ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍): ଆଜି ଆମେ ଆପଣଙ୍କୁ ଘରେ ଏକ ଷ୍ଟାଟର୍ 'ସୁଇଟ୍ କର୍ନ୍ ସୁପ୍'ର ପ୍ରସ୍ତୁତି ସମ୍ପର୍କରେ ଟିପ୍ସ୍ ଦେବୁ।
ଆବଶ୍ୟକ ସାମଗ୍ରୀ: ସୁଇଟ୍ କର୍ନ(ମକା), ଲୁଣ, ଭେଜିଟେବଲ ଷ୍ଟଫ୍, ପିଆଜ ସଣ୍ଢା, ଗୋଲମରିଚ ଗୁଣ୍ଡ, ହ୍ବାଇଟ୍ ସସ୍।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ସ୍ୱିଟ୍ କର୍ନକୁ ଭଲ ଭାବେ ଧୋଇ ଦିଅନ୍ତୁ। ଏବେ ଏହାକୁ ଗ୍ରାଇଣ୍ଡିଂ କରି ନିଅନ୍ତୁ। ଧ୍ୟାନ ରଖନ୍ତୁ ଏହାକୁ ସମ୍ପୂର୍ଣ୍ଣ ଚିକ୍କଣ ନ କରି ଟିକେ ଖଦଡ଼ କରି ଗ୍ରାଇଣ୍ଡିଂ କରନ୍ତୁ। ବର୍ତ୍ତମାନ ଏକ ପ୍ୟାନ୍ରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଗଲେ ଏଥିରେ ଭେଜିଟେବଲ ଷ୍ଟଫ୍ ପକାନ୍ତୁ ଓ ଟିକେ ଗରମ କରନ୍ତୁ। ଏହାପରେ ଏଥିରେ ଗ୍ରାଇଣ୍ଡିଂ ହୋଇଥିବା କର୍ନ, ଛୋଟ ଛୋଟ କଟା ପିଆଜ ସଣ୍ଢା ଓ ହ୍ୱାଇଟ୍ ସସ୍ ପକାନ୍ତୁ। ଏବେ ଏହାକୁ କିଛି ସମୟ କମ୍ ଆଞ୍ଚରେ ଫୁଟାନ୍ତୁ। ମଝିରେ ମଝିରେ ଏହାକୁ ଗୋଲାନ୍ତୁ ନଚେତ୍ ତଳ ଲାଗିଯାଇପାରେ। ସୁପ୍ ବହଳିଆ ହୋଇ ଆସିଲେ ସେଥିରେ ଲୁଣ ଓ ଗୋଲମରିଚ ଗୁଣ୍ଡ ପକାନ୍ତୁ। ପ୍ରସ୍ତୁତ ହୋଇଗଲା ଆପଣଙ୍କ ସୁଇଟ୍ କର୍ନ ସୁପ୍। ଏହା ଉପରେ ବଜାରରେ ମିଳୁଥିବା ଓରେଗାନୋ ଅଳ୍ପ ଛିଞ୍ଚି ଗରମା ଗରମ ପରଷନ୍ତୁ।