Advertisment

ଅନେକ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦୂର କରେ ସ‍‍‍ର୍ବାଙ୍ଗାସନ

ଭୁବନେଶ୍ୱର: ସ‍‍‍ର୍ବାଙ୍ଗାସନ ଏପରି ଗୋଟିଏ ଆସନ ଯାହାର ବହୁ ସ୍ୱାସ୍ଥ୍ୟଗତ ଉପକାରିତା ରହିଛି। ଏହି ଆସନରେ ପୁରା ଶରୀର କାର୍ଯ୍ୟକ୍ଷମ ହୋଇଯାଏ। ଯଦି ଯୋଗ ପାଇଁ ଅଧିକ ସମୟ ଦେଇ ପାରୁ ନାହାନ୍ତି, ତେବେ ପ୍ରତିଦିନ କିଛି ମିନିଟ୍‌ ଏହି ଗୋଟିଏ ଆସନ କରନ୍ତୁ ଏବଂ ନିଜେ ହିଁ ଅନୁଭବ କରନ୍ତୁ ଏହା ଆପଣଙ୍କ ଶରୀରର ଆଭ୍ୟନ୍ତରୀଣ ଓ ବାହ୍ୟାଙ୍ଗକୁ କିଭଳି ଭାବେ ସୁସ୍ଥ ରଖୁଛି। କିପରି କରିବେ: -ଆସନ ଉପରେ ଦୁଇ ଗୋଡ଼କୁ ଯୋଡ଼ି ସିଧା […]

ଅଦ୍ୟତନ ହୋଇଛି
ଅନେକ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦୂର କରେ ସ‍‍‍ର୍ବାଙ୍ଗାସନ   

brain-power-yoga-7

Advertisment

ଭୁବନେଶ୍ୱର: ସ‍‍‍ର୍ବାଙ୍ଗାସନ ଏପରି ଗୋଟିଏ ଆସନ ଯାହାର ବହୁ ସ୍ୱାସ୍ଥ୍ୟଗତ ଉପକାରିତା ରହିଛି। ଏହି ଆସନରେ ପୁରା ଶରୀର କାର୍ଯ୍ୟକ୍ଷମ ହୋଇଯାଏ। ଯଦି ଯୋଗ ପାଇଁ ଅଧିକ ସମୟ ଦେଇ ପାରୁ ନାହାନ୍ତି, ତେବେ ପ୍ରତିଦିନ କିଛି ମିନିଟ୍‌ ଏହି ଗୋଟିଏ ଆସନ କରନ୍ତୁ ଏବଂ ନିଜେ ହିଁ ଅନୁଭବ କରନ୍ତୁ ଏହା ଆପଣଙ୍କ ଶରୀରର ଆଭ୍ୟନ୍ତରୀଣ ଓ ବାହ୍ୟାଙ୍ଗକୁ କିଭଳି ଭାବେ ସୁସ୍ଥ ରଖୁଛି।

Advertisment

କିପରି କରିବେ:

-ଆସନ ଉପରେ ଦୁଇ ଗୋଡ଼କୁ ଯୋଡ଼ି ସିଧା ଶୋଇ ରୁହନ୍ତୁ।

-ଦୁଇ ଗୋଡ଼କୁ ୯୦ଡିଗ୍ରୀ ଉଚ୍ଚତାରେ ଧୀରେ ଧୀରେ ଉଠାନ୍ତୁ। ଏହି ସମୟରେ ଦୁଇ ହାତର ପାପୁଲି ଭୂଇଁକୁ ଲଗାଇ ରଖିବେ।

-ଏହା ପରେ ଦୁଇ ହାତ ସାହାଯ୍ୟରେ ଅଣ୍ଟାର ଦୁଇ ପାଖକୁ ଉପରକୁ ଉଠାନ୍ତୁ। ଏପରି ଉଠାଇବେ ଯେପରି ଶରୀରର ସମସ୍ତ ଭାର କାନ୍ଧ ଉପରେ ରହିବ। ଧ୍ୟାନ ଦେବେ ଗୋଡ଼ ଦୁଇଟି ଯେପରି ସିଧା ଓ ସ୍ଥିର ରୁହେ।

Advertisment

-ଦୁଇ ଆଖିର ନଜର ପାଦର ବୁଢ଼ା ଆଙ୍ଗୁଠିରେ ରଖିବେ। ଏହି ଆସନରେ ଦୁଇ ରୁ ତିନି ମିନିଟ ପର୍ଯ୍ୟନ୍ତ ରୁହନ୍ତୁ।

-କିଛି ସମୟ ପରେ ପ୍ରଥମେ ଧୀରେ ଆଗ ଦୁଇ ଗୋଡ଼କୁ ଆଣ୍ଠୁ ପାଖରୁ ଭାଙ୍ଗି ତଳକୁ ଖସାନ୍ତୁ ଓ ପରେ ପୁରା ଶରୀରକୁ ଖସାଇ ପୂର୍ବ ପରି ସିଧା ଶୋଇ ରୁହନ୍ତୁ।

ଲାଭ:

-ଭଲ ଶ୍ୱାସକ୍ରିୟା, ହଜମ ଶକ୍ତି ଏବଂ ରକ୍ତ ସଞ୍ଚାଳନ ଉତ୍ତମ ରୂପେ ହୁଏ।

-ଥାଇରଏଡ୍‌ ସମସ୍ୟା ଦୂର ହୁଏ।

-କେଶ ଝଡ଼ିବା ଓ ଅସମୟରେ କେଶ ଧଳା ହେବା ସମସ୍ୟାରେ ନିୟନ୍ତ୍ରଣ ଆଣେ।

- ପ୍ରତିଦିନ ଅଭ୍ୟାସ ଦ୍ୱାରା ଶରୀର ଓଜନ ଅଧିକ କିମ୍ବା କମ୍‌ ଥିଲେ ଏଥିରେ ନିୟନ୍ତ୍ରଣ ଆଣେ ଏବଂ ଦୃଷ୍ଟି ଶକ୍ତି ବଢ଼ାଏ।

କେଉଁମାନେ କରିବେ ନାହିଁ:

-ଉଚ୍ଚ ରକ୍ତଚାପ, ହୃଦ୍‌ ସମସ୍ୟା, ସ୍ପନଡିଲାଇଟିସ୍‌ ଓ ଅଧିକ ବୟସ ବ୍ୟକ୍ତି ଏହି ଆସନ କରିବେ ନାହିଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe