ଜାଣନ୍ତୁ କେଉଁ ଗଛ ଘରେ ରହିଲେ ଅଶୁଭ

ବୃକ୍ଷ ହିଁ ଜୀବନ। ଏବେ ସହର ବଢ଼ିବା ସହିତ ଜଙ୍ଗଲ କମି ଚାଲିଛି। ତେଣୁ ବୃକ୍ଷରୋପଣ ପାଇଁ ଲୋକଙ୍କୁ ସଚେତନ କରାଯାଉଛି। ବାସ୍ତୁଶାସ୍ତ୍ରରେ ମଧ୍ୟ ମଣିଷର ଜୀବନରେ ବୃକ୍ଷର ମହତ୍ତ୍ୱ ସଂପର୍କରେ ଉଲ୍ଲେଖ ରହିଛି। ଏମିତି କିଛି ଗଛ ଅଛି ଯେଉଁଗୁଡ଼ିକୁ ଘର ପରିସରରେ ଲଗାଇଲେ ଶୁଭ ବୋଲି କୁହାଯାଏ। ଏଗୁଡ଼ିକ ଘର ଉପରେ ନକାରାତ୍ମକ ଶକ୍ତିଗୁଡ଼ିକୁ ପଡ଼ିବାକୁ ଦିଅନ୍ତି ନାହିଁ। ସେଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ଅଶ୍ୱତ୍‌ଥ ଗଛ। ସେହିଭଳି ବାସ୍ତୁଶାସ୍ତ୍ର ଅନୁଯାୟୀ ଏମିତି କିଛି […]

bonsai

Rakesh Mallick
  • Published: Monday, 21 August 2017
  • , Updated: 21 August 2017, 09:09 AM IST

ବୃକ୍ଷ ହିଁ ଜୀବନ। ଏବେ ସହର ବଢ଼ିବା ସହିତ ଜଙ୍ଗଲ କମି ଚାଲିଛି। ତେଣୁ ବୃକ୍ଷରୋପଣ ପାଇଁ ଲୋକଙ୍କୁ ସଚେତନ କରାଯାଉଛି। ବାସ୍ତୁଶାସ୍ତ୍ରରେ ମଧ୍ୟ ମଣିଷର ଜୀବନରେ ବୃକ୍ଷର ମହତ୍ତ୍ୱ ସଂପର୍କରେ ଉଲ୍ଲେଖ ରହିଛି। ଏମିତି କିଛି ଗଛ ଅଛି ଯେଉଁଗୁଡ଼ିକୁ ଘର ପରିସରରେ ଲଗାଇଲେ ଶୁଭ ବୋଲି କୁହାଯାଏ। ଏଗୁଡ଼ିକ ଘର ଉପରେ ନକାରାତ୍ମକ ଶକ୍ତିଗୁଡ଼ିକୁ ପଡ଼ିବାକୁ ଦିଅନ୍ତି ନାହିଁ। ସେଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ଅଶ୍ୱତ୍‌ଥ ଗଛ। ସେହିଭଳି ବାସ୍ତୁଶାସ୍ତ୍ର ଅନୁଯାୟୀ ଏମିତି କିଛି ବୃକ୍ଷ ଅଛି ଯେଉଁଗୁଡ଼ିକୁ ଆମେ ଘର ପରିସରରେ ଲଗାଇଲେ ଭଲ ନୁହେଁ। ଏଗୁଡ଼ିକ ଘର ଉପରେ ନକାରାତ୍ମକ ପ୍ରଭାବ ପକାଇ ଥାଆନ୍ତି। ତା’ହେଲେ ଆସନ୍ତୁ ସେହି ଗଛଗୁଡ଼ିକ ସଂପର୍କରେ।

- ଘରେ ସର୍ବଦା ଏମିତି ଗଛ ଲଗାନ୍ତୁ ଯେଉଁଥିରେ ଫୁଲ ଫୁଟୁଥିବ। ତା’ର ଫୁଲରେ ଘରର ବାତାବରଣ ଭଲ ରହେ ଓ ସକାରାତ୍ମକ ଶକ୍ତି ମିଳେ। ଘରେ କଣ୍ଟାଜାତୀୟ ଗଛ ଲଗାନ୍ତୁ ନାହିଁ। ସେହିପରି ଯେଉଁ ଗଛରୁ କ୍ଷୀର ବାହାରୁଥିବା ସେହି ଗଛ ଲଗାଇବା ଉଚିତ ନୁହେଁ। ଏପରି ଗଛ ଲଗାଇବା ଦ୍ୱାରା ଘରେ ନକରାତ୍ମକ ଶକ୍ତି ଉତ୍ପନ୍ନ ହୋଇଥାଏ।

- ଆଜିକାଲି ଲୋକମାନେ ନିଜର ବେଡରୁମ୍‌ର ଶୋଭା ବଢ଼ାଇବା ପାଇଁ ବିଭିନ୍ନ ପ୍ରକାର ଗଛ ଲଗାଉଛନ୍ତି।  କିନ୍ତୁ ବାସ୍ତୁଶାସ୍ତ୍ର ଅନୁସାରେ ଏହା ଅଶୁଭ ହୋଇଥାଏ। ଏହା ଦ୍ୱାରା ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ଖରାପ ହୋଇଥାଏ ଓ ଅଶାନ୍ତି ବଢ଼ିଥାଏ।

- ଘରର କାନ୍ଥରେ ଅଶ୍ୱତ୍‌ଥ ଗଛ ହୋଇଥିଲେ ତାକୁ ପୂଜାପାଠ କରି କୁଣ୍ଡରେ ଲଗାଇବା ଦେବା ଉଚିତ। ଭୁଲରେ ଏହି ଗଛକୁ କାଟିବାକୁ ଚେଷ୍ଟା କରନ୍ତୁ ନାହିଁ। କାରଣ  ଏହି ଗଛରେ ତିନି ଜଣ ଦେବତା ବାସ କରନ୍ତି।

- ଏବେ ଘରେ ବୋନସାଇ ଗଛ ଲଗାଇବା ଏକ ଫ୍ୟାସନ୍ ହୋଇଗଲାଣି। କାରଣ ଏହା ଦେଖିବାକୁ ସୁନ୍ଦର ହୋଇଥାଏ। କିନ୍ତୁ ବୋନସାଇ ଗଛ ଘରେ ଲଗାଇବା ଉଚିତ ନୁହେଁ। ବାସ୍ତୁଶାସ୍ତ୍ର ଅନୁସାରେ  ଘରେ ଏହା ଲଗାଇଲେ ଘରର ସଦସ୍ୟଙ୍କ ଉନ୍ନତିରେ ବାଧା ସୃଷ୍ଟି କରେ।

ସୌଜନ୍ୟ- ଅମର ଉଜାଲା

Related story