ପାପୁଲିର ଆକାର କହି ଦିଏ ସ୍ୱଭାବ

ହସ୍ତରେଖାରେ ବ୍ୟକ୍ତିର ଭାଗ୍ୟ ଲୁଚି ରହିଥାଏ ବୋଲି କୁହାଯାଏ। କିନ୍ତୁ ହସ୍ତରେଖାକୁ ସାଧାରଣ ଲୋକ ଦେଖି ବୁଝିପାରନ୍ତି ନାହିଁ। ଫଳରେ ହସ୍ତରେଖାରେ ଲୁଚି ରହିଥିବା ଗୁମର ବିଷୟରେ ସମସ୍ତେ ଜାଣି ପାରି ନ ଥାନ୍ତି। ସମସ୍ତେ ହସ୍ତରେଖାକୁ ସିନା ପଢ଼ିପାରିବେ ନାହିଁ, କିନ୍ତୁ ପାପୁଲିର ଆକାର ଦେଖି ଅନ୍ୟର ସ୍ୱଭାବ ଜାଣିପାରିବେ। ଜ୍ୟୋତିଷଶାସ୍ତ୍ର ଅନୁସାରେ ବ୍ୟକ୍ତିର ସ୍ୱଭାବକୁ ତା’ର ପାପୁଲିର ଆକାର ପ୍ରଭାବିତ କରେ। – ଯେଉଁ ବ୍ୟକ୍ତିଙ୍କ ପାପୁଲିର ଆକାର ବର୍ଗାକାର ହୋଇଥାଏ ସେମାନେ ଅଧିକ […]

palm

Rakesh Mallick
  • Published: Saturday, 22 July 2017
  • , Updated: 22 July 2017, 10:53 AM IST

ହସ୍ତରେଖାରେ ବ୍ୟକ୍ତିର ଭାଗ୍ୟ ଲୁଚି ରହିଥାଏ ବୋଲି କୁହାଯାଏ। କିନ୍ତୁ ହସ୍ତରେଖାକୁ ସାଧାରଣ ଲୋକ ଦେଖି ବୁଝିପାରନ୍ତି ନାହିଁ। ଫଳରେ ହସ୍ତରେଖାରେ ଲୁଚି ରହିଥିବା ଗୁମର ବିଷୟରେ ସମସ୍ତେ ଜାଣି ପାରି ନ ଥାନ୍ତି। ସମସ୍ତେ ହସ୍ତରେଖାକୁ ସିନା ପଢ଼ିପାରିବେ ନାହିଁ, କିନ୍ତୁ ପାପୁଲିର ଆକାର ଦେଖି ଅନ୍ୟର ସ୍ୱଭାବ ଜାଣିପାରିବେ। ଜ୍ୟୋତିଷଶାସ୍ତ୍ର ଅନୁସାରେ ବ୍ୟକ୍ତିର ସ୍ୱଭାବକୁ ତା’ର ପାପୁଲିର ଆକାର ପ୍ରଭାବିତ କରେ।

- ଯେଉଁ ବ୍ୟକ୍ତିଙ୍କ ପାପୁଲିର ଆକାର ବର୍ଗାକାର ହୋଇଥାଏ ସେମାନେ ଅଧିକ ଚିନ୍ତା କରନ୍ତି। ସବୁ କଥାରେ ତର୍କ କରନ୍ତି। ନିଷ୍ପତ୍ତି ନେବା ସମୟରେ ନିଜ ହୃଦୟର କଥା ଶୁଣନ୍ତି ନାହିଁ। ସ୍ଥିତିକୁ ପରଖି ନିଷ୍ପତ୍ତି ନିଅନ୍ତି।

- ଯେଉଁମାନଙ୍କ ପାପୁଲିର ଆକାର ଆୟତାକାର ହୋଇଥାଏ ସେମାନେ ନିଜର ହୃଦୟର କଥା ଶୁଣନ୍ତି। ଯେଉଁଠି ମୁଣ୍ଡ ଖଟେଇବାକୁ ପଡ଼େ ସେଠି ବି ସେମାନେ ମନର କଥା ଶୁଣନ୍ତି।

Related story