ମନିପ୍ଲାଣ୍ଟକୁ କୁହାଯାଏ ଧନର ଗଛ। କୁହାଯାଏ ଏହାକୁ ରଖିବା ଦ୍ୱାରା ଘରେ ଧନ ବଢ଼ିଥାଏ। କିନ୍ତୁ ଆପଣ ଜାଣନ୍ତି କି ଏହାକୁ ଠିକ୍ ଦିଗରେ ଓ ଠିକଣା ଢଙ୍ଗରେ ନ ରଖିଲେ ଆର୍ଥିକ କ୍ଷତି ଘଟିପାରେ। ତେବେ ଜାଣନ୍ତୁ ଏହାକୁ ରଖିବେ କେମିତି...
୧- ମନିପ୍ଲାଣ୍ଟକୁ ଘରର ଉତ୍ତର-ପୂର୍ବ ଦିଗରେ ରଖନ୍ତୁ ନାହିଁ। ଏହି ଦିଗରେ ରଖିବା ଦ୍ୱାରା ଆର୍ଥିକ କ୍ଷତିର ସମ୍ମୁଖୀନ ହେବାକୁ ପଡ଼ିଥାଏ।
୨- ଘରେ ମନିପ୍ଲାଣ୍ଟ ଲଗାଇବା ଦ୍ୱାରା ଧନ ବଢ଼ିବା ସହ ସଂପର୍କରେ ମଧୁରତା ବଢ଼ିଥାଏ। ଏହାକୁ ପୂର୍ବ-ପଶ୍ଚିମ ଦିଗରେ ଲଗାଇଲେ ଦାମ୍ପତ୍ୟ ଜୀବନରେ ଦୁଃଖ ବଢ଼ିଥାଏ।
୩- ଘରେ ମନିପ୍ଲାଣ୍ଟକୁ ଦକ୍ଷିଣ ପୂର୍ବ ଦିଗରେ ଲଗାଇବା ଉଚିତ ହୋଇଥାଏ। ଏହି ଦିଗର ଦେବତା ଶ୍ରୀ ଗଣେଶ। ତେଣୁ ଏହି ଦିଗରେ ମନିପ୍ଲାଣ୍ଟ ରଖିବା ଦ୍ୱାରା ସୁଖସମୃଦ୍ଧି ବଢ଼େ।
୪- ମନିପ୍ଲାଣ୍ଟରୁ ପତ୍ର ଝଡ଼ିବା କିମ୍ବା ଶୁଖିବା ଅଶୁଭ ହୋଇଥାଏ। ପ୍ରତିଦିନ ଗଛରେ ପାଣି ଦେବା ଉଚିତ୍। ଶୁଖିଯାଇଥିବା ଓ ଧଳା ହୋଇଯାଇଥିବା ପତ୍ରକୁ କାଟି ଦେବା ଉଚିତ।
୫- ଘର ବାହାରେ ନ ଲଗାଇ ଏହାକୁ ଘର ଭିତରେ ଲଗାଇବା ଦ୍ୱାରା ଶୁଭ ଫଳ ମିଳିଥାଏ। ଏହି ଗଛକୁ ବୋତଲ କିମ୍ବା କୁଣ୍ଡରେ ଲଗାଇପାରିବେ।
ସୌଜନ୍ୟ-ନବ୍ଭାରତ ଟାଇମ୍ସ