ଚାହୁଁଛନ୍ତି ଚମକଦାର କେଶ, ଆପଣାନ୍ତୁ ଏହି ୬ ଟିପ୍ସ

ଭୁବନେଶ୍ୱର ( ଓଡ଼ିଶା ରିପୋର୍ଟର) :  ନାରୀ ହେଉ ବା ପୁରୁଷ କେଶ ସମସ୍ତଙ୍କ ସୌନ୍ଦର୍ଯ୍ୟକୁ ଦ୍ୱିଗୁଣ କରିଥାଏ।  କିଛି ଲୋକ ଭାବିଥାନ୍ତି ଯେ, କେଶକୁ ଭଲ ସାମ୍ପୁ ଓ କଣ୍ଡିସନରରେ ଧୋଇଲେ ତାହା ଆପେ ଆପେ ଚମକଦାର ହୋଇଯାଇଥାଏ। କିନ୍ତୁ ଧୋଇବାର ପ୍ରଣାଳି ଭୂଲ ଥିଲେ କେଶ ଅଧିକ ରୁକ୍ଷ ହୋଇଯାଏ। ଆସନ୍ତୁ ଆଜି ଜାଣିବା କେଶ ଧୋଇବାର ସଠିକ ପ୍ରଣାଳୀ ସମ୍ପର୍କରେ। କେଶ ଧୋଇବା ପୂର୍ବରୁ କୁଣ୍ଡାଇ ଦିଅନ୍ତୁ ସାଧାରଣତଃ କେଶ ଧୋଇବା ପରେ […]

hair-1..

Niharika Rout
  • Published: Tuesday, 14 May 2019
  • , Updated: 14 May 2019, 09:23 AM IST

ଭୁବନେଶ୍ୱର ( ଓଡ଼ିଶା ରିପୋର୍ଟର) :  ନାରୀ ହେଉ ବା ପୁରୁଷ କେଶ ସମସ୍ତଙ୍କ ସୌନ୍ଦର୍ଯ୍ୟକୁ ଦ୍ୱିଗୁଣ କରିଥାଏ।  କିଛି ଲୋକ ଭାବିଥାନ୍ତି ଯେ, କେଶକୁ ଭଲ ସାମ୍ପୁ ଓ କଣ୍ଡିସନରରେ ଧୋଇଲେ ତାହା ଆପେ ଆପେ ଚମକଦାର ହୋଇଯାଇଥାଏ। କିନ୍ତୁ ଧୋଇବାର ପ୍ରଣାଳି ଭୂଲ ଥିଲେ କେଶ ଅଧିକ ରୁକ୍ଷ ହୋଇଯାଏ। ଆସନ୍ତୁ ଆଜି ଜାଣିବା କେଶ ଧୋଇବାର ସଠିକ ପ୍ରଣାଳୀ ସମ୍ପର୍କରେ।

କେଶ ଧୋଇବା ପୂର୍ବରୁ କୁଣ୍ଡାଇ ଦିଅନ୍ତୁ

ସାଧାରଣତଃ କେଶ ଧୋଇବା ପରେ ଆମେ ଓଦା ଥିବା ଅବସ୍ଥାରେ କୁଣ୍ଡାଇ ଦେଇଥାଉ। କିନ୍ତୁ ଏହାଦ୍ୱାରା ଅଧିକ ଚୁଟି ଝଡିଥାଏ।  ତେଣୁ କେଶ ସାମ୍ପୋ ପୂର୍ବରୁ ଆମେ ତାହାକୁ କୁଣ୍ଡାଇ ଦେବା ଆବଶ୍ୟକ। ଏହାଦ୍ୱାରା କେଶ୍‌ ଅଧିକ ଝଡ଼ିବାର ଆଶଙ୍କା ନଥାଏ।

ଧୋଇବା ପୂର୍ବରୁ ତେଲ ମସାଜ କରି ଦିଅନ୍ତୁ

କେଶ ଧୋଇବା ପୂର୍ବରୁ କିଛି ତେଲ ନେଇ ଧିରେ ଧିରେ ଏହାକୁ ମୁଣ୍ଡରେ ଲଗାଇ ଦିଅନ୍ତୁ। ଏହାଦ୍ୱାରା କେଶର ଛିଦ୍ର ଖୋଲି ଯାଇଥାଏ। ଏବଂ କେଶକୁ ମୂଳ ପର୍ଯ୍ୟନ୍ତ ପୋଷକ ତତ୍ତ୍ୱ ମିଳିଥାଏ। ତେଣୁ  କେଶ ଧୋଇବାର ପୂର୍ବ ରାତିରୁ ଆପଣ ଏଥିରେ ତେଲ ଲଗାଇ ଦିଅନ୍ତୁ।  ଯଦି ଆପଣଙ୍କ ପାଖରେ ସମୟର ଅଭାବ ରହିଛି ତା ହେଲେ ଅତି କମ୍‌ରେ କେଶ ଧୋଇବାର ୧୫ ମିନିଟ୍‌ ପୂର୍ବରୁ ତେଲ ଲଗାଇ ଦିଅନ୍ତୁ। ଆପଣଙ୍କ ପସନ୍ଦ ମୁତାବକ ଆପଣ ନଡ଼ିଆ କିମ୍ୱା ଅନ୍ୟ କୌଣସି ତେଲର ପ୍ରୟୋଗ ମଧ୍ୟ ମୁଣ୍ଡରେ କରିପାରିବେ।

ଆସ୍ତେ ଆସ୍ତେ ଧୁଅନ୍ତୁ

ନିଜ କେଶର ପ୍ରକାର ଭେଦ ଜାଣି ସେହି ଅନୁସାରେ ସାମ୍ପୋ ଚୟନ କରନ୍ତୁ। ସଲଫେଟ୍‌ ଓ ପେରାବେନ୍‌ ଫ୍ରି ସାମ୍ପୋ ଏବେ ଯୁବତୀଙ୍କ ପ୍ରଥମ ପସନ୍ଦ ପାଲଟିଛି। ରଙ୍ଗ ହୋଇଥିବା କେଶ ଲାଗି ଏହା ବେଶ ଲାଭଦାୟକ। ପ୍ରତିଦିନ କେଶ ଧୁଅନ୍ତୁ ନାହିଁ। କାରଣ ଏହା ଚୁଟିରୁ ପ୍ରାକୃତିକ ତେଲ କମାଇ ଦେଇଥାଏ। ସପ୍ତାହରେ ଅତି କମ୍‌ରେ ୨ରୁ ୩ ଥର କେଶ ଧୁଅନ୍ତୁ। ଏହାବ୍ୟତୀତ କେଶକୁ ଅଧିକ ଗରମ ପାଣିରେ ଧୋଇବା ଭୁଲ କରନ୍ତୁ ନାହିଁ।

କଣ୍ଡିସନର ପ୍ରୟୋଗ କରନ୍ତୁ

ସାମ୍ଫୋ କରି ସାରିବା ପରେ ଚୁଟିକୁ କଣ୍ଡିସନର କରିବାକୁ ଭୁଲନ୍ତୁ ନାହିଁ। ଏହାଦ୍ୱାରା କେଶରେ ଚମକ ଆସିବା ସହ ନମନିୟତା ବଜାୟ ରହିଥାଏ। ଏହାକୁ କେଶ ଉପରେ ଲଗାନ୍ତୁ, ମୁଣ୍ଡର ତ୍ୱଚା ଉପରେ ନୁହେଁ। କେଶର ବିଭିନ୍ନ ସମସ୍ୟା ସମାଧାନ କରିବାକୁ ମାସରେ ଥରେ ଡିପ୍‌ କଣ୍ଡିସନିଂ ମାସ୍କ ଲଗାନ୍ତୁ।

ଧୋଇବା ପରେ କେଶକୁ ରଗଡ଼ନ୍ତୁ ନାହିଁ

କେଶ ଧୋଇବା ପରେ ଏହାକୁ ସଫ୍ଟ ତଉଲିଆରେ ହାଲକା ଭାବେ ପୋଛନ୍ତୁ । ରଗଡ଼ନ୍ତୁ ନାହିଁ। କେଶ ଶୁଖିବା ପରେ ଏଥିରେ କିଛି ସିରମ ବି ଲଗାଇ ଦିଅନ୍ତୁ। ଦେଖିବେ କେଶ କିପରି ମୁଲାୟମ ହୋଇଯାଉଛି।

ଡ୍ରାଏ ସାମ୍ପୋକୁ କୁହନ୍ତୁ ନା

ଡ୍ରାଏ ସାମ୍ପୋକୁ ନା କୁହନ୍ତୁ। କାରଣ ଏହା ଆପଣଙ୍କ ଚୁଟିକୁ କ୍ଷତି ପହଞ୍ଚାଇଥାଏ। ଏହା ବଦଳରେ ଆପଣ ସିରକା ଦ୍ୱାରା ଚୁଟିକୁ ଧୁଅନ୍ତୁ।  ଡ୍ରାଏ ସାମ୍ପୋ କେଶକୁ ପୁରା ରୁକ୍ଷ କରି ଦେଉଥିବା ବେଳେ ସିରକା ମୁଣ୍ଡର ତ୍ୱଚା ଲାଗି ଲାଭଦାୟକ ହୋଇଥାଏ ।

Related story