦଳାନ୍ତୁ ନାହିଁ । ଏହା ଆମ ଶରୀର ପାଇଁ  ଅଶୁଭ ହୋଇଥାଏ। ମଙ୍ଗଳବାର ଓ ଶନିବାର ପୁରୁଣା ରକ୍ଷା ସୂତ୍ର ବଦଳାଇ ନୂଆ ବାନ୍ଧିଲେ ଆମ ଶରୀରକୁ ସକାରାତ୍ମକ ଶକ୍ତି ମିଳିଥାଏ।

୨-ରକ୍ଷା ସୂତ୍ର ବାନ୍ଧିବା ନେଇ ଆମେ ସବୁବେଳେ ଦ୍ୱନ୍ଦରେ ପଡିଥାଉ। ପୁରଷଙ୍କ ଓ ଅବିବାହିତ ମହିଳା ମାନେ ଡାହାଣ ହାତରେ ରକ୍ଷା ସୂତ୍ର ବାନ୍ଧିବା ଆବଶ୍ୟକ।  ବିବାହିତ ମହିଳାମାନେ ବାମ ହାତରେ ବାନ୍ଧିଲେ ଶୁଭ ହୋଇଥାଏ।

୩- ରକ୍ଷା ସୂତ୍ର ଦୁଇ ପ୍ରକାର ହୋଇଥାଏ। ଗୋଟେ  ତିନି ଖିଅ ଏବଂ ଅନ୍ୟଟି ପାଞ୍ଚ ଖିଅ। ତେବେ ବିଦ୍ଧି ପୂର୍ବକ ଏହି ରକ୍ଷା ସୂତ୍ରକୁ  ତିନିଥର ହାତରେ ଗୋଡାଇ ବାନ୍ଧିବା ଆବଶ୍ୟକ।

Related story