ଶୋଇବାରେ ବି ରହିଛି ଷ୍ଟାଇଲ: କଡ଼ ଲେଉଟାଇଲେ ବଦଳିଯିବ ଜୀବନ

ଏକ ସୁସ୍ଥ ଜୀବନ ପାଇଁ ଗୁରୁତ୍ୱପୂର୍ଣ୍ଣ ହେଉଛି ନିଦ୍ରା। ନିଦ ଭଲ ହେଲେ ଶରୀର ଫିଟ ରହିବା ସହ ଫୁର୍ତ୍ତି ଲାଗିଥାଏ। ତେବେ ଆରାମ ନିଦ ପାଇଁ ସବୁବେଳେ ବାମ ପଟରେ ଶୋଇବାକୁ  ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ପରାମର୍ଶ ଦେଉଛନ୍ତି। ଏପରିକି ଆର୍ୟୁବେଦିକ ଚିକିତ୍ସକ ମାନେ ମଧ୍ୟ ଲୋକଙ୍କୁ ନିଜ ଶରୀରକୁ ଫିଟ୍ ରଖିବା ପାଇଁ ବାମ ପଟକୁ କଡ କରି ଶୋଇବା ପାଇଁ କହିଥାନ୍ତି। ତେବେ ଆସନ୍ତୁ ଜାଣିବା ବାମ ପଟକୁ କଡ କରି ଶୋଇଲେ […]

sleep

Rakesh Mallick
  • Published: Saturday, 03 June 2017
  • , Updated: 03 June 2017, 05:37 PM IST

ଏକ ସୁସ୍ଥ ଜୀବନ ପାଇଁ ଗୁରୁତ୍ୱପୂର୍ଣ୍ଣ ହେଉଛି ନିଦ୍ରା। ନିଦ ଭଲ ହେଲେ ଶରୀର ଫିଟ ରହିବା ସହ ଫୁର୍ତ୍ତି ଲାଗିଥାଏ। ତେବେ ଆରାମ ନିଦ ପାଇଁ ସବୁବେଳେ ବାମ ପଟରେ ଶୋଇବାକୁ  ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ପରାମର୍ଶ ଦେଉଛନ୍ତି। ଏପରିକି ଆର୍ୟୁବେଦିକ ଚିକିତ୍ସକ ମାନେ ମଧ୍ୟ ଲୋକଙ୍କୁ ନିଜ ଶରୀରକୁ ଫିଟ୍ ରଖିବା ପାଇଁ ବାମ ପଟକୁ କଡ କରି ଶୋଇବା ପାଇଁ କହିଥାନ୍ତି। ତେବେ ଆସନ୍ତୁ ଜାଣିବା ବାମ ପଟକୁ କଡ କରି ଶୋଇଲେ କଣ ଲାଭ ମିଳିଥାଏ।

ଖାଦ୍ୟ ହଜମରେ ସାହାଯ୍ୟ କରେ: ସାଧାରଣତଃ ପାକସ୍ଥଳୀ ଓ ପାଚନ ଗ୍ରନ୍ଥି ଶରୀରର ବାମ ପଟରେ ଥାଏ। ତେଣୁ ବାମପଟକୁ କଡ଼ କରି ଶୋଇବା ଫଳରେ ଏହା ଭଲ ଭାବରେ କାର୍ଯ୍ୟ କରିଥାଏ। ଏହି ଅବସ୍ଥାରେ ଖାଦ୍ୟ ବେଶ୍ ଆରାମରେ ହଜମ ହୋଇଥାଏ। ଏହାଦ୍ୱରା ହଜମ ହୋଇ ନଥିବା ଖାଦ୍ୟ, ଖାଦ୍ୟନଳୀର ନିମ୍ନଭାଗକୁ ଚାଲି ଆସିଥାଏ ଏବଂ ସକାଳୁ ମଳତ୍ୟାଗ କରିବାରେ ଅସୁବିଧା ହୋଇ ନଥାଏ। ଆୟୁର୍ବେଦ ଅନୁଯାୟୀ ଖାଦ୍ୟ ଖାଇବା ପରେ ୧୦ ମିନିଟ୍ ବାମ ପଟକୁ କଡ କରି ସ୍ୱଳ୍ପ ନିଦରେ ଶୋଇବା ଫଳରେ ଏହା ଶରୀରକୁ ଶକ୍ତି ପ୍ରଦାନ କରିଥାଏ। ଅଧିକ ଖାଇ ସାରି ଏପରି କରିବା ଦ୍ୱାରା ଛାତିରେ ହେଉଥିବା ଜଳାପୋଡା ବନ୍ଦ ହେବା ସହ ଖାଦ୍ୟ ଭଲ ଭାବେ ହଜମ ହୋଇଥାଏ।

ହୃତପିଣ୍ଡକୁ ସୁରକ୍ଷା ପ୍ରଦାନ: ଆମ ଶରୀରର ବାମ ପଟରେ ହୃତପିଣ୍ଡ ରହିଛି। ସେହି ଦୃଷ୍ଟିରୁ ବାମ ପଟକୁ କଡ କରି ଶୋଇବା ଫଳରେ ହୃତପିଣ୍ଡକୁ ଠିକ୍ ଭାବରେ ରକ୍ତପ୍ରବାହ ହୋଇଥାଏ। ଏହାଦ୍ୱାରା ଶରୀର ବେଶ୍ କ୍ରିୟାଶୀଳ ରହିଥାଏ।

ଗର୍ଭବତୀ ମହିଳାଙ୍କୁ ସୁସ୍ଥ ରଖିଥାଏ: ସାଧାରଣତଃ ଗର୍ଭବତୀ ମହିଳା ଅଧିକ ସମୟ ଶୋଇଥାନ୍ତି। ତେବେ ବାମ ପଟକୁ କଡ କରି ଶୋଇବା ଦ୍ୱାରା ଗର୍ଭାଶୟକୁ ଠିକ୍ ଭାବରେ ରକ୍ତପ୍ରବାହ ହେବା ସହ ଗର୍ଭରେ ଥିବା ପିଲା ସୁସ୍ଥ ରହିଥାଏ। ଏହାଦ୍ୱାରା ମେରୁଦଣ୍ଡ ଜନିତ ଯନ୍ତ୍ରଣା କମ୍ ହେବା ସହ ଆରାମଦାୟକ ନିଦରେ ଶୋଇ ପାରିବେ ଗର୍ଭବତୀ ମହିଳା।

ଘୁଙ୍ଗୁଡିକୁ ବିଦାୟ: ଶୋଇବା ବେଳେ ଘୁଙ୍ଗୁଡି ମାରିବା ଏକ ସାଧାରଣ କଥା। ତେବେ ବାମ ପଟକୁ କଡ କରି ଶୋଇବା ଦ୍ୱାରା ଏହିଭଳି ସମସ୍ୟାରୁ ମୁକ୍ତି ପାଇ ପାରିବେ। କାରଣ ଏହିଭଳି ଶୋଇବା ଦ୍ୱାରା ଗଳା ମଧ୍ୟରେ ଠିକ୍ ଭାବରେ ବାୟୁ ଚଳାଚଳ କରିଥାଏ। ଏହାଦ୍ୱାରା ନିଃଶ୍ୱାସ ପ୍ରଶ୍ୱାସ ମଧ୍ୟ ଠିକ୍ ଭାବେ ହୋଇଥାଏ। ଯାହାଫଳରେ ଘୁଙ୍ଗୁଡି ଆସି ନଥାଏ।

Related story