ପାଦ୍ରି ସାଜି ରୋବଟ୍‌ ଦେଉଛି ଆଶୀର୍ବାଦ, ପଢନ୍ତୁ ଚର୍ଚ୍ଚିତ ଚର୍ଚ୍ଚର ଠିକଣା

ପାଦ୍ରି ସାଜିଛି ରୋବଟ୍। ଭକ୍ତଙ୍କୁ ଦେଉଛି ଆଶୀର୍ବାଦ। ଜର୍ମାନୀର ଏକ ଚର୍ଚ୍ଚକୁ ନେଇ ଏବେ ସବୁଠି ଚର୍ଚ୍ଚା। କାରଣ ଏହି ରୋବଟ ପାଦ୍ରି ଚର୍ଚ୍ଚରେ ସ୍ଥାନ ପାଇବା ଠାରୁ ଭକ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଖ୍ରୀଷ୍ଟିୟାନ ସଂପ୍ରଦାୟର ଲୋକେ ଚର୍ଚ୍ଚକୁ ଯାଆନ୍ତି ଯିଶୁଖ୍ରୀଷ୍ଟଙ୍କ ଆଶୀର୍ବାଦ ପାଇଁ। ପୂଜାର୍ଚ୍ଚନା ପରେ ପାଦ୍ରିଙ୍କ ପାଖକୁ ଯାଇ ନିଜ ସୁବିଧା ଓ ଅସୁବିଧା ଜଣାଇଥାନ୍ତି। ଆଉ ପାଦ୍ରି ତାଙ୍କୁ ସବୁ ଦୁଃଖକଷ୍ଟରୁ ମୁକ୍ତି ପାଇବାକୁ ରାସ୍ତା ବତାଇଥାନ୍ତି। ଐତିହାସିକ ସହର ବିଟେନବର୍ଗରେ […]

robat

Rakesh Mallick
  • Published: Wednesday, 31 May 2017
  • , Updated: 31 May 2017, 07:16 PM IST

ପାଦ୍ରି ସାଜିଛି ରୋବଟ୍। ଭକ୍ତଙ୍କୁ ଦେଉଛି ଆଶୀର୍ବାଦ। ଜର୍ମାନୀର ଏକ ଚର୍ଚ୍ଚକୁ ନେଇ ଏବେ ସବୁଠି ଚର୍ଚ୍ଚା। କାରଣ ଏହି ରୋବଟ ପାଦ୍ରି ଚର୍ଚ୍ଚରେ ସ୍ଥାନ ପାଇବା ଠାରୁ ଭକ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଖ୍ରୀଷ୍ଟିୟାନ ସଂପ୍ରଦାୟର ଲୋକେ ଚର୍ଚ୍ଚକୁ ଯାଆନ୍ତି ଯିଶୁଖ୍ରୀଷ୍ଟଙ୍କ ଆଶୀର୍ବାଦ ପାଇଁ। ପୂଜାର୍ଚ୍ଚନା ପରେ ପାଦ୍ରିଙ୍କ ପାଖକୁ ଯାଇ ନିଜ ସୁବିଧା ଓ ଅସୁବିଧା ଜଣାଇଥାନ୍ତି। ଆଉ ପାଦ୍ରି ତାଙ୍କୁ ସବୁ ଦୁଃଖକଷ୍ଟରୁ ମୁକ୍ତି ପାଇବାକୁ ରାସ୍ତା ବତାଇଥାନ୍ତି। ଐତିହାସିକ ସହର ବିଟେନବର୍ଗରେ ପାଦ୍ରିଙ୍କ ଜାଗା ନେଇଛି ରୋବଟ। ଜର୍ମାନୀର ଜଣାଶୁଣା ପାଦ୍ରି ମାର୍ଟିନ ଲୁଥରଙ୍କ ଦି ନାଇଣ୍ଟି ଫାଇଭ୍ ଥେସିସ୍‌ର ୫୦୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଏହାକୁ ଲଞ୍ଚ କରାଯାଇଛି ।

ଚର୍ଚ୍ଚର କହିବା ଅନୁଯାୟୀ ଏହାକୁ ପୁରାପୁରି ମନୂଷ୍ୟର ରୂପ ଦିଆଯାଇ ନାହିଁ। ଏହି ରୋବଟ୍‌ଟି ଲୋକମାନଙ୍କୁ ଆଶୀର୍ବାଦ ଦେବା ପୂର୍ବରୁ ସେମାନେ ପୁରୁଷ ସ୍ୱରରେ ଆଶୀର୍ବାଦ ଚାହାଁନ୍ତି ନା ନାରୀ ସ୍ୱରରେ, ତାହା ପଚାରିଥାଏ। ପରେ ସେମାନଙ୍କୁ କି ପ୍ରକାରର ଆଶୀର୍ବାଦ ଦରକାର, ତାହା ବି ରୋବଟ ପଚାରିଥାଏ। ଏହା ପରେ ପାଦ୍ରି ଭଳି ଖୁସି ହୋଇ ବାହୁ ମେଲାଇ ଇଶ୍ୱର ତୁମକୁ ଆଶୀର୍ବାଦ କରନ୍ତୁ ଓ ତୁମର ରକ୍ଷା କରନ୍ତୁ କହି ଆଶୀର୍ବାଦ ଦେଇଥାଏ।

ଚର୍ଚ୍ଚର ମୁଖପାତ୍ର ସେବେଷ୍ଟିୟନ ବୋନ୍‌ ଗେହରେନ କହିଛନ୍ତି ଏହି ରୋବଟ ସ୍ଥାପନ ପଛରେ ରହିଛି ଭିନ୍ନ ଏକ ଉଦ୍ଦ୍ୟେଶ। ଲୋକଙ୍କୁ ଇଶ୍ୱର ବିଶ୍ୱାସୀ କରିବା ତଥା ଚର୍ଚ୍ଚ ପ୍ରତି ଆଗ୍ରହ ବଢାଇବାକୁ ଏଭଳି ରୋବଟ ସ୍ଥାପନ କରାଯାଇଛି। ଏଥିରେ  ଆକର୍ଷିତ ହୋଇ କିଛି ଲୋକ  ସକାଳେ ଓ ସନ୍ଧ୍ୟା ଦୁଇବେଳା ଚର୍ଚ୍ଚ ଆସୁଛନ୍ତି। ହେଲେ କିଛ ଲୋକ ଏହାର ବିରୋଧ ମଧ୍ୟ କରୁଛନ୍ତି ସେମାନଙ୍କ  ଅନୁଯାୟୀ ଏକ ମେସିନ୍ କୌଣସି ବି ପାଦ୍ରିଙ୍କ ଜାଗା ନେଇ ପାରିବ ନାହିଁ।

Related story