ଭଗବାନ ବିଷ୍ଣୁ କଇଁଛ ଅବତାର ଗ୍ରହଣ କରିଥିବାରୁ ହିନ୍ଦୁ ଧର୍ମରେ କଇଁଛକୁ ଶୁଭ ବୋଲି ବିବେଚନା କରାଯାଏ। ସକାରାତ୍ମକ ପ୍ରଭାବ ଓ ଆତ୍ମବିଶ୍ୱାସ ବୃଦ୍ଧି ପାଇଁ କଇଁଛ ଆକୃତିର ମୁଦି ପିନ୍ଧିବାକୁ ଜ୍ୟୋତିଷମାନେ ପରାମର୍ଶ ଦେଇଥାନ୍ତି। ଏହି ମୁଦିକୁ ଘରେ ରଖିବା ଦ୍ୱାରା ମଧ୍ୟ ଆର୍ଥିକ ଅଭିବୃଦ୍ଧି ହେବା ସହ ସକାରତ୍ମକ ଶକ୍ତି ଘରେ ପ୍ରବେଶ କରିଥାଏ ବୋଲି କୁହାଯାଏ। ତେବେ ଏହି ମୁଦି ପିନ୍ଧିବା ସମୟରେ କିଛି କଥା ଉପରେ ଧ୍ୟାନ ଦେବାକୁ ପଡ଼େ। ଆସନ୍ତୁ ଜାଣିବା ସେଗୁଡ଼ିକ ସଂପର୍କରେ
୧. ଏହି ମୁଦି ପିନ୍ଧିବା ସମୟରେ ଧ୍ୟାନ ଦେବେ ଯେପରି କଇଁଛର ମୁଣ୍ଡ ଭାଗ ଆପଣଙ୍କ ଆଡ଼କୁ ରହିବ।
୨.କଇଁଛ ଆକୃତିର ମୁଦିକୁ ଆପଣ ନିଜ ବଜେଟ ଅନୁସାରେ ଗଢ଼ାଇ ପାରିବେ। ଆପଣ ଏହାକୁ ରୁପା ଓ ସୁନା ଧାତୁରେ ମଧ୍ୟ ଗଢାଇ ପାରିବେ।