ରାଶି କହି ଦିଏ କ୍ୟାରିୟର କଥା! ପଢ଼ନ୍ତୁ ଓ ଜାଣନ୍ତୁ... କେଉଁ ରାଶିର ବ୍ୟକ୍ତି କେଉଁ ଚାକିରି କଲେ ରହିବେ ଫାଇଦାରେ

ଜୀବନର କେତେକ କଥା ରାଶି ଉପରେ ନିର୍ଭର କରିଥାଏ! ଆପଣଙ୍କ କ୍ୟାରିୟର କେମିତି ରହିବ, ଆପଣ କେତେ ଅର୍ଥ ଉପାର୍ଜନ କରିପାରିବେ- ଏସବୁ ରାଶି ଦ୍ୱାରା ବି ପ୍ରଭାବିତ ହୁଅନ୍ତି। ତା’ହେଲେ ଆସନ୍ତୁ ଜାଣିବା କେଉଁ ରାଶିର ବ୍ୟକ୍ତି କେଉଁ କ୍ୟାରିୟର ଚୟନ କରିବା ଉଚିତ୍। ମେଷ ଏହି ରାଶିର ବ୍ୟକ୍ତିମାନେ ନେତୃତ୍ୱ ପାଇଁ ପରିଚିତି ପାଆନ୍ତି। ଏମାନେ  ସେନା, ରାଜନୀତି, ସରକାରୀ ଚାକିରି, ମ୍ୟାନେଜମେଣ୍ଟ୍‌ ଓ ବିଜ୍ଞାପନ କ୍ଷେତ୍ରରେ କ୍ୟାରିୟର କଲେ ଲାଭ ହେବ। ବୃଷ […]

rashi

Rakesh Mallick
  • Published: Monday, 05 June 2017
  • , Updated: 05 June 2017, 11:31 AM IST

ଜୀବନର କେତେକ କଥା ରାଶି ଉପରେ ନିର୍ଭର କରିଥାଏ! ଆପଣଙ୍କ କ୍ୟାରିୟର କେମିତି ରହିବ, ଆପଣ କେତେ ଅର୍ଥ ଉପାର୍ଜନ କରିପାରିବେ- ଏସବୁ ରାଶି ଦ୍ୱାରା ବି ପ୍ରଭାବିତ ହୁଅନ୍ତି।

ତା’ହେଲେ ଆସନ୍ତୁ ଜାଣିବା କେଉଁ ରାଶିର ବ୍ୟକ୍ତି କେଉଁ କ୍ୟାରିୟର ଚୟନ କରିବା ଉଚିତ୍।

ମେଷ

ଏହି ରାଶିର ବ୍ୟକ୍ତିମାନେ ନେତୃତ୍ୱ ପାଇଁ ପରିଚିତି ପାଆନ୍ତି। ଏମାନେ  ସେନା, ରାଜନୀତି, ସରକାରୀ ଚାକିରି, ମ୍ୟାନେଜମେଣ୍ଟ୍‌ ଓ ବିଜ୍ଞାପନ କ୍ଷେତ୍ରରେ କ୍ୟାରିୟର କଲେ ଲାଭ ହେବ।

ବୃଷ

ଏହି ରାଶିର ବ୍ୟକ୍ତିମାନଙ୍କ ବିଶେଷତ୍ୱ ସେମାନଙ୍କ ହାତରେ ଲୁଚି ରହିଥାଏ। ଏମାନେ ରୋଷେୟା, ଚିତ୍ରକଳା ଓ ମୂର୍ତ୍ତୀ ନିର୍ମାଣ କାର୍ଯ୍ୟରେ ମନ ଦିଅନ୍ତି। ଏହି କ୍ଷେତ୍ରରେ ହିଁ ସେମାନଙ୍କୁ ଭଲ ଫଳ ମିଳିଥାଏ।

ମିଥୁନ

ଏହି ରାଶିର ଲୋକେ ସବୁବେଳେ ବ୍ୟସ୍ତ ରହିବାକୁ ପଡ଼ୁଥିବା କାମ କରିବାକୁ ପସନ୍ଦ କରନ୍ତି। ତେଣୁ ଏହି ଲୋକଙ୍କ ପାଇଁ ଟେକ୍ନୋଲୋଜି, ଶିକ୍ଷା, ଆର୍କିଟେକ୍ଚର ଓ ଟ୍ରାଭେଲ୍ ସହିତ ଜଡ଼ିତ କାମ ସର୍ବଶ୍ରେଷ୍ଠ।

କର୍କଟ

କର୍କଟ ରାଶିର ଲୋକେ ସାଧାରଣତଃ ଶିକ୍ଷା ଓ ସାମାଜିକ କାର୍ଯ୍ୟ ଭଳି କ୍ଷେତ୍ରରେ ସଫଳ ହୁଅନ୍ତି। ଏମାନଙ୍କ ପାଇଁ ସ୍ୱାସ୍ଥ୍ୟ ଓ ପରିବେଶ ସହିତ ଜଡ଼ିତ କାମ ବି ଲାଭଦାୟକ ହେବ। ତେଣୁ ଏହି ରାଶିର ବ୍ୟକ୍ତିମାନେ ଏକ୍ଷେତ୍ରରେ କ୍ୟାରିୟର କଲେ ଭଲ।

କନ୍ୟା

ଏମାନେ ଲେଖକ, ସାମ୍ବାଦିକ, ସଂପାଦକ, ଡାକ୍ତର, ଗବେଷକ ଓ ମିସ୍ତ୍ରୀ ହୋଇପାରିବେ।

ତୁଳା

ଏହି ରାଶିର ଲୋକେ ଭଲ ପ୍ରଫେସର, ଲେଖକ, ସାମ୍ବାଦିକ, ଟ୍ରାଭେଲ୍‌ ଏଜେଣ୍ଟ ହେଲେ ଲାଭରେ ରହିବେ। ମାର୍କେଟିଂରେ କ୍ୟାରିୟର କଲେ ମଧ୍ୟ ଭଲ ପରିଣାମ ମିଳିବ।

ଧନୁ

ଏମାନେ ବୁଲାବୁଲି କରିବାକୁ ବେଶୀ ପସନ୍ଦ କରନ୍ତି। ଏମାନେ ଲେଖକ, ସଂପାଦକ, ଅଧ୍ୟାପକ, ଆଧ୍ୟାତ୍ମିକ ଗୁରୁ ଭାବେ ନିଜ କ୍ୟାରିୟର କରିପାରିବେ।

ମକର

ମକର ରାଶିର ଲୋକେ ମହତ୍ତ୍ୱାକାଂକ୍ଷୀ ହୋଇଥାନ୍ତି। କୌଣସି କାର୍ଯ୍ୟ ଶେଷ ନ କଲା ପର୍ଯ୍ୟନ୍ତ ଆରମରେ ବସନ୍ତି ନାହିଁ। ସେଥିପାଇଁ ଏମାନେ ଆଇଟି କ୍ଷେତ୍ରରେ ଚାକିରି କରିବାକୁ ବେଶ୍ ଯୋଗ୍ୟ। ବୈଜ୍ଞାନିକ, ମ୍ୟାନେଜର, ବ୍ୟାଙ୍କର, ସଂପାଦକକୁ କ୍ୟାରିୟର ଭାବେ ଗ୍ରହଣ କଲେ ଫାଇଦାରେ ରହିବେ।

କୁମ୍ଭ

ଏହି ରାଶିର ଲୋକେ ବୈଜ୍ଞାନିକ, ମେକାନିକ୍, ଡିଜାଇନର ଓ ରାଜନେତା ହୋଇଥାଆନ୍ତି।

Related story