ଭୂବନେଶ୍ୱର(ଓଡ଼ିଶା ରିପୋର୍ଟର): ସନାତନ ଧର୍ମରେ କୁହାଯାଏ, ବ୍ୟକ୍ତିର ଜୀବନ ସହପବିତ୍ର ଗଙ୍ଗା ନଦୀଙ୍କ ଘନିଷ୍ଠ ସମ୍ପର୍କ ରହିଛି। ଜୀବିତ ଅବସ୍ଥାରେ କିଏ ପାପ ଧୋଇବା ପାଇଁ ତ ଆଉ କିଏ, ମୁକ୍ତିର କାମନା କରି ଗଙ୍ଗାରେ ବୁଡ଼ ପକାନ୍ତି। ସେହିପରି ମୃତ୍ୟୁ ପରେ ଅର୍ଥାତ୍ ଶରୀର ପଞ୍ଚଭୂତରେ ଲୀନ ହୋଇଯିବା ପରେ ମୃତ ବ୍ୟକ୍ତିଙ୍କ ଅସ୍ଥିକୁ ଗଙ୍ଗାରେ ହିଁ ବିସର୍ଜନ କରାଯାଏ। ଏହି ଅସ୍ଥି ବିସର୍ଜନ ପାଇଁ ହରିଦ୍ୱାରର ‘ହର କି ପୌରି ଘାଟ’କୁ ଅତ୍ୟନ୍ତ ଶୁଭ ବୋଲି କୁହାଯାଏ। ଏହାକୁ ‘ବ୍ରହ୍ମାକୁଣ୍ଡ’ ମଧ୍ୟ କୁହାଯାଏ।
ପୌରାଣିକ କଥା ଅନୁଯାୟୀ, ରାଜା ସାଗରଙ୍କ ବଂଶଜ ରାଜା ଭଗୀରଥ କଠିନ ତପସ୍ୟା କରି ଦେବୀ ଗଙ୍ଗାଙ୍କୁ ସ୍ୱର୍ଗରୁ ପୃଥିବୀକୁ ଆଣିଥିଲେ । ତପସ୍ୟାରେ ସନ୍ତୁଷ୍ଟ ହୋଇ ଦେବୀ ଗଙ୍ଗା ସ୍ୱର୍ଗରୁ ଓହ୍ଲାଇବା ପରେ ଭଗବାନ ଶିବଙ୍କ ଜଟା ଦେଇ ଭଗୀରଥଙ୍କ ପଛେ ପଛେ ଆସିଥିଲେ। ରାଜା ଭଗୀରଥ ଗଙ୍ଗାଙ୍କୁ ନେଇ ଯେତେବେଳେ ହରିଦ୍ୱାରରେ ପହଞ୍ଚିଲେ, ସେଠାରେ ଥିବା ରାଜାଙ୍କ ପୂର୍ବଜଙ୍କ ଭସ୍ମାବଶେଷଦେବୀଙ୍କ ସ୍ପର୍ଷ ପାଇବାମାତ୍ରେ ଦିବଙ୍ଗତ ଆତ୍ମାମାନଙ୍କୁ ମୁକ୍ତି ମିଳିଯାଇଥିଲା। ସେବେଠାରୁ ହିଁ ଏହି ପବିତ୍ର ଘାଟରେ ଅସ୍ଥି ବିସର୍ଜନ ହେବାକୁ ଲାଗିଲା।
କାହିଁକି ହେଲା,‘ବ୍ରହ୍ମା କୁଣ୍ଡ’ ?
ପୁରାଣ ଅନୁସାରେ, ରାଜା ଶ୍ୱେତ ‘ହରକି ପୌରି’ରେ ଭଗବାନ ବ୍ରହ୍ମାଙ୍କ ଉଦ୍ଦେଶ୍ୟରେ କଠିନ ତପସ୍ୟା କରିଥିଲେ। ତପସ୍ୟାରେ ପ୍ରସନ୍ନ ହୋଇ ବ୍ରହ୍ମା ତାଙ୍କୁ ବର ମାଗିବାକୁ କହିଥିଲେ। ଏହ ଶୁଣି ରାଜା ଶ୍ୱେତ‘ହର କି ପୌରି’କୁ ଈଶ୍ୱରଙ୍କ ନାମରେ ସମସ୍ତେ ଜାଣନ୍ତୁ ବୋଲି ବ୍ରହ୍ମାଙ୍କୁ ବର ମାଗିଥିଲେ। ସେହିଦିନରୁ ହିଁ ‘ହର କି ପୌରି’ର ଜଳକୁ ‘ବ୍ରହ୍ମାକୁଣ୍ଡ’ ବୋଲି କୁହାଯାଏ।
ଅନିଷ୍ଟ ଆଶଙ୍କାର ଅନ୍ତ ହୁଏ
କୁହାଯାଏ, ଅମଙ୍ଗଳ ଶକ୍ତିମାନେଅସ୍ଥିକୁନିଜନିୟନ୍ତ୍ରଣ ରଖିବା ପରେ ତା’ର ଦୁରୁପଯୋଗ କରି ଥା’ନ୍ତି। ଯଦି ଅସ୍ଥି ଭୂମିରେ ପଡ଼ି ରହେ, ତେବେ ପରିବାରର ଅନିଷ୍ଟ ହୋଇଥାଏ। ତେଣୁ ପବିତ୍ର ନଦୀ କିମ୍ବା ସମୂଦ୍ରରେ ଅସ୍ଥି ବିସର୍ଜନ କଲେ, ଏହା ଜଳରେ ମିଶିଯାଏ। ଫଳରେ ଏହା ଆଉ ଅନିଷ୍ଟକାରୀ ଶକ୍ତି ଏହାର ଦୁରୁପଯୋଗ କରି ପାରନ୍ତି ନାହିଁ।