ସବୁ ଯୋଗ ଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ ହେଉଛି ‘ସୂର୍ଯ୍ୟ ନମସ୍କାର’। ଯଦି ଆମେ ଧର୍ମଶାସ୍ତ୍ରକୁ ମାନିବା ତା’ହେଲେ ‘ସୂର୍ଯ୍ୟ ନମସ୍କାର’ ଜଣେ ବ୍ୟକ୍ତିଙ୍କୁ ସଂପୂର୍ଣ୍ଣ ନିରୋଗ ରଖେ। ପୁରୁଷ, ମହିଳା, ଶିଶୁ ଓ ବୃଦ୍ଧବୃଦ୍ଧା ସମସ୍ତଙ୍କ ପାଇଁ ଏହା ଉପଯୋଗୀ ବୋଲି କୁହାଯାଇଛି।
‘ସୂର୍ଯ୍ୟ ନମସ୍କାର’ ହେଉଛି ୧୨ଟି ସ୍ଥିତିରେ କରାଯାଉଥିବା ଯୋଗାସନ। ଏହାର ଆସନଗୁଡ଼ିକୁ ବେଶ୍ ସହଜରେ କରାଯାଇପାରିବ। ତା’ହେଲେ ଆସନ୍ତୁ ଜାଣିବା ‘ସୂର୍ଯ୍ୟ ନମସ୍କାର’ର କିଛି ଉପକାରିତା ସଂପର୍କରେ।
- ମାନସିକ ଶକ୍ତି ବଢ଼େ। ମନ ସ୍ଥିର ରହେ।
- ସୂର୍ଯ୍ୟ ନମସ୍କାର କରିବା ଦ୍ୱାରା ଭିଟାମିନ୍ ଡି ମିଳେ ଯାହା ଶରୀରର ହାଡ଼କୁ ମଜଭୁତ କରେ।
- ଆଖିର ଦୃଷ୍ଟିଶକ୍ତି ବଢ଼ାଏ।
- ରକ୍ତ ସଞ୍ଚାଳନକୁ ସଠିକ୍ ରଖେ। ବ୍ଲଡ୍ ପ୍ରେସର ନିୟନ୍ତ୍ରିତ ହୋଇ ରହେ।
- ମସ୍ତିଷ୍କ ଥଣ୍ଡା ରହେ।
- ମୋଟା ଲୋକଙ୍କ ଓଜନ ହ୍ରାସ କରାଇବାରେ ସାହାଯ୍ୟ କରେ।
- ଚୁଟି ଝଡ଼ିବା ଓ ପାଚିବାରୁ ମୁକ୍ତି ମିଳେ।
- କ୍ରୋଧ ନିୟନ୍ତ୍ରିତ ହୁଏ।
- ଅଣ୍ଟା ପତଳା ହୁଏ ଓ ହାଡ଼ ମଜଭୁତ ହୁଏ।
ଚର୍ମ ରୋଗ ସମ୍ଭାବନା ସମାପ୍ତ ହୋଇଯାଏ।