ବସ୍‌ଙ୍କୁ ଖୁସି କରିବାକୁ ଚାହୁଁଥିଲେ...

ପାଠ ପଢ଼ା ପରେ କେହି କେହି ଚାକିରି କରନ୍ତି ତ ଆଉ କେହି ଚାକିରି ଦିଅନ୍ତି। କିଏ ସରକାରୀ ଚାକିରି କରେ ତ ଆଉ କିଏ ବେସରକାରୀ। ବେସରକାରୀ ଚାକିରିରେ ସଦାବେଳେ ଖଟାମିଠା ଅନୁଭୂତି ମିଳେ। ଗ୍ରୁପିଜମ୍, ଫୁସୁରୁଫାସର୍, ଟୁପୁର୍‌ଟାପର୍ ଠୁ ଆରମ୍ଭ କରି କିଏ କାହା ବିରୋଧରେ କହିଲାଣି ତ ଆଉ କିଏ ବସ୍‌ଙ୍କୁ ଖୁସି କରିବାକୁ ଚାହିଁଲାଣି। ତେବେ ଚାଲନ୍ତୁ ପଢ଼ିବା ବସ୍‌ଙ୍କୁ ଖୁସି କରିବାର କେତୋଟି ଭଲ ପ୍ରୟାସ ଆଉ କେତୋଟି ମନ୍ଦ […]

boss

Jitendra Garnayak
  • Published: Friday, 12 October 2018
  • , Updated: 12 October 2018, 11:32 AM IST

ପାଠ ପଢ଼ା ପରେ କେହି କେହି ଚାକିରି କରନ୍ତି ତ ଆଉ କେହି ଚାକିରି ଦିଅନ୍ତି। କିଏ ସରକାରୀ ଚାକିରି କରେ ତ ଆଉ କିଏ ବେସରକାରୀ। ବେସରକାରୀ ଚାକିରିରେ ସଦାବେଳେ ଖଟାମିଠା ଅନୁଭୂତି ମିଳେ। ଗ୍ରୁପିଜମ୍, ଫୁସୁରୁଫାସର୍, ଟୁପୁର୍‌ଟାପର୍ ଠୁ ଆରମ୍ଭ କରି କିଏ କାହା ବିରୋଧରେ କହିଲାଣି ତ ଆଉ କିଏ ବସ୍‌ଙ୍କୁ ଖୁସି କରିବାକୁ ଚାହିଁଲାଣି। ତେବେ ଚାଲନ୍ତୁ ପଢ଼ିବା ବସ୍‌ଙ୍କୁ ଖୁସି କରିବାର କେତୋଟି ଭଲ ପ୍ରୟାସ ଆଉ କେତୋଟି ମନ୍ଦ ପ୍ରୟାସ:

ଭଲ ପ୍ରୟାସ

୧- ବସ୍ ସଦାବେଳେ ଚାହାଁନ୍ତି, ନିଜ କମ୍ପାନୀ ଭଲରେ ଚାଲୁ, ଅଭିବୃଦ୍ଧି ହାସଲ କରୁ। ପ୍ରତିଯୋଗୀଙ୍କ ଠାରୁ ଦୁଇ ପାଦ ଆଗରେ ରହୁ। ବସ୍‌ଙ୍କ ଏହି ପ୍ରୟାସରେ ନିଜକୁ ସାମିଲ କରନ୍ତୁ।

୨- ସମସ୍ତଙ୍କ ପରି ଚିରାଚରିତ ଢଙ୍ଗରେ କାର୍ଯ୍ୟ ନକରି ନିଜର ସ୍ୱତନ୍ତ୍ର ଶୈଳୀ ସୃଷ୍ଟି କରନ୍ତୁ। ଯାହା ଫଳରେ କି ଆପଣ ବାରି ହୋଇପଡ଼ିବେ।

୩- ଗୁଣାତ୍ମକ (କ୍ୱାଲିଟିଟିଭ୍) କାର୍ଯ୍ୟ କରନ୍ତୁ। କମ୍ପାନୀ ପାଇଁ ଏକ ଲାଇବିଲିଟି(ବୋଝ) ନ ହୋଇ ଏକ ଆସେଟ୍ (ସମ୍ପତ୍ତି) ହୁଅନ୍ତୁ।

୪- ଦିନକୁ ଦିନ ନିଜ କ୍ଷମତା ଅନୁସାରେ ଅଧିକ ଦାୟିତ୍ୱ ଗ୍ରହଣ କରନ୍ତୁ।

୫- କୌଣସି ସମୟରେ ସମସ୍ୟା ଉପୁଜିଲେ ଏହାର ସମାଧାନ ବାଟ ଦେଖାଇ ପାରିଲେ ଭଲ।

ମନ୍ଦ ପ୍ରୟାସ- (ଭୁଲ୍‌ରେ ଏଭଳି କରନ୍ତୁନି)

୧- ପାଞ୍ଚ ଟଙ୍କାର କାମ କରି ପଚାଶ ଟଙ୍କାର ଦେଖେଇ ହେଲେ କିଛି ଲାଭ ନାହିଁ।

୨- ବସ୍‌ଙ୍କୁ ଖୁସି କରିବା ପାଇଁ ତାଙ୍କର ଅଯଥା ଗୁଣଗାନ କରିବା।

୩- ଅନ୍ୟ କର୍ମଚାରୀଙ୍କ ବିରୋଧରେ ତାଙ୍କ ଆଗରେ ଗପିବା।

୪- କାମ ନକରି କେବଳ ଶୀଘ୍ର ଅଫିସ୍ ଆସିବା ଏବଂ ଡେରିରେ ଅଫିସ୍‌ରୁ ଫେରିବା।

୫- ଉପରେ ପଡ଼ି ନିଜ ଆଡ଼ୁ ସବୁ କଥାରେ ମୁଣ୍ଡ ପୁରାଇବା।

Related story