ଘରୋଇ ଉପାୟରେ ଲୁଗାରୁ ଛଡ଼ାନ୍ତୁ ଦାଗ

ଭୁବନେଶ୍ୱର (ଓଡ଼ିଶା  ରିପୋର୍ଟର ) : ଆମ ମନପସନ୍ଦର ଡ୍ରେସ୍‌ରେ ଯଦି କିଛି ଦାଗ ଲାଗିଯାଏ, ତେବେ ଆମ ମନ ଭାରି ଦୁଃଖ ହୁଏ। ଯେତେ ସଫା କଲେ ବି ସେ ଦାଗ ଛାଡ଼େ ନାହିଁ। ତେଣୁ ସେହି ଡ୍ରେସ୍‌ଟି ବେକାର ହୋଇଯାଏ ଓ ଆଉ ପିନ୍ଧି ହୁଏ ନାହିଁ। ବେଳେ ବେଳେ ଦୁଇଟି ଅଲଗା ଅଲଗା ରଙ୍ଗର କପଡ଼ାକୁ ଏକାଠି ବତୁରାଇଦେଲେ ଗୋଟିଏ କପଡ଼ାରେ ଅନ୍ୟଟିର ରଙ୍ଗ ଲାଗିଯାଏ। ଏହି ସବୁ ସମସ୍ୟାର ସମାଧାନ ପାଇଁ […]

clothes

Niharika Rout
  • Published: Thursday, 04 April 2019
  • , Updated: 04 April 2019, 10:47 AM IST

ଭୁବନେଶ୍ୱର (ଓଡ଼ିଶା  ରିପୋର୍ଟର ) : ଆମ ମନପସନ୍ଦର ଡ୍ରେସ୍‌ରେ ଯଦି କିଛି ଦାଗ ଲାଗିଯାଏ, ତେବେ ଆମ ମନ ଭାରି ଦୁଃଖ ହୁଏ। ଯେତେ ସଫା କଲେ ବି ସେ ଦାଗ ଛାଡ଼େ ନାହିଁ। ତେଣୁ ସେହି ଡ୍ରେସ୍‌ଟି ବେକାର ହୋଇଯାଏ ଓ ଆଉ ପିନ୍ଧି ହୁଏ ନାହିଁ। ବେଳେ ବେଳେ ଦୁଇଟି ଅଲଗା ଅଲଗା ରଙ୍ଗର କପଡ଼ାକୁ ଏକାଠି ବତୁରାଇଦେଲେ ଗୋଟିଏ କପଡ଼ାରେ ଅନ୍ୟଟିର ରଙ୍ଗ ଲାଗିଯାଏ। ଏହି ସବୁ ସମସ୍ୟାର ସମାଧାନ ପାଇଁ ଆମ ପାଖରେ କିଛି ଚମତ୍କାରୀ ଟିପ୍ସ ଅଛି ଯାହା କପଡ଼ାରେ ଲାଗିଥିବା ରଙ୍ଗ ବା ଦାଗକୁ ବହୁତ ସହଜରେ ଛଡାଇଦେବ। ଆସନ୍ତୁ ଜାଣିବା ସେଗୁଡ଼ିକ କ’ଣ।

୧) ବେକିଙ୍ଗ୍ ସୋଡା: ଏହା କପଡ଼ାରୁ ଦାଗ ହଟେଇବା ସହ ଦୁର୍ଗନ୍ଧ ମଧ୍ୟ ଦୂର କରିଥାଏ । ବେକିଙ୍ଗ୍ ସୋଡାରେ ଟିକେ ପାଣି ମିଶେଇ ଏକ ପେଷ୍ଟ ତିଆରି କରନ୍ତୁ । ସେହି ପେଷ୍ଟକୁ ଦାଗ ଉପରେ ଲଗାନ୍ତୁ ଓ ଟୁଥ୍‌ବ୍ରଶ୍ ସାହାଯ୍ୟରେ ଘଷନ୍ତୁ। ତା’ପରେ ପାଣିରେ ଭଲ ଭାବେ ଧୋଇ ଦିଅନ୍ତୁ। ଯଦି ଆପଣ ୱାସିଙ୍ଗ୍ ମେଶିନ୍‌ରେ କପଡ଼ା ଧୋଉଛନ୍ତି ତେବେ ସର୍ଫ ସହ ବେକିଙ୍ଗ୍ ପାଉଡର୍ ମଧ୍ୟ ପକାଇ କପଡ଼ା ସଫା କରନ୍ତୁ।

୨) ଧଳା ଭିନେଗାର: ଏହା କପଡାର ଦାଗ ଛଡେଇବା ସହ କପଡାର ଚମକ ଓ ନମନୀୟତା ବଜାୟ ରଖିଥାଏ । ଧଳା ଡ୍ରେସ୍‌ରୁ ଝାଳ ଦାଗ ଅତି ସହଜରେ ଛାଡେ ନାହିଁ । ତେବେ ଧଳା ଭିନେଗାରକୁ ଏକ ସ୍ପ୍ରେ ବୋତଲରେ ଭର୍ତ୍ତି କରି ଝାଳ ଦାଗ ଉପରେ ସ୍ପ୍ରେ କରନ୍ତୁ । ଅଥବା ୱାସିଙ୍ଗ୍ ପାଉଡର୍ ସହ ୨ଚାମଚ ଧଳା ଭିନେଗାର ପକେଇ ଗୋଳାଇଦିଅନ୍ତୁ। ସେଥିରେ ସେହି କପଡ଼ାକୁ କିଛି ସମୟ ପାଇଁ ବତୁରାଇ ଦିଅନ୍ତୁ। ତା’ପରେ କପଡ଼ାକୁ ଧୋଇ ଦିଅନ୍ତୁ। ମନେରଖନ୍ତୁ ଏହା କେବଳ ସୂତା କପଡ଼ାରେ ହିଁ କାମ ଦେବ।

୩) ଲେମ୍ବୁ ରସ: ଦାଗ ଦୂର କରିବା ପାଇଁ ଲେମ୍ବୁ ରସକୁ ସିଧାସଳଖ ଦାଗ ଥିବା ସ୍ଥାନରେ ଘଷନ୍ତୁ। ଏହା ବ୍ୟତୀତ କିଛି ବୁନ୍ଦା ଭିନେଗାରକୁ ଲେମ୍ବୁ ରସ ସହ ମିଶାଇ ମଧ୍ୟ ବ୍ୟବହାର କଲେ ସହଜରେ ଦାଗ ଛାଡ଼ିଯିବ।

୪) ବେବି ପାଉଡର: ଏହା ତେଲ ଦାଗ ଛଡେଇବାରେ ସହାୟକ ହୋଇଥାଏ। ପର୍ଯ୍ୟାପ୍ତ ମାତ୍ରାରେ ବେବି ପାଉଡର ତେଲ ଦାଗ ଉପରେ ଛିଞ୍ଚି ଦିଅନ୍ତୁ , ପାଉଡର ତେଲକୁ ଶୋଷିବା ଯାଏଁ ଅପେକ୍ଷା କରନ୍ତୁ। ତାପରେ ଭଲ ଭାବେ ଧୋଇ ଦିଅନ୍ତୁ। ଦେଖିବେ ଦାଗ କେମିତି ଗାୟବ ହୋଇଯିବ।

୫) ଲୁଣ: ଏକ କପ୍ ଉଷୁମ୍ ପାଣିରେ ଏକ ଚାମଚ ଲୁଣ ପକାଇ ମିଶ୍ରଣ ତିଆରି କରନ୍ତୁ। ସେହି ମିଶ୍ରଣକୁ ଝାଳ ଯୋଗୁଁ ହୋଇଥିବା ଦାଗରେ ପକେଇ ହାତରେ କିମ୍ବା ବ୍ରଶ୍‌ରେ ଘଷନ୍ତୁ। ଦେଖିବେ ଦାଗ ଉଭେଇ ଯିବ।

୬) ଦହି: ଯଦି ଆପଣଙ୍କ କପଡ଼ାରେ କେବେ ପାନ ଛେପ ଲାଗିଯାଏ କିମ୍ବା ହୋଲି ରଙ୍ଗ ଲାଗିଯାଏ। ତେବେ ଏହାକୁ ଖଟା ଦହିରେ ବତୁରାଇ ରଖିଦିଅନ୍ତୁ। କିଛି ସମୟ ପରେ ଦାଗ ଲାଗିଥିବା ସ୍ଥାନକୁ ହାତରେ ଘଷନ୍ତୁ। ଏପରି କରିବା ଦ୍ୱାରା ଦାଗ ହାଲକା ହୋଇଯାଏ। ଏହିଭଳି ଦୁଇ-ତିନିଥର କଲେ ଆପଣଙ୍କ କପଡ଼ାରୁ ରଙ୍ଗ ଛାଡ଼ିଯିବ।

Related story