ଆପଣଙ୍କର ଏସବୁ ଲକ୍ଷଣ ଅଛି କି ? ଏହା କ୍ୟାନ୍ସର କାରଣରୁ ହୋଇପାରେ

ନୂଆଦିଲ୍ଲୀ: କ୍ୟାନ୍ସର ହେଉଛି ପ୍ରାଣଘାତୀ ରୋଗ। ଯଦି ବେଳ ଥାଉ ଥାଉ ଏହି ରୋଗ ବିଷୟରେ ଜଣା ନ ପଡ଼େ କିମ୍ବା ସତର୍କ ନ ହୁଅନ୍ତି ତେବେ ଭବିଷ୍ୟତରେ ଏହାର ଚିକିତ୍ସା କରିବା ଅସମ୍ଭବ। ଅର୍ଥାତ ରୋଗରେ ଶିକାର ହୋଇଥିବା ବ୍ୟକ୍ତିର ମୃତ୍ୟୁ ନିଶ୍ଚିତ। ଆଧୁନିକ ଜୀବନରେ କର୍କଟ ମାମଲା ଦ୍ରୁତଗତିରେ ବୃଦ୍ଧି ପାଉଛି। ପିଲାଠାରୁ ବୃଦ୍ଧ ପର୍ଯ୍ୟନ୍ତ କେହି ଏହି ରୋଗରୁ ବାଦ ପଡ଼ୁନାହାନ୍ତି। ତେବେ କକର୍ଟ ରୋଗର ଲକ୍ଷଣ ବ୍ୟକ୍ତିଙ୍କ ମଧ୍ୟରେ ଭିନ୍ନ ଭିନ୍ନ […]

v-99

Tapas Behera
  • Published: Thursday, 22 November 2018
  • , Updated: 22 November 2018, 05:24 PM IST

ନୂଆଦିଲ୍ଲୀ: କ୍ୟାନ୍ସର ହେଉଛି ପ୍ରାଣଘାତୀ ରୋଗ। ଯଦି ବେଳ ଥାଉ ଥାଉ ଏହି ରୋଗ ବିଷୟରେ ଜଣା ନ ପଡ଼େ କିମ୍ବା ସତର୍କ ନ ହୁଅନ୍ତି ତେବେ ଭବିଷ୍ୟତରେ ଏହାର ଚିକିତ୍ସା କରିବା ଅସମ୍ଭବ। ଅର୍ଥାତ ରୋଗରେ ଶିକାର ହୋଇଥିବା ବ୍ୟକ୍ତିର ମୃତ୍ୟୁ ନିଶ୍ଚିତ। ଆଧୁନିକ ଜୀବନରେ କର୍କଟ ମାମଲା ଦ୍ରୁତଗତିରେ ବୃଦ୍ଧି ପାଉଛି। ପିଲାଠାରୁ ବୃଦ୍ଧ ପର୍ଯ୍ୟନ୍ତ କେହି ଏହି ରୋଗରୁ ବାଦ ପଡ଼ୁନାହାନ୍ତି। ତେବେ କକର୍ଟ ରୋଗର ଲକ୍ଷଣ ବ୍ୟକ୍ତିଙ୍କ ମଧ୍ୟରେ ଭିନ୍ନ ଭିନ୍ନ ହୋଇଥାଏ। ମଣିଷ ଶରୀରର କେଉଁ ଅଂଶରେ କର୍କଟ ହୋଇଛି, ସେହି ଅନୁଯାୟୀ ଲକ୍ଷଣ ସାମ୍ନାକୁ ଆସିଥାଏ।

ଶରୀରର ସେ ଯେକୌଣସି ଭାଗରେ ହେଉ ଏହାର କୋଷିକା ଶୀଘ୍ର ବୃଦ୍ଧି ପାଇଥାଏ। ଏହା ଯେଉଁ ଭାଗରେ ହୋଇଥାଏ ଏହାର ଆଖପାଖରେ ଟିସୁ, ଅନ୍ୟ କୋଷିକା ଏବଂ ଅର୍ଗାନ ଗୁଡ଼ିକ ଦୁର୍ବଳ ହୋଇପଡ଼ିଥାଏ। ଯଦି ଆପଣ ଅସ୍ୱାସ୍ଥ୍ୟକର ଖାଦ୍ୟ ଖାଉଛନ୍ତି କିମ୍ବା ଧୂମପାନ କରୁଛନ୍ତି ଅବା ଏକ୍‌ସରସାଇଜ୍‌ ନ କରିବାର କାରଣରୁ କ୍ୟାନ୍ସର ହେବାର ସମ୍ଭାବନା ଅଧିକ ବଢ଼ିଯାଇଥାଏ।

ଜାତୀୟ ସ୍ୱାସ୍ଥ୍ୟ ସେବା ପକ୍ଷରୁ ଚେତାବନୀ ଦିଆଯାଇଛି ଯେ, ଯଦି ଆପଣଙ୍କ ପରିସ୍ରା ଲାଲ ରଙ୍ଗ ଦେଖାଯାଉଛି ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରାନ୍ତୁ। ଏହି ଲାଲ ରଙ୍ଗ ଆଭ୍ଯନ୍ତରୀଣ ରକ୍ତକ୍ଷରଣ ଯୋଗୁ ବି ହୋଇପାରେ। ରିପୋର୍ଟ ଅନୁଯାୟୀ ଯେଉଁ ବ୍ୟକ୍ତିମାନଙ୍କୁ କ୍ୟାନ୍ସର ହେବାର ସମ୍ଭାବନା ଥାଏ ସେମାନଙ୍କ ପରିସ୍ରାର ରଙ୍ଗ କଳା, ଗୋଲାପୀ, ଲାଲ କିମ୍ବା ଧୂସର ହୋଇଥାଏ।

ପୁରୁଷମାନଙ୍କର ଏହି ଲକ୍ଷଣ ଦେଖାଗଲେ ପ୍ରୋଷ୍ଟେଟ୍‌ କ୍ୟାନ୍ସର ହୋଇଛି ବୋଲି ସନ୍ଦେହ କରାଯାଇଥାଏ। ଏହାର ଅର୍ଥ ନୁହେଁ ଯେ, ଆପଣଙ୍କ ପରିସ୍ରାରେ ରକ୍ତସ୍ରାବ ହେଉଥିଲେ ଆପଣଙ୍କୁ କ୍ୟାନ୍ସର ହୋଇଥିବ, ତାହା ନୁହେଁ। ତେବେ ଏଥିପାଇଁ ଆପଣ ଡାକ୍ତରଙ୍କୁ ପରାମର୍ଶ କରିବା ଉଚିତ୍।

ନ୍ୟାଶନାଲ ହେଲଥ୍‌ ସର୍ଭିସ୍ ରିପୋର୍ଟ ମୁତାବକ ୟୁକେରେ ପ୍ରୋଷ୍ଟେଟ୍‌ ପୁରୁଷ କ୍ୟାନ୍ସର ରୋଗୀଙ୍କ ସଂଖ୍ୟା ଅଧିକ।

Related story