ଘୁଙ୍ଗୁଡ଼ି ବି କ୍ଷତିକାରକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅନେକ ଲୋକ ଘୁଙ୍ଗୁଡ଼ି ମାରନ୍ତି। ତେବେ ଏହା ଏକ ସାଧାରଣ ସମସ୍ୟା ନୁହେଁ। ଏହା ଏକ ସାଂଘାତିକ ରୋଗ। ଏହାକୁ ନେଇ କିଛି ଲୋକଙ୍କର ଭୁଲ୍ ଧାରଣା ମଧ୍ୟ ରହିଛି। ସେମାନେ ଭାବନ୍ତି, ଘୁଙ୍ଗୁଡ଼ି ମାରିଲେ ଭଲ ନିଦ ହୋଇଥାଏ। କିନ୍ତୁ ଏହା ସମ୍ପୂର୍ଣ୍ଣ ଭୁଲ୍‌। ତା’ହେଲେ ଘୁଙ୍ଗୁଡ଼ି କେତେ ମାରାତ୍ମକ? ଏ ବିଷୟରେ ଆଲୋଚନା କରିଛନ୍ତି ଶରୀରତତ୍ତ୍ୱ ବିଭାଗର ପ୍ରଫେସର୍ ଡାକ୍ତର ଅର୍ପିତା ପ୍ରିୟଦର୍ଶିନୀ। ଏହା ସହିତ ସେ ଘୁଙ୍ଗୁଡ଼ି ହେବାର […]

s2

Puspanjali Panda
  • Published: Tuesday, 08 October 2019
  • , Updated: 08 October 2019, 02:12 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅନେକ ଲୋକ ଘୁଙ୍ଗୁଡ଼ି ମାରନ୍ତି। ତେବେ ଏହା ଏକ ସାଧାରଣ ସମସ୍ୟା ନୁହେଁ। ଏହା ଏକ ସାଂଘାତିକ ରୋଗ। ଏହାକୁ ନେଇ କିଛି ଲୋକଙ୍କର ଭୁଲ୍ ଧାରଣା ମଧ୍ୟ ରହିଛି। ସେମାନେ ଭାବନ୍ତି, ଘୁଙ୍ଗୁଡ଼ି ମାରିଲେ ଭଲ ନିଦ ହୋଇଥାଏ। କିନ୍ତୁ ଏହା ସମ୍ପୂର୍ଣ୍ଣ ଭୁଲ୍‌। ତା’ହେଲେ ଘୁଙ୍ଗୁଡ଼ି କେତେ ମାରାତ୍ମକ? ଏ ବିଷୟରେ ଆଲୋଚନା କରିଛନ୍ତି ଶରୀରତତ୍ତ୍ୱ ବିଭାଗର ପ୍ରଫେସର୍ ଡାକ୍ତର ଅର୍ପିତା ପ୍ରିୟଦର୍ଶିନୀ। ଏହା ସହିତ ସେ ଘୁଙ୍ଗୁଡ଼ି ହେବାର କାରଣ ଓ ଏହାକୁ ବନ୍ଦ କରିବାର ଉପାୟ ବିଷୟରେ କହିଛନ୍ତି।

ଘୁଙ୍ଗୁଡ଼ି କେତେ ମାରାତ୍ମକ?

ଡାଇବେଟିସ୍‌ କେତେ ଅଛି ଜାଣିବା ପାଇଁ ଯେପରି ମାପ ଅଛି, ସେହିପରି ଘୁଙ୍ଗୁଡ଼ିର ମଧ୍ୟ ଏକ ମାପ ଅଛି। ପଲିସୋମ୍ନୋଗ୍ରାଫି ନାମରେ ଏକ ସ୍ଲିପ୍‌ ଟେଷ୍ଟ୍‌ କରାଯାଏ, ଯେଉଁଥିରେ ଜଣାପଡ଼େ କି ଘୁଙ୍ଗୁଡ଼ି କେତେ ମାରାତ୍ମକ। ଏହି ମାପକୁ ‘ଏଏଚ୍‌ଆଇ’ ବା ‘ଆପ୍‌ନିଆ ହାଇପ୍ନୋନିଆ ଇଣ୍ଡେକ୍ସ’ କୁହାଯାଏ।

‘ଆପ୍‌ନିଆ’ ଅର୍ଥ କେତେ ସମୟ ନିଶ୍ୱାସ ବନ୍ଦ ହେଉଛି। ସେହିପରି ‘ହାଇପ୍ନୋନିଆ’ରେ ଜଣେ ବ୍ୟକ୍ତିଙ୍କର ୫୦ ପ୍ରତିଶତ ନିଃଶ୍ୱାସ ବନ୍ଦ ହୋଇଥାଏ।

ଆମ ମସ୍ତିଷ୍କରେ ଥିବା ସ୍ନାୟୁକୁ ଭଲ ଅକ୍ସିଜେନ୍‌ର ଆବଶ୍ୟକତା ରହିଛି। ଘୁଙ୍ଗୁଡ଼ି ମାରିଲେ ସାଧାରଣତଃ ଘଣ୍ଟାକୁ ଆମର ୫ ଥର ନିଃଶ୍ୱାସ ବନ୍ଦ ହୋଇଥାଏ। ନିଃଶ୍ୱାସ ବନ୍ଦ ହେଲେ ଶରୀରରେ ଅକ୍ସିଜେନ୍‌ର ଅଭାବ ପରିଲକ୍ଷିତ ହୋଇଥାଏ। ଫଳରେ ମସ୍ତିଷ୍କରେ ଥିବା ସ୍ନାୟୁଙ୍କୁ କ୍ଷତି ପହଞ୍ଚିଥାଏ।

ସେଥିପାଇଁ ଯେଉଁମାନେ ଘୁଙ୍ଗୁଡ଼ି ମାରନ୍ତି, ସେମାନଙ୍କ ଶରୀରର ସ୍ନାୟୁଗୁଡ଼ିକୁ ଖାଦ୍ୟ ମିଳି ନଥାଏ। ଏହି ପ୍ରକାର ବ୍ୟକ୍ତି ଶୋଇଥା’ନ୍ତି ସତ, କିନ୍ତୁ ସକାଳେ ଉଠିବା ପରେ ମଧ୍ୟ ସେମାନଙ୍କୁ ଫ୍ରେଶ୍‌ ଲାଗି ନଥାଏ।

କେଉଁ କାରଣରୁ ଘୁଙ୍ଗୁଡ଼ି ହୁଏ ?

  • ମୁହଁରୁ ଆରମ୍ଭ କରି ତଣ୍ଟି ପର୍ଯ୍ୟନ୍ତ ଶରୀରର ଆଭ୍ୟନ୍ତରରେ ଯେଉଁ ଟ୍ୟୁବ୍‌ ଯାଇଛି, ସେଥିରେ କୌଣସି ସମସ୍ୟା ଦେଖା ଦେଲେ ଘୁଙ୍ଗୁଡ଼ି ସମସ୍ୟା ଉତ୍ପନ୍ନ ହୋଇଥାଏ।
  • ଏହାର ଅନ୍ୟ ଏକ ମୁଖ୍ୟ କାରଣ ହେଉଛି ଶରୀରର ଓଜନ ବୃଦ୍ଧି। ସେଥିପାଇଁ ମୋଟା ଲୋକମାନେ ଅଧିକ ଘୁଙ୍ଗୁଡ଼ି ମାରନ୍ତି।
  • ଯଦି ଆପଣ ମୋଟା ନୁହନ୍ତି ଓ ତଥାପି ଆପଣ ଘୁଙ୍ଗୁଡ଼ି ମାରୁଛନ୍ତି, ତା’ହେଲେ ଆପଣଙ୍କ ଟନ୍‌ସିଲ୍‌ ସମସ୍ୟା ଥାଇପାରେ।
  • ଜିଭ ବଡ଼ ଥିଲେ ବି ଏମିତି ହୁଏ।

ଘୁଙ୍ଗୁଡ଼ି ନହେବା ପାଇଁ କି କି ପଦକ୍ଷେପ ନେବା ଉଚିତ୍‌ ?

  • ଓଜନକୁ ନିୟନ୍ତ୍ରଣ କରନ୍ତୁ।
  • ଉଚ୍ଚତା ଅନୁସାରେ ଶରୀରର ଓଜନ ରଖନ୍ତୁ।
  •  ଓଜନକୁ ନିୟନ୍ତ୍ରଣ କଲେ ଘୁଙ୍ଗୁଡ଼ିକୁ କମ୍‌ କରାଯାଇପାରିବ।
  • ଯଦି ଅଧିକ ସମସ୍ୟା ହେଉଛି ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ।

Related story