ଆସନ୍ତୁ ଜାଣିବା କେମିତି ତିଆରି ହୁଏ 'ହଂକଂ ଫିଶ୍'

ଆବଶ୍ୟକ ସାମଗ୍ରୀ: ବୋନ୍‌ଲେସ୍ ମାଛ, ରିଫାଇନ୍ ତେଲ, ପିଆଜ, କ୍ୟାପସିକମ୍, ଅଣ୍ଡା, ମଇଦା, ମକା ଗୁଣ୍ଡ, ଅଦା, ରସୁଣ, ଚିଲି ସସ୍, ଟମାଟୋ ସସ୍, ସୋୟା ସସ୍, ଆବଶ୍ୟକ ପରିମାଣରେ ଚାଇନା ସଲ୍ଟ, ପେପର୍ ସଲ୍ଟ ଓ ଲୁଣ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ମାଛକୁ ଧୋଇ ସଫା କରି ଚାରି କୋଣିଆ କରି କାଟିଦିଅନ୍ତୁ। ଏବେ ଏକ ପାତ୍ରରେ ଅଣ୍ଡା, ମଇଦା, ମକା ଗୁଣ୍ଡ, ପେପର ସଲ୍ଟ ଓ ଚାଇନା ସଲ୍ଟକୁ ମିଶାଇ ଫେଣ୍ଟି ଦିଅନ୍ତୁ। ବର୍ତ୍ତମାନ […]

fish

Chinmayee Roy
  • Published: Wednesday, 20 March 2019
  • , Updated: 20 March 2019, 03:46 PM IST

ଆବଶ୍ୟକ ସାମଗ୍ରୀ: ବୋନ୍‌ଲେସ୍ ମାଛ, ରିଫାଇନ୍ ତେଲ, ପିଆଜ, କ୍ୟାପସିକମ୍, ଅଣ୍ଡା, ମଇଦା, ମକା ଗୁଣ୍ଡ, ଅଦା, ରସୁଣ, ଚିଲି ସସ୍, ଟମାଟୋ ସସ୍, ସୋୟା ସସ୍, ଆବଶ୍ୟକ ପରିମାଣରେ ଚାଇନା ସଲ୍ଟ, ପେପର୍ ସଲ୍ଟ ଓ ଲୁଣ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ମାଛକୁ ଧୋଇ ସଫା କରି ଚାରି କୋଣିଆ କରି କାଟିଦିଅନ୍ତୁ। ଏବେ ଏକ ପାତ୍ରରେ ଅଣ୍ଡା, ମଇଦା, ମକା ଗୁଣ୍ଡ, ପେପର ସଲ୍ଟ ଓ ଚାଇନା ସଲ୍ଟକୁ ମିଶାଇ ଫେଣ୍ଟି ଦିଅନ୍ତୁ। ବର୍ତ୍ତମାନ ଏକ କଡ଼େଇରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଗଲେ ଏହି ମିଶ୍ରଣରେ ମାଛକୁ ଭଲ କରି ବୁଢ଼ାଇ ଛାଣିଦିଅନ୍ତୁ। ଛଣା ସରିଲା ପରେ ତାକୁ ଅଲଗା ପାତ୍ରରେ କାଢ଼ି ରଖନ୍ତୁ।

ବର୍ତ୍ତମାନ ଅଳ୍ପ ତେଲ ଗରମ କରି ଶୁଖିଲା ଲଙ୍କା, ଅଦା, ପିଆଜ, କ୍ୟାପସିକମ୍ ପକାଇ କିଛି ସମୟ ଭଲ କରି ଭାଜନ୍ତୁ। ତା’ପରେ ଏଥିରେ ଛଣା ମାଛ, ସୋୟା ସସ୍‌, ଚିଲି ସସ୍, ଟୋମାଟୋ ସସ୍ ଓ ଅଳ୍ପ ପାଣି ମିଶାଇ ଅଛ ସମୟ ଫୁଟାନ୍ତୁ। ଏଥିରେ ପୁଣି ଚାଇନା ସଲ୍ଟ, ପେପର ସଲ୍ଟ ଓ ଆବଶ୍ୟକ ଅନୁସାରେ ଲୁଣ ପକାନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ‘ହଂକଂ ଫିଶ୍’।

Related story