ଜାଣନ୍ତୁ, 'ହାଇପୋଥାଇରଏଡ୍' ରୋଗ କ'ଣ ଓ ଏହାର ଲକ୍ଷଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ‘ହାଇପୋଥାଇରଏଡ୍‌’ ଏକ ଗମ୍ଭୀର ରୋଗ। ‘ହାଇପୋଥାଇରଏଡ୍‌’ ରୋଗରେ ଆକ୍ରାନ୍ତ ହେଲେ, ଶରୀରର ସବୁ ଅଙ୍ଗରେ ଏହି ରୋଗର ଲକ୍ଷଣ ପ୍ରକାଶ ପାଇଥାଏ । ତେଣୁ  ପ୍ରାରମ୍ଭିକ ଅବସ୍ଥାରେ ଏହି ରୋଗ ଚିହ୍ନଟ ନିହାତି ଆବଶ୍ୟକ। କାରଣ ଯଦି ଏହି ରୋଗ ଚିହ୍ନିବାରେ ବିଳମ୍ବ ହୁଏ, ତେବେ ରୋଗୀଙ୍କୁ ଆଗକୁ ଅନେକ ବଡ଼ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଏପରିକି ଏଥିପାଇଁ ସାରା ଜୀବନ ଶାରୀରିକ ଓ ମାନସିକ ଯନ୍ତ୍ରଣା ଭୋଗିବାର ଆଶଙ୍କା ରହିଛି। ଏବେ ଆସନ୍ତୁ, ଏହି […]

hypothyroid

Chinmayee Roy
  • Published: Thursday, 10 January 2019
  • , Updated: 10 January 2019, 06:46 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): 'ହାଇପୋଥାଇରଏଡ୍‌' ଏକ ଗମ୍ଭୀର ରୋଗ। 'ହାଇପୋଥାଇରଏଡ୍‌' ରୋଗରେ ଆକ୍ରାନ୍ତ ହେଲେ, ଶରୀରର ସବୁ ଅଙ୍ଗରେ ଏହି ରୋଗର ଲକ୍ଷଣ ପ୍ରକାଶ ପାଇଥାଏ । ତେଣୁ  ପ୍ରାରମ୍ଭିକ ଅବସ୍ଥାରେ ଏହି ରୋଗ ଚିହ୍ନଟ ନିହାତି ଆବଶ୍ୟକ। କାରଣ ଯଦି ଏହି ରୋଗ ଚିହ୍ନିବାରେ ବିଳମ୍ବ ହୁଏ, ତେବେ ରୋଗୀଙ୍କୁ ଆଗକୁ ଅନେକ ବଡ଼ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଏପରିକି ଏଥିପାଇଁ ସାରା ଜୀବନ ଶାରୀରିକ ଓ ମାନସିକ ଯନ୍ତ୍ରଣା ଭୋଗିବାର ଆଶଙ୍କା ରହିଛି।

ଏବେ ଆସନ୍ତୁ, ଏହି ରୋଗ ଓ ଏହାର ଲକ୍ଷଣ ସମ୍ପର୍କରେ ଆଉ କିଛି ଅଧିକ ଜାଣିବା।

'ହାଇପୋଥାଇରଏଡ୍‌' କ’ଣ?

ଆମ ବେକରେ ଥାଇରଏଡ୍‌ ନାମକ ଏକ ଗ୍ରନ୍ଥୀ ଅଛି । ଏହାକୁ ଅନ୍ତଃସ୍ରାବୀ ଗ୍ରନ୍ଥୀ କୁହାଯାଏ। ଏହାର ଓଜନ ପ୍ରାୟ ୧୨ରୁ ୨୦ ଗ୍ରାମ ମଧ୍ୟରେ। ଏହା ବେକ ଉପର ହାଡ଼ର ଦୁଇ ପାର୍ଶ୍ୱରେ ଅଛି। ଏଥିରୁ ଦୈନିକ ଖୁବ୍ କମ୍ ଥାଇରଏଡ୍ ହରମୋନ୍ ବାହାରିଥାଏ। ଥାଇରଏଡ୍‌ ଗ୍ରନ୍ଥୀ ଦୁଇ ପ୍ରକାରର ହରମୋନ୍ ବାହାର କରେ: ଥାଇରକ୍ସିନ୍ ଏବଂ ଟ୍ରାଇଓଡୋ ଥାଇରୋନିନ୍।

ଏହି ହରମୋନ୍ ଅତ୍ୟନ୍ତ ଶକ୍ତିଶାଳୀ। ଏହାର ଅଭାବ ହେଲେ ହାଇପୋଥାଇରଏଡ୍‌ ରୋଗ ହୁଏ।

'ହାଇପୋଥାଇରଏଡ୍‌' ରୋଗର କାରଣ

ଏହି ରୋଗ ହେବାର ମୁଖ୍ୟ କାରଣ ହେଉଛି, ଶରୀରରେ ଆୟୋଡିନ୍‌ର ଅଭାବ ଓ ଶରୀରର ସୁରକ୍ଷାଦାତା ବା ରକ୍ଷକ କୋଷମାନେ ଥାଇରଏଡ୍‌ ଗ୍ରନ୍ଥୀକୁ ଆପେ ଆପେ ଖାଇଯିବା। ଥାଇରଏଡ୍‌ ହରମୋନ୍ ଶିଶୁ ମାତୃଗର୍ଭରେ ରହିବାର ତିନିମାସରୁ ମୃତ୍ୟୁପର୍ଯ୍ୟନ୍ତ କ୍ଷରଣ ହୋଇଥାଏ। ତେଣୁ ଏହି ରୋଗ ଜନ୍ମଠାରୁ ଯେକୌଣସି ବୟସରେ ହୋଇପାରେ। ସାଧାରଣତଃ ମହିଳାମାନଙ୍କୁ ଅଧିକ 'ହାଇପୋଥାଇରଏଡ୍‌' ରୋଗ ହୁଏ।

'ହାଇପୋଥାଇରଏଡ୍‌'ର ଲକ୍ଷଣ

ଯଦି ଛୋଟ ପିଲାଙ୍କୁ ଏହି ରୋଗ ହୁଏ, ତେବେ ପିଲା ଖାଇପାରେ ନାହିଁ, ଭୋକ ହୁଏନାହିଁ। ଶିଶୁର ମାଂସପେଶୀ ଟାଣ ହୁଏନାହିଁ, ଦୁର୍ବଳ ଲାଗେ ଏବଂ ଚର୍ମ ଶୁଖିଲା ହୋଇ ବେଙ୍ଗଚର୍ମ ପରି ହୋଇଯାଏ। ପିଲାର ଉଚ୍ଚତା ବଢ଼େ ନାହିଁ, କିଛି କ୍ଷେତ୍ରରେ ପିଲା ବାମନ ଭଳି ହୋଇଯାଇଥାଏ। ପାଠ ପଢ଼ିଲେ, କିଛି ମନେ ରହେନାହିଁ ଓ ସବୁବେଳେ ବୋକା ପରି ରୁହେ।

ପୁରୁଷଙ୍କ ଅପେକ୍ଷା ମହିଳାଙ୍କଠାରେ ଏହି ରୋଗ ଅଧିକ ଦେଖାଯାଏ। ଏହି ରୋଗ ହେଲେ ମହିଳାମାନେ ମୋଟା ହୋଇଯାଆନ୍ତି। ସୁନ୍ଦର ହୋଇଥିଲେ ବି ମୁହଁ, ଆଖି ଫୁଲିଯାଏ ଏବଂ ଅସୁନ୍ଦର ଦେଖାଯା’ନ୍ତି, ମୁହଁରେ କଳା କଳା ଦାଗ ହୋଇଯାଏ।। ମୁଣ୍ଡ ଏବଂ ଆଖିପତାରୁ କେଶ ଉପୁଡ଼ିବାକୁ ଲାଗେ, ପେଟ ସଫା ହୋଇପାରେନି। ବେଳେବେଳେ ୩ ଦିନରେ ଥରେ ଝାଡ଼ା ହୁଏ। କୋମଳ ସ୍ଵର ଥିଲେ ବି ଏହା ଧୀରେ ଧୀରେ କର୍କଶ ହୋଇଯାଏ। ମାସିକ ଋତୁସ୍ରାବ ଦୁଇରୁ ତିନିମାସ ବନ୍ଦ ହୋଇଯାଏ ଏବଂ ପରେ ଅଧିକ ଋତୁସ୍ରାବ ହୁଏ। ସମ୍ଭୋଗ ଇଚ୍ଛା କମିଯାଏ, ଗର୍ଭସଞ୍ଚାର ହୁଏନାହିଁ। ଗର୍ଭ ରହିଲେ ମଧ୍ୟ ପିଲା ଠିକ୍ ଭାବେ ବଢ଼ିପାରେନାହିଁ। କେତେକ କ୍ଷେତ୍ରରେ ଗର୍ଭସ୍ଥ ଶିଶୁର ମୃତ୍ୟୁ ଗର୍ଭରେ ମଧ୍ୟ ହୋଇଯାଏ।

ପୁରୁଷ ହୁଅନ୍ତୁ କି ମହିଳା, ଥାଇରଏଡ୍‌ ରୋଗ ହେଲେ କମ୍ ଖାଇଲେ ସୁଦ୍ଧା ଓଜନ ବଢ଼ିଥାଏ। ମୁହଁ ଓ ପାଦ ମଧ୍ୟ ଫୁଲିଯାଏ। ଶ୍ଵାସକ୍ରିୟାରେ କଷ୍ଟ ହୁଏ ଓ ଦେହ ସବୁବେଳେ ଝିମ୍ ଝିମ୍ ହୁଏ। କୌଣସି କାମରେ ମନ ଲାଗେ ନାହିଁ । ସବୁ କଥାରେ ହାଲିଆ ଲାଗେ। 'ହାଇପୋଥାଇରଏଡ୍‌' ରୋଗ  ହେଲେ କେତେକଙ୍କର କାନକୁ ମଧ୍ୟ ଭଲ ଶୁଣାଯାଏନାହିଁ।

ପ୍ରତିକାର ପାଇଁ କ'ଣ କରିବେ?

'ହାଇପୋଥାଇରଏଡ୍‌' ଶରୀରକୁ ଆହୁରି ଅନେକ ବଡ଼ ରୋଗକୁ ଡାକି ଆଣେ। ତେଣୁ ଯଦି ଆପଣଙ୍କଠାରେ ଏହି ରୋଗର ଲକ୍ଷଣ ଦେଖାଦେଉଛି, ତେବେ ତୁରନ୍ତ ଡାକ୍ତରୀ ପରୀକ୍ଷା କରାଇ ନିଅନ୍ତୁ। ଡାକ୍ତରମାନେ ଏହି ପ୍ରକାର ରୋଗୀଙ୍କୁ ଦେଖିବାମାତ୍ରେ ଚିହ୍ନି ଦିଅନ୍ତି। ମାତ୍ର ଗୋଟିଏ ଲାବ୍ରୋଟାରୀ ଟେଷ୍ଟ୍‌ରେ ଏହି ରୋଗ ଚିହ୍ନା ପଡିଥାଏ, ଯାହାର ନାଁ  ଥାଇରଏଡ୍‌ ଫଙ୍କ୍‌ସନ୍ ଟେଷ୍ଟ। ଏହାର ଚିକିତ୍ସା ମଧ୍ୟ ବହୁତ ଶସ୍ତା। ସକାଳେ ମାତ୍ର ଗୋଟିଏ ଥାଇରକ୍ସିନ୍ ବଟିକା ଖାଲି ପେଟରେ ଖାଇବାକୁ ପଡ଼ିବ। ବେଳ ଥାଉ ଥାଉ ଚିକିତ୍ସା ଆରମ୍ଭ ନ କଲେ ଏହା ବଢ଼ିଗଲେ, ତେବେ ସାରା ଜୀବନ ଶାରୀରିକ ଓ ମାନସିକ ଯନ୍ତ୍ରଣା ଭୋଗିବାକୁ ପଡ଼ିବ।

 

 

Related story