ଘରେ ତିଆରି କରନ୍ତୁ ରେଷ୍ଟୁରାଣ୍ଟ ଷ୍ଟାଇଲ୍ 'ଡ୍ରାଗନ୍‌ ଚିକେନ୍'

ଆବଶ୍ୟକ ସାମଗ୍ରୀ : ବୋନ୍‌ଲେସ୍‌ ଚିକେନ, କଞ୍ଚା ଅଣ୍ଡା, ଅଜିନୋମଟୋ, ବେକିଂ ପାଉଡର, କର୍ଣ୍ଣ ଫ୍ଲୋର୍, ଫୁଡ୍‌ କଲର୍, ଶୁଖିଲା ଲଙ୍କା, କଟା ପିଆଜ, ବଟା ରସୁଣ, ବଟା କଞ୍ଚାଲଙ୍କା, ଧଳା ଗୋଲ ମରିଚ ଗୁଣ୍ଡ, ଟମୋଟୋ ସସ୍‌, ଚିଲି ସସ୍‌ ଓ ଲୁଣ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚିକେନ୍‌କୁ ଭଲ ଭାବେ ପରିଷ୍କାର କରି ଦୋଇଦିଅନ୍ତୁ। ଏକ ପାତ୍ରରେ ଚିକେନ, କଞ୍ଚା ଅଣ୍ଡା, ଅଜିନୋମଟୋ, ବେକିଂ ପାଉଡର, କର୍ଣ୍ଣ ଫ୍ଲୋର୍, ଅଳ୍ପ ଫୁଡ୍‌ କଲର ଓ […]

dragon-chicken

Chinmayee Roy
  • Published: Thursday, 21 March 2019
  • , Updated: 21 March 2019, 12:30 PM IST

ଆବଶ୍ୟକ ସାମଗ୍ରୀ : ବୋନ୍‌ଲେସ୍‌ ଚିକେନ, କଞ୍ଚା ଅଣ୍ଡା, ଅଜିନୋମଟୋ, ବେକିଂ ପାଉଡର, କର୍ଣ୍ଣ ଫ୍ଲୋର୍, ଫୁଡ୍‌ କଲର୍, ଶୁଖିଲା ଲଙ୍କା, କଟା ପିଆଜ, ବଟା ରସୁଣ, ବଟା କଞ୍ଚାଲଙ୍କା, ଧଳା ଗୋଲ ମରିଚ ଗୁଣ୍ଡ, ଟମୋଟୋ ସସ୍‌, ଚିଲି ସସ୍‌ ଓ ଲୁଣ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚିକେନ୍‌କୁ ଭଲ ଭାବେ ପରିଷ୍କାର କରି ଦୋଇଦିଅନ୍ତୁ। ଏକ ପାତ୍ରରେ ଚିକେନ, କଞ୍ଚା ଅଣ୍ଡା, ଅଜିନୋମଟୋ, ବେକିଂ ପାଉଡର, କର୍ଣ୍ଣ ଫ୍ଲୋର୍, ଅଳ୍ପ ଫୁଡ୍‌ କଲର ଓ ଲୁଣ ପକାଇ ଭଲଭାବେ ଗୋଳାଇଦିଅନ୍ତୁ। ଏବେ ଏକ କଡ଼େଇରେ ତେଲ ଗରମ କରି ଚିକେନ୍‌ ଗୁଡ଼ିକୁ ଛାଣିଦିଅନ୍ତୁ ଓ ଅଲଗା ପାତ୍ରକୁ କାଢ଼ି ରଖନ୍ତୁ।

ବର୍ତ୍ତମାନ କଡ଼େଇରେ ତେଲ ଗରମ କରି ଦୁଇଟି ଶୁଖିଲା ଲଙ୍କାକୁ ଭାଙ୍ଗି ପକାନ୍ତୁ। ଏବେ ବଟା ରସୁଣ ଓ ବଟା କଞ୍ଚାଲଙ୍କା ପକାଇ ଏହା ବାଦାମୀ ରଙ୍ଗ ହେବା ଯାଏ କଷନ୍ତୁ। ଏହାପରେ କଟା ପିଆଜ ପକାଇ ପୁଣିଥରେ ଭାଜନ୍ତୁ। ଟିକେ ଲାଲ୍‌ ହୋଇଆସିଲେ ଏଥିରେ ଅଳ୍ପ ପାଣି, ଧଳା ଗୋଲମରିଚ ଗୁଣ୍ଡ, ଟମାଟୋ ସସ୍‌, ସୋୟା ସସ୍‌ ଓ ଲୁଣ ପକାଇ ପାଣି ମରିଗଲା ପର୍ଯ୍ୟନ୍ତ ଫୁଟାନ୍ତୁ। ପାଣି ମରିଗଲେ ଏହାକୁ ପ୍ଲେଟକୁ କାଢ଼ି ଦିଅନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ‘ଡ୍ରାଗନ୍ ଚିକେନ୍’।

Related story