ସାବଧାନ! ୯୦ ପ୍ରତିଶତ ତମାଖୁ ସେବନକାରୀ ପଡ଼ନ୍ତି ଏହି ଭୟାବହ ରୋଗରେ, ପଢ଼ନ୍ତୁ ପୂରା ରିପୋର୍ଟ

ନୂଆଦିଲ୍ଲୀ: ଧୂମପାନର ଭୟାବହ ପରିଣାମ ପ୍ରାୟ ସମସ୍ତେ ଜାଣନ୍ତି। ତଥାପି କ୍ଷଣିକ ସୁଖ ପାଇଁ ପୂରା ଜୀବନକୁ  ନଷ୍ଟ କରି ଚାଲିଛି ମଣିଷ। କିନ୍ତୁ ତା’ ପରେ ବି ଚେତୁ ନାହିଁ। ସିଗାରେଟ, ଗୁଟ୍‌ଖା ଆଗରେ ତୁଚ୍ଛ କରି ଦେଉଛି ନିଜ ଜୀବନକୁ। ସାରା ବିଶ୍ୱରେ ଯେତିକି ଲୋକ ଧୂମପାନ କରନ୍ତି ସେମାନଙ୍କ ମଧ୍ୟରୁ ୧୨% ହେଉଛନ୍ତି ଭାରତର। ୨୦୦୯ରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରକାଶ କରିଥିବା ଏକ ରିପୋର୍ଟ ଅନୁଯାୟୀ ପ୍ରତିବର୍ଷ ଭାରତରେ ଧୂମପାନ ଯୋଗୁଁ […]

cigaratte

Rakesh Mallick
  • Published: Wednesday, 31 May 2017
  • , Updated: 31 May 2017, 12:54 PM IST

ନୂଆଦିଲ୍ଲୀ: ଧୂମପାନର ଭୟାବହ ପରିଣାମ ପ୍ରାୟ ସମସ୍ତେ ଜାଣନ୍ତି। ତଥାପି କ୍ଷଣିକ ସୁଖ ପାଇଁ ପୂରା ଜୀବନକୁ  ନଷ୍ଟ କରି ଚାଲିଛି ମଣିଷ। କିନ୍ତୁ ତା’ ପରେ ବି ଚେତୁ ନାହିଁ। ସିଗାରେଟ, ଗୁଟ୍‌ଖା ଆଗରେ ତୁଚ୍ଛ କରି ଦେଉଛି ନିଜ ଜୀବନକୁ। ସାରା ବିଶ୍ୱରେ ଯେତିକି ଲୋକ ଧୂମପାନ କରନ୍ତି ସେମାନଙ୍କ ମଧ୍ୟରୁ ୧୨% ହେଉଛନ୍ତି ଭାରତର। ୨୦୦୯ରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରକାଶ କରିଥିବା ଏକ ରିପୋର୍ଟ ଅନୁଯାୟୀ ପ୍ରତିବର୍ଷ ଭାରତରେ ଧୂମପାନ ଯୋଗୁଁ ୯ ଲକ୍ଷ ଲୋକଙ୍କ ଜୀବନ ଯାଉଛି। ପ୍ରତି ବର୍ଷ ଏହି ସଂଖ୍ୟା ବଢ଼ି ଚାଲିଛି।

ଆଜି ବିଶ୍ୱ ତମାଖୁ ନିଷେଧ ଦିବସ ଉପଲକ୍ଷେ ଏସ୍ ଏନ୍ ମେଡିକାଲ କଲେଜର ଡାକ୍ତରମାନଙ୍କ କହିବା ଅନୁଯାୟୀ ପ୍ରାୟ ୮୦ ରୁ ୮୫ ପ୍ରତିଶତ ଫୁସଫୁସ୍ ଜନିତ କ୍ୟାନସର ଧୂମପାନ ଯୋଗୁଁ ହୋଇଥାଏ।

ତମାଖୁରେ ପାଖାପାଖି ୪୦୦୦ କ୍ଷତିକାରକ କେମିକାଲ ରହିଥାଏ। ସେଥିମଧ୍ୟରୁ ୫୦ଟି କେମିକାଲ କ୍ୟାନସର ବାହକ। ତମାଖୁ ଚୋବାଇବା ଦ୍ୱାରା ମୁଖ କର୍କଟ, ହାଇପର ଟେନ୍‌ସନ୍‌ ଓ ହୃଦ୍‌ରୋଗ ହୋଇଥାଏ। କିନ୍ତୁ ତମାଖୁକୁ ସିଗାରେଟ୍ ଭାବେ ଟାଣିଲେ ଫୁସ୍‌ଫୁସ୍‌ କ୍ୟାନ୍‌ସର ହୋଇଥାଏ।

ଏକ ରିପୋର୍ଟ ଅନୁଯାୟୀ ତମାଖୁ ସେବନ ଯୋଗୁଁ କ୍ୟାନସରରେ ପୀଡ଼ିତ ହେଉଥିବା ରୋଗୀଙ୍କ ମଧ୍ୟରୁ ଅଧିକାଂଶଙ୍କ ବୟସ ୩୧ ରୁ ୬୦ ବର୍ଷ ମଧ୍ୟରେ। ତମାଖୁ ସେବନ ଯୋଗୁଁ କ୍ୟାନସରର ଶିକାର ହେଉଥିବା ଲୋକଙ୍କ ମଧ୍ୟରୁ ୫୦% ହେଉଛନ୍ତି ପୁରୁଷ। ୨୫% ମହିଳା ତମାଖୁ ସେବନ କରି କ୍ୟାନସରର ଶିକାର ହେଉଛନ୍ତି। ତେବେ ଏମାନଙ୍କ ମଧ୍ୟରୁ ୯୦ ପ୍ରତିଶତ ଫୁସ୍‌ଫୁସ୍ କର୍କଟରେ ଆକ୍ରାନ୍ତ ହୁଅନ୍ତି।

Related story