ଶିଳ୍ପାଙ୍କ ଜୋତାର ମୂଲ୍ୟ ୧ ଲକ୍ଷ ଟଙ୍କା

ମୁମ୍ୱାଇ : ଅଧିକାଂଶ ସମୟରେ ବଲିଉଡ୍‌ ସେଲିବ୍ରିଟିଙ୍କୁ ବ୍ରାଣ୍ଡେଡ୍‌ ହ୍ୟାଣ୍ଡ୍‌ ବ୍ୟାଗ୍‌, ଡ୍ରେସ୍‌ ଓ ଫୁଟ୍‌ୱେଆର୍‌ ପିନ୍ଧିଥିବା ଦେଖିବାକୁ ମିଳିଥାଏ। ବଲିଉଡ୍‌ ସେଲେବ୍ରିଟି ଶିଳ୍ପା ସେଟ୍ଟି ତାଙ୍କର ଫିଟ୍‌ନେସ୍‌ ଓ ବଡ଼ିକୁ ନେଇ ବେଶ୍‌ ଲୋକପ୍ରିୟ। ଅନେକ ସମୟରେ ଶିଳ୍ପା ବ୍ରାଣ୍ଡେଡ୍‌ ଜିନିଷ ପିନ୍ଧି କ୍ୟାମେରା ସାମ୍ନାକୁ ଆସିଥାନ୍ତି। ନିକଟରେ ଶିଳ୍ପାଙ୍କୁ ଦାମୀ ଜୋତା ଓ ଡ୍ରେସ୍‌ ପିନ୍ଧିଥିବା ଦେଖିବାକୁ ମିଳିଛି। ଗୋଟିଏ ଇଭେଣ୍ଟରେ ଶିଳ୍ପା ବ୍ରାଉନ୍ କଲର୍ ଜ୍ୟାକେଟ୍ ଓ ଜୋତା ପିନ୍ଧିଥିଲେ। ଜ୍ୟାକେଟ୍‌ଟି Materiel […]

sss2

Puspanjali Panda
  • Published: Monday, 09 September 2019
  • , Updated: 09 September 2019, 03:53 PM IST

ମୁମ୍ୱାଇ : ଅଧିକାଂଶ ସମୟରେ ବଲିଉଡ୍‌ ସେଲିବ୍ରିଟିଙ୍କୁ ବ୍ରାଣ୍ଡେଡ୍‌ ହ୍ୟାଣ୍ଡ୍‌ ବ୍ୟାଗ୍‌, ଡ୍ରେସ୍‌ ଓ ଫୁଟ୍‌ୱେଆର୍‌ ପିନ୍ଧିଥିବା ଦେଖିବାକୁ ମିଳିଥାଏ। ବଲିଉଡ୍‌ ସେଲେବ୍ରିଟି ଶିଳ୍ପା ସେଟ୍ଟି ତାଙ୍କର ଫିଟ୍‌ନେସ୍‌ ଓ ବଡ଼ିକୁ ନେଇ ବେଶ୍‌ ଲୋକପ୍ରିୟ। ଅନେକ ସମୟରେ ଶିଳ୍ପା ବ୍ରାଣ୍ଡେଡ୍‌ ଜିନିଷ ପିନ୍ଧି କ୍ୟାମେରା ସାମ୍ନାକୁ ଆସିଥାନ୍ତି।

ନିକଟରେ ଶିଳ୍ପାଙ୍କୁ ଦାମୀ ଜୋତା ଓ ଡ୍ରେସ୍‌ ପିନ୍ଧିଥିବା ଦେଖିବାକୁ ମିଳିଛି। ଗୋଟିଏ ଇଭେଣ୍ଟରେ ଶିଳ୍ପା ବ୍ରାଉନ୍ କଲର୍ ଜ୍ୟାକେଟ୍ ଓ ଜୋତା ପିନ୍ଧିଥିଲେ। ଜ୍ୟାକେଟ୍‌ଟି Materiel Tbilisi ବ୍ରାଣ୍ଡର ହୋଇଥିବା ବେଳେ ଜୋତାଟି ଇଟାଲିଆନ୍‌ ଫ୍ୟାଶନ୍ ବ୍ରାଣ୍ଡ rene caovillaର ଥିଲା।

ଜ୍ୟାକେଟ୍‌ର ମୂଲ୍ୟ ୬୫୯ ଡଲାର । ଯାହା ଭାରତୀୟ ମୁଦ୍ରାରେ ୫୦ ହଜାର ଟଙ୍କା। ସେହିପରି ଜୋତାର ମୂଲ୍ୟ ୧୨୧୫ ୟୁରୋ ଏବଂ ଭାରତୀୟ ମୁଦ୍ରାରେ ହିସାବ କଲେ ଜୋତାଟି ପାଖାପାଖି ୧ ଲକ୍ଷ ଟଙ୍କା ହେବ।

ତେଣୁ ଶିଳ୍ପା ସେଟ୍ଟି ପିନ୍ଧିଥିବା ଜୋତା ଓ ଡ୍ରେସ୍‌ର ମୂଲ୍ୟକୁ ମିଶାଇଲେ ଦେଢ଼ ଲକ୍ଷ ଟଙ୍କା ହେବ।

Related story