କିଡ୍‌ନୀ ଫେଲ୍‌ ହେବା ପୂର୍ବରୁ ଦେଖା ଦେଇଥାଏ ଏହିସବୁ ଲକ୍ଷଣ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ଶରୀରରେ ଥିବା କ୍ଷତିକାରକ ବିଷାକ୍ତ ପଦାର୍ଥକୁ ବାହାର କରି ରକ୍ତକୁ ସଫା କରିବା କାର୍ଯ୍ୟ କରିଥାଏ କିଡ୍‌ନୀ। କିନ୍ତୁ ଏବେ ଜୀବନଶୈଳୀରେ ପରିବର୍ତ୍ତନ ସହ ଅତ୍ୟଧିକ ତେଲ ମସଲାଯୁକ୍ତ ଖାଦ୍ୟ ଖାଇବା ଯୋଗୁ କମ୍‌ ବୟସରେ ଲୋକଙ୍କର କିଡ୍‌ନୀଜନିତ ସମସ୍ୟା ଦେଖା ଦେଉଛି। ଠିକ୍‌ ସମୟରେ ଏହାର ଚିକିତ୍ସା କରା ନ ଗଲେ ପରେ ପରେ ଏହା କିଡ୍‌ନୀ ଫେଲ୍‌ ହେବାର କାରଣ ହୋଇଥାଏ। ଡାକ୍ତରଙ୍କ କହିବା ଅନୁସାରେ, କିଡ୍‌ନୀ ଫେଲ୍ ହେବା […]

ki1

Puspanjali Panda
  • Published: Thursday, 22 August 2019
  • , Updated: 23 August 2019, 11:38 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ଶରୀରରେ ଥିବା କ୍ଷତିକାରକ ବିଷାକ୍ତ ପଦାର୍ଥକୁ ବାହାର କରି ରକ୍ତକୁ ସଫା କରିବା କାର୍ଯ୍ୟ କରିଥାଏ କିଡ୍‌ନୀ। କିନ୍ତୁ ଏବେ ଜୀବନଶୈଳୀରେ ପରିବର୍ତ୍ତନ ସହ ଅତ୍ୟଧିକ ତେଲ ମସଲାଯୁକ୍ତ ଖାଦ୍ୟ ଖାଇବା ଯୋଗୁ କମ୍‌ ବୟସରେ ଲୋକଙ୍କର କିଡ୍‌ନୀଜନିତ ସମସ୍ୟା ଦେଖା ଦେଉଛି। ଠିକ୍‌ ସମୟରେ ଏହାର ଚିକିତ୍ସା କରା ନ ଗଲେ ପରେ ପରେ ଏହା କିଡ୍‌ନୀ ଫେଲ୍‌ ହେବାର କାରଣ ହୋଇଥାଏ।
ଡାକ୍ତରଙ୍କ କହିବା ଅନୁସାରେ, କିଡ୍‌ନୀ ଫେଲ୍ ହେବା ପୂର୍ବରୁ ଆପଣଙ୍କ ଶରୀରରେ ଏହାର ଲକ୍ଷଣ ଦେଖିବାକୁ ମିଳିଥାଏ। ସମୟ ପୂର୍ବରୁ ଯଦି ଆପଣ ଏହିସବୁ ଲକ୍ଷଣକୁ ଜାଣିପାରିବେ, ତେବେ ଏପରି ଜୀବନଘାତକ ରୋଗରୁ ରକ୍ଷା ପାଇପାରିବେ।

ଆସନ୍ତୁ ଜାଣିବା, କିଡ୍‌ନୀ ଫେଲ୍‌ ହେବା ପୂର୍ବରୁ କ’ଣ ସବୁ ଲକ୍ଷଣ ଦେଖାଯାଏ

୧. ଶରୀରର ଓଜନ ଅଚାନକ ଭାବରେ ବଢ଼ିବା ଏବଂ ବିଭିନ୍ନ ଅଙ୍ଗରେ ଜଳାପୋଡ଼ା ହେବା କିଡ୍‌ନୀ ଖରାପ ହେବାର ଏକ ଲକ୍ଷଣ। ହାତ, ପାଦ ଓ ଅନ୍ୟ ଅଙ୍ଗ ଜଳାପୋଡ଼ା ହେଉଥିଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

 

୨. ପରିସ୍ରା କରିବା ସମୟରେ ରକ୍ତ ପଡୁଛି କି? ତା’ହେଲେ ସାବଧାନ ହୋଇଯାଆନ୍ତୁ। କାରଣ ପରିସ୍ରାରେ ରକ୍ତ ପଡ଼ିବା କିଡ୍‌ନୀ ଖରାପ ହେବାର ଲକ୍ଷଣ ହୋଇଥାଏ।

 

୩. ବାରମ୍ୱାର ପରିସ୍ରା ଲାଗୁଥିଲେ ବି କମ୍‌ ପରିସ୍ରା ହେଉଥିଲେ, ଏହାକୁ  ହାଲ୍‌କା ଭାବେ ନିଅନ୍ତୁ ନାହିଁ। ବାରମ୍ୱାର ପରିସ୍ରା ଲାଗିବା ମଧ୍ୟ କିଡ୍‌ନୀ ଅସୁସ୍ଥ ଥିବାର ଅନ୍ୟ ଏକ ଲକ୍ଷଣ।

୪. କିଡ୍‌ନୀ ଖରାପ ହେଲେ ଶରୀରରେ ଅତିରିକ୍ତ ପାଣି ଜମା ହୋଇଥାଏ। ଏହି କାରଣରୁ ଶ୍ୱାସନଳୀରେ ମଧ୍ୟ ପାଣି ଜମି ଯାଏ।  ଏହାଦ୍ୱାରା ଶ୍ୱାସନଳୀର କାର୍ଯ୍ୟ କ୍ଷମତା ପ୍ରଭାବିତ ହୋଇଥାଏ ଓ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ ହୋଇଥାଏ। ଏପରି ହେଉଥିଲେ ତୁରନ୍ତ ଡାକ୍ତରଙ୍କ ପାଖକୁ ଯାଆନ୍ତୁ।

Related story