ଆଜି ଚାଲନ୍ତୁ ତିଆରି କରିବା ‘ମାଡ୍ରାସୀ ହରଡ଼ ଡ଼ାଲି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ସାଧାରଣତଃ ସବୁ ବେଳେ ଗୋଟିଏ ପ୍ରକାର ଡାଲି ଖାଇ ଆମେ ବିରକ୍ତ ହୋଇପଡୁ। ଛୋଟ ପିଲା ବି ବେଶି ଡାଲି ପ୍ରିୟ  ହୋଇ ନ ଥାନ୍ତି। ହେଲେ ଏଥିରେ ପ୍ରୋଟିନ୍‌ ଭରପୁର ମାତ୍ରାରେ ଥିବାରୁ ଏହାକୁ ମେନୁରେ ସାମିଲ କରିବା ନିହାତି ଆବଶ୍ୟକ । ତେଣୁ ଆଜି ଆମେ ଏପରି ଡାଲିର ପ୍ରସ୍ତୁତି ପ୍ରଣାଳୀ ଜାଣିବା, ଯେଉଁଥିରେ କି ଡାଲିର ପୋଷକ ତତ୍ୱ ରହିବା ସହ ଖାଇବାକୁ ଭାରି ଟେଷ୍ଟି।  ଏହା ହେଉଛି ମାଡ଼୍ରାସି […]

daal

Chinmayee Roy
  • Published: Saturday, 30 March 2019
  • , Updated: 30 March 2019, 09:38 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ସାଧାରଣତଃ ସବୁ ବେଳେ ଗୋଟିଏ ପ୍ରକାର ଡାଲି ଖାଇ ଆମେ ବିରକ୍ତ ହୋଇପଡୁ। ଛୋଟ ପିଲା ବି ବେଶି ଡାଲି ପ୍ରିୟ  ହୋଇ ନ ଥାନ୍ତି। ହେଲେ ଏଥିରେ ପ୍ରୋଟିନ୍‌ ଭରପୁର ମାତ୍ରାରେ ଥିବାରୁ ଏହାକୁ ମେନୁରେ ସାମିଲ କରିବା ନିହାତି ଆବଶ୍ୟକ । ତେଣୁ ଆଜି ଆମେ ଏପରି ଡାଲିର ପ୍ରସ୍ତୁତି ପ୍ରଣାଳୀ ଜାଣିବା, ଯେଉଁଥିରେ କି ଡାଲିର ପୋଷକ ତତ୍ୱ ରହିବା ସହ ଖାଇବାକୁ ଭାରି ଟେଷ୍ଟି।  ଏହା ହେଉଛି ମାଡ଼୍ରାସି ହରଡ଼  ଡାଲି। ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ସମ୍ପର୍କରେ।

 ଆବଶ୍ୟକ ସାମଗ୍ରୀ: ହରଡ଼ ଡ଼ାଲି, କଞ୍ଚାଲଙ୍କା, ପିଆଜ, ଅଦା, ସୋରିଷ, ମେଥି, ଶୁଖୁଲା ଲଙ୍କା, ତେଲ, ରସୁଣ, ନଡ଼ିଆ କୋରା, ଲୁଣ ଓ ହଳଦି।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଲୁଣ ଓ ହଳଦି ଦେଇ ଡ଼ାଲିକୁ ସିଝାଇ ଦିଅନ୍ତୁ। ଏବେ ପିଆଜ, ରସୁଣ, ଅଦା, ନଡ଼ିଆ କୋରା ଓ କଞ୍ଚାଲଙ୍କା ପକାଇ ଭଲକରି ବାଟିଦିଅନ୍ତୁ। ବର୍ତ୍ତମାନ୍ ଏହି ବଟା ମସଲାକୁ ସିଝା ଡ଼ାଲିରେ ମିଶାଇ ଦିଅନ୍ତୁ। ଏବେ ଏକ କଡ଼େଇରେ ତେଲ ଗରମ କରି ଶୁଖୁଲା ଲଙ୍କା, ସୋରିଷ ଓ ମେଥି ପକାନ୍ତୁ।

ତା’ପରେ କଟା ପିଆଜ ଓ ନଡ଼ିଆ କୋରା ପକାଇ ଭଲ କରି ଭାଜନ୍ତୁ। ପିଆଜ ଭାଜି ହୋଇଗଲେ ସିଝା ଡ଼ାଲିକୁ ପକାଇ ଅଳ୍ପ ସମୟ କଷି ପାଣି ଦେଇ ଦିଅନ୍ତୁ। ଡାଲି ଭଲ ଭାବେ ଫୁଟିଲା ପରେ ତଳକୁ ଓହ୍ଲାଇ ଦିଅନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ‘ମାଡ୍ରାସୀ ହରଡ଼ ଡ଼ାଲି’।

Related story