ପ୍ରେମ ନିବେଦନ କରୁଛନ୍ତି କି? ଶାହାରୁଖ୍‌ଙ୍କଠାରୁ ଟିପ୍‌ସ ନିଅନ୍ତୁ

ମୁମ୍ୱାଇ: ଆପଣ ପ୍ରେମ କରୁଛନ୍ତି କି? ତାହା ହେଲେ ବଲିଉଡ୍‌ ବାଦ୍‌ଶାହା ଶାହାରୁଖ ଖାନ୍‌ଙ୍କୁ ଗୁରୁ ମାନନ୍ତି। କାରଣ ସେ ତାଙ୍କ ଜୀବନ ସାଥୀଙ୍କୁ ପାଇବା ପାଇଁ ଯାହା କରିଛନ୍ତି, ତାହା କୌଣସି ରିଲ୍‌ ଲାଇଫ୍‌ଠାରୁ କମ୍‌ ନୁହେଁ। କରଣଙ୍କ ଶୋ’ରେ ସେ ବଖାଣିଛନ୍ତି ନିଜର ଲଭ୍‌ଷ୍ଟୋରୀ। ଆସନ୍ତୁ ଶୁଣିବା ଶାହାରୁଖଙ୍କ ପ୍ରେମ କାହାଣୀ ଶାହାରୁଖ ୧୮ ବର୍ଷ ବୟସରେ ୧୪ ବର୍ଷୀୟା ଗୌରୀଙ୍କୁ ପ୍ରେମ ନିବେଦନ କରିଥିଲେ। ଗୌରୀଙ୍କୁ ମନାଇବା ପାଇଁ ଶାହାରୁଖ ତାଙ୍କ ପଛରେ […]

Rakesh Mallick
  • Published: Wednesday, 11 October 2017
  • , Updated: 11 October 2017, 12:44 PM IST

ମୁମ୍ୱାଇ: ଆପଣ ପ୍ରେମ କରୁଛନ୍ତି କି? ତାହା ହେଲେ ବଲିଉଡ୍‌ ବାଦ୍‌ଶାହା ଶାହାରୁଖ ଖାନ୍‌ଙ୍କୁ ଗୁରୁ ମାନନ୍ତି। କାରଣ ସେ ତାଙ୍କ ଜୀବନ ସାଥୀଙ୍କୁ ପାଇବା ପାଇଁ ଯାହା କରିଛନ୍ତି, ତାହା କୌଣସି ରିଲ୍‌ ଲାଇଫ୍‌ଠାରୁ କମ୍‌ ନୁହେଁ। କରଣଙ୍କ ଶୋ’ରେ ସେ ବଖାଣିଛନ୍ତି ନିଜର ଲଭ୍‌ଷ୍ଟୋରୀ।

ଆସନ୍ତୁ ଶୁଣିବା ଶାହାରୁଖଙ୍କ ପ୍ରେମ କାହାଣୀ

ଶାହାରୁଖ ୧୮ ବର୍ଷ ବୟସରେ ୧୪ ବର୍ଷୀୟା ଗୌରୀଙ୍କୁ ପ୍ରେମ ନିବେଦନ କରିଥିଲେ। ଗୌରୀଙ୍କୁ ମନାଇବା ପାଇଁ ଶାହାରୁଖ ତାଙ୍କ ପଛରେ ଚାଲୁଥିଲେ। ବେଳେ ‘ଗୋରୀ ତେରେ ଗାଁଓ ବଡ଼ା ପ୍ୟାରା’ ଗୀତ ମଧ୍ୟ ଗାଉଥିଲେ। ମାତ୍ର ଏଥିପ୍ରତି ଗୌରୀ ଧ୍ୟାନ ଦେଉନଥିଲେ। ଯାହାକୁ ନେଇ ଶାହାରୁଖ ଚିନ୍ତାରେ ପଡ଼ିଯାଇଥିଲେ। କିନ୍ତୁ ନିଶ୍ଚିତ ଥିଲେ ଯେ ଦିନେନା ଦିନେ ଗୌରୀଙ୍କୁ ନିଜର କରିବେ। ସେଥିପାଇଁ ଗୌରୀ ଯାହା ସହିତ କଥା ହେଲେ ଶାହାରୁଖଙ୍କୁ ଖରାପ ଲାଗୁଥିଲା। ତେବେ ହଠାତ୍‌ ଗୌରୀ ନୂଆଦିଲ୍ଲୀ ଛାଡ଼ି ମୁମ୍ୱାଇ ଚାଲି ଆସିଲେ। ଶାହାରୁଖ ଦିଲ୍ଲୀରେ ଏକୁଟିଆ ରହିପାରିଲେ ନାହିଁ।  ଗୌରୀଙ୍କ ପଛେ ପଛେ ସେ ବି ମାୟାନଗରୀ ମୁମ୍ୱାଇକୁ ଚାଲିଆସିଲେ। ଏପରିକି ଗୌରୀଙ୍କୁ ଖୋଜିଲେ, ମାତ୍ର ପାଇଲେ ନାହିଁ।

ଦିନେ ବିଚ୍‌ରେ ଉଭୟଙ୍କର ଦେଖା ହୁଏ। ଉଭୟ ନିଜ ନିଜର କୋହକୁ ଲୁଚାଇ ରଖିପାରିଲେ ନାହିଁ। ଦୁହେଁ ପରସ୍ପରକୁ ଦେଖି କାନ୍ଦି ପକାଇଲେ। ଏପରିକି ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନିଅନ୍ତି। ମାତ୍ର ଏଥିରେ ଉଭୟଙ୍କ ପରିବାର ପ୍ରତିବନ୍ଧକ ସାଜନ୍ତି। ଯେତେ ବୁଝାଇଲେ ମଧ୍ୟ ରାଜି ହୁଅନ୍ତି ନାହିଁ। ଶେଷରେ ପ୍ରେମ ଜିତିଲା। ଉଭୟ ବିବାହ କଲେ। ଉଭୟଙ୍କ ଦାମ୍ପତ୍ୟ ଜୀବନ ହସଖୁସିରେ କଟୁଛି। ଶାହାରୁଖ ଓ ଗୌରୀଙ୍କର ତିନୋଟି ସନ୍ତାନ ଅଛନ୍ତି। ଗୌରୀ ଖାନ୍‌ ଜଣେ ଇଣ୍ଟରିୟର ଡିଜାଇନର ଭାବେ ବେଶ୍‌ ଜଣାଶୁଣା।

Related story